ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଓ ସଂସ୍କୃତ ବିଭାଗର ଅଧ୍ୟାପିକା ସୁଶ୍ରୀ ଡି.ପ୍ରିୟଙ୍କାଙ୍କ ନେତୃତ୍ବରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାଇକେଲ ରାଲିର ଆୟୋଜନ ହୋଇଥିଲା।
ଅଧ୍ୟକ୍ଷା ଶ୍ରୀମତୀ ଦେବୀ ସାଇକେଲ ଚାଳନା ଦ୍ବାରା ପ୍ରଦୂଷଣ ମୁକ୍ତ ପରିବେଶ , ପେଟ୍ରୋଲର କମ୍ ବ୍ୟବହାର , ଶାରୀରିକ ବ୍ୟାୟାମ ଇତ୍ୟାଦି ବିଷୟ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏତତ୍ ବ୍ୟତୀତ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।
ରାଜ୍ୟ
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାଇକେଲ ରାଲିର ଆୟୋଜନ
- Hits: 265








