ହେଡଲାଇନସ୍:

ସାଇଟ୍ ସଦାଇପାଲି ଠାରେ ୭୭ ତମ ସ୍ୱାଧିନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର - ସାଇଟ କଲେଜ ସଦାଇପାଲି ର ପଲ୍ଲିଶ୍ରୀ ଷ୍ଟାଡିୟମ ରେ ଆଜି ୭୭ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଲନ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ବୃନ୍ଦଙ୍କୁ ଉଦବୋଧନ ଦେଇ ଡ. ମିଶ୍ର କହିଥିଲେ ଏକ ସୁନ୍ଦର ଏବଂ ବାସ୍ତବ ଧାରଣାରେ ହିଁ ବିକାଶ ସଂଗଠିତ ହୋଇଥାଏ । ସେ ସମସ୍ତଙ୍କୁ କହିଥିଲେ ଏକ ଲକ୍ଷସ୍ଥିର କର ଏବଂ ସେଥିରେ ନିଜକୁ ସମର୍ପିତ କର, ଅର୍ଥ ପଛରେ ଦୌଡ ନାହିଁ ତୁମ କର୍ମର ଫଳ ତୁମେ ନିଶ୍ଚିତ ପାଇବ । ପଲ୍ଲିଶ୍ରୀ ହାଇସ୍କୁଲର ଛାତ୍ରୀ ବୃନ୍ଦ ଜାତୀୟ ସଂଗୀତ ଗାନ କରିଥିଲେ ଏବଂ ତାପରେ ସାଇଟ ସଦାଇପାଲି ସ୍ଥିତ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ୱାରା ପରେଡ କରାଯାଇଥିଲା । ଏହି ଅବସରରେ ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ କୁମାର ମିଶ୍ର, ସାଇଟ ଡିପ୍ଲୋମା ଅଧ୍ୟକ୍ଷା ଇଂ.ନମିତା ପଟେଲ, ସୁୁଶ୍ରୀ ଆଇ.ଟି.ଆଇ ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା, ସାଇଟ ନର୍ସିଂ ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର, କାଯ୍ୟକ୍ରମ ସଂଯୋଜକ ଅଶୋକ କୁମାର ମେହେର, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ଶିଶୁମନ୍ଦିର ନିଦେ୍ର୍ଧଶକ ଗରୁଡଧ୍ୱଜ ସାଏ ଏବଂ ଲୋକନାଥ ସିଁହ, ପିଏ ପ୍ରମୁଖ ଉପସ୍ଥିତ ଥିଲେ । ସାଇଟ ଡିପ୍ଲୋମା ଇଂଜିନିୟରିଂ, ସୁଶ୍ରୀ ଡି.ଏମ.ଏଲ.ଟି, ଡି.ଏମ.ଆର.ଟି, ବି.ଏସ.ସି. ନର୍ସିଂ, ଏମ୍.ଏସ.ସି. ନର୍ସିଂ, ଜିି.ଏନ.ଏମ ନର୍ସିଂ, ଏ.ଏନ.ଏମ ନର୍ସିଂ, ସୁୁଶ୍ରୀ ଆଇ.ଟି.ଆଇ, ପଲ୍ଲିଶୀ ହାଇସ୍କୁଲ, ସୁଲୋଚନା ଦେବୀ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ଏହି ଅବସରରେ ଅୟୋଜିତ ବିଭିନ୍ନ ପ୍ରତିଯୋଗୀଙ୍କୁ ମୂଖ୍ୟ ଅତିଥି ଏବଂ ଅତିଥି ବୃନ୍ଦ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ନର୍ସିଂ ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର । କ୍ରୀଡା ସଂଯୋଜକ ସୁନିଲ ଚନ୍ଦ୍ର ବିଶ୍ୱାଳ ଙ୍କ କଠିନ ପରିଶ୍ରମ ତଥା ତାଙ୍କ ଅଦମ୍ୟ ଆଗ୍ରହ ପାଇଁ କାର୍ଯ୍ୟକ୍ରମ ସୁଚାରୁ ରୁପେ ସମ୍ପାଦିତ ହୋଇଥିଲା ଏବଂ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ରାମଜୀ ଯୁବକ ସଂଘ, ସଦାଇପାଲି ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

 

0
0
0
s2sdefault