ହେଡଲାଇନସ୍:

ପବିତ୍ର ସ୍ୱାଧୀନତା ଦିବସ ତଥା ଜନସେବା ଦିବସ ଅବସରରେ ମାହାଙ୍ଗା ବ୍ଲକ 37 ଗୋଟି ପଞ୍ଚାୟତ ର 2400 ରୁ ଅଧିକ ହିତାଧିକାରୀଙ୍କୁ ବିଧାୟକ ପ୍ରତାପ ଙ୍କ ଦ୍ୱାରା ଭତ୍ତା ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଲେ l

 (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଙ୍କ ଅନୁମୋଦନ କ୍ରମେ ମାହାଙ୍ଗା ବ୍ଲକ ରେ ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି l 77 ତମ ସ୍ୱାଧୀନତା ଦିବସ ଅବସରରେ ତଥା ଜନସେବା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରୟାସ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ 2400 ରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି ଯାହାପାଇଁ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ମାନେ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଅବସରରେ ମାହାଙ୍ଗା ବ୍ଲକ କୁଆଁପାଳ ଠାରେ ଭାରପ୍ରାପ୍ତ ବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା ଙ୍କ ସଭାପତିତ୍ୱ ରେ 37 ଗୋଟି ପଞ୍ଚାୟତର 2400 ରୁ ଉର୍ଧ୍ଵ ଜନସାଧାରଣ ଙ୍କୁ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ଜଗବନ୍ଧୁ ସେଠୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସୁସ୍ମିତା ଦାସ,ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଯୁବନେତା ଅମୀୟ ନାୟକ, ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ଵାଳ , ଭବାନୀ ଶଙ୍କର ସାମଲ ଙ୍କ ସମେତ ବ୍ଲକ କର୍ମଚାରୀ, ସରପଞ୍ଚ, ସମିତିସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଅବସରରେ ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ କି ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଂଚିତ ଅଛନ୍ତି ସେ ସମସ୍ତ ଯୋଗ୍ୟ ହିତାଧିକାରୀ ଅନଲାଇନରେ ଆବେଦନ କରିଦିଅନ୍ତୁ ତାଙ୍କୁ ଭତ୍ତା ପ୍ରଦାନର ବ୍ୟବସ୍ଥା ଆମେ କରିବୁ ଏଭଳିକି ସମସ୍ତ ପଞ୍ଚାୟତ ବାସୀ ହେଉଛନ୍ତି ଆମର, ଦଳ ବଳ ନିର୍ବିଶେଷରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ଆମର ଲକ୍ଷ୍ୟ l ଯେଉଁମାନେ ବି ଏହି ଯୋଜନାରୁ ବଂଚିତ ଅଛନ୍ତି ସମସ୍ତ ଙ୍କୁ ଭତ୍ତା ପ୍ରଦାନ ର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ସଫଳ କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ ପରେ ସମସ୍ତ ପଞ୍ଚାୟତରେ ରହିଥିବା ଗ୍ରାମ ଦେବତୀ ଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟକ୍ରମ ଖୁବ ଶ୍ରୀଘ୍ର କରାଯିବ ବୋଲି ବିଧାୟକ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ l

0
0
0
s2sdefault