ମିଲେଟ୍ସ ପହଞ୍ଚୁଛି ପ୍ରତିଟି ଘରେ –ମିଲେଟ୍ସର ପ୍ରକୃତ ଉପେଯାଗ କରୁଛି ଓଡ଼ିଶା ମିଲେଟ ମିଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Odisha Millet Mission

ଭୁବନେଶ୍ୱର – ଗ୍ରାହକ ମାନଙ୍କର ଆବଶ୍ୟକତା ବୁଝି ସେସବୁର ପୂରଣ କରିବା ଯେ କୈାଣସି ସଂସ୍ଥାର ସୁଗମ କାର୍ଯ୍ୟଶୈଳୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରାହକ ମାନଙ୍କ ନିକଟରେ ପହଞ୍ଚିବା ପାଇଁ ସବୁ ସମୟରେ ପ୍ରୟାସ କରି ଆସିଛି ଓଡ଼ିଶା ମିଲେଟ ମିଶନ । ୨୦୧୭ ରୁ ଏହାର ସ୍ଥାପନା ପରଠାରୁ ମିଶନ ଏକ ରୂପାନ୍ତରିତ ଯାତ୍ରା ଆରମ୍ଭ କରିଥିଲା । ସ୍ୱାସ୍ଥ୍ୟକର ଜୀବନଶୈଳୀ, କୃଷକ ସଶକ୍ତିକରଣ ଏବଂ ମହିଳା ମାନଙ୍କର ଉତ୍ଥାନ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି । ଏଥିସହିତ ଏହାର ଶୁଭେଚ୍ଛୁମାନଙ୍କ ପାଇଁ ବିଭିନ୍ନ କର୍ମଶାଳା, ସେମାନଙ୍କର ରୋଷେଇ ପ୍ରଣାଳୀ କିମ୍ବା ମିଲେଟ ଶକ୍ତି ବ୍ରାଣ୍ଡ ଦ୍ୱାରା ଓଡ଼ିଶା ମିଲେଟ ମିଶନ ବିଭିନ୍ନ ରଣନୀତି ପ୍ରସ୍ତୁତ କରିଚାଲିଛି ।

ଏହି ଯାତ୍ରାରେ ଓଡ଼ିଶା ମିଲେଟ ମିଶନ ସମାଜର ବିଭିନ୍ନ ପୃଷ୍ଠଭୂମିର ପ୍ରତିଭାମାନ ବ୍ୟକ୍ତି ବିଶେଷ ଓ ସଂସ୍ଥା ମାନଙ୍କୁ ଏଥିରେ ସାମିଲ କରି ଏକ ଅନ୍ତର୍ଭୁକ୍ତି ପଦ୍ଧତି ଗ୍ରହଣ କରିଛି । ଏହାଦ୍ୱାରା ମିଶନର ମୂଳ ବାର୍ତ୍ତାକୁ ଅତି ସହଜରେ ଜନତାଙ୍କ ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଛି । ଏହାର ବଳିଷ୍ଟ ଉଦାହରଣ ହେଉଛି ମିଶନ ଶକ୍ତି ।
ଏହି ପଦକ୍ଷେପ ଦ୍ୱାରା ମିଲେଟ୍ସ ଶକ୍ତି ନାମରେ ଏକ ବ୍ରାଣ୍ଡ୍ ସୃଷ୍ଟି ହୋଇଛି । ଏହା ମାଧ୍ୟମରେ ଅନେକ ମହିଳା ଉଦ୍ୟୋଗୀ ସେମାନଙ୍କ ଉତ୍ପାଦକୁ ସିଧାସଳଖ ଗ୍ରାହକଙ୍କୁ ବିକ୍ରୀ କରିପାରୁଛନ୍ତି । ସାରା ରାଜ୍ୟରେ ମିଲେଟ୍ସ ପ୍ରସ୍ତୁତ ଉତ୍ପାଦ ଗୁଡିକୁ ବିକ୍ରୟ କରିବାପାଇଁ କ୍ଷେତ୍ର ପ୍ରସ୍ତୁତ ଯଥା ବିଭିନ୍ନ କାଫେ, କିଓସ୍କ ଏବଂ ଅଉଟଲେଟ ଗୁଡିକରେ ସହଜରେ ଉପଲବ୍ଧ କରାଯାଇପାରିଛି । ଏହାଦ୍ୱାରା ମିଲେଟ୍ସର ବ୍ୟବହାର ବୃଦ୍ଧିସହ ମହିଳାମାନଙ୍କୁ ସଶକ୍ତ କରାଯାଇ ସେମାନଙ୍କ ପରିବାରକୁ ଆର୍ଥିକ ଭାବରେ ସମ୍ପନ୍ନ କରାଯାଇପାରିଛି ।
ଜନସଂଖ୍ୟାର ୩୪ ଶତାଂଶ ୧୮ ବର୍ଷରୁ କମ ବୟସର ହୋଇଥିବା କାରଣରୁ ସେମାନଙ୍କୁ ସୁସ୍ଥ ଖାଦ୍ୟ ଏବଂ ଜୀବନଶୈଳୀ ପ୍ରତି ପ୍ରଭାବିତ କରିବା ଆବଶ୍ୟକ । ଏଣୁ ଓଡ଼ିଶା ମିଲେଟ ମିଶନ ଏହାର ଅମ୍ବାସାଡର ମାନଙ୍କ ଦ୍ୱାରା ଏହି ଜନସମୁହକୁ ପ୍ରଭାବିତ କରିବାର ଚେଷ୍ଟା କରୁଛି ।
ମିଲେଟ୍ସ ଗାର୍ଲ ‘ମିଲି’ ଓଡ଼ିଶା ମିଲେଟ ମିଶନର ମାସକଟ ଭାବରେ ବିଭିନ୍ନ ବିଜ୍ଞାାପନ ଏବଂ ସୂଚନା ପ୍ରଦାନ କରୁଛି । ଏହି ମାସକଟ ବିଭିନ୍ନ ରୂପରେ ଅବତୀର୍ଣ୍ଣ ହୋଇ ସଚେତନ କରୁଅଛି । ମିଲେଟ୍ସ ଖାଇବାରେ ଅଭ୍ୟସ୍ତ ନଥିବା ପିଲାମାନଙ୍କୁ ନିୟମିତ ଭାବରେ ମିଲେଟ୍ସ ଖାଇବାପାଇଁ ପ୍ରୋତ୍ସାହିତ ମଧ୍ୟ କରୁଛି ।
ଓଡ଼ିଶା ମିଲେଟ ମିଶନ ବିଭିନ୍ନ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ମିଲେଟ୍ସ ପହଞ୍ଚାଇବାର ବ୍ୟବସ୍ଥା କରିଛି । ଏହାଦ୍ୱାରା ଗ୍ରାାହକମାନଙ୍କ ମଧ୍ୟରେ ଓଡ଼ିଶା ମିଲେଟ୍ସ ବାବଦରେ ସଚେତନତା ବୃଦ୍ଧି ପାଇବା ସହ ଏହା ପ୍ରତି ଆଗ୍ରହ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ଏହା ଦ୍ୱାରା ଘରୋଇ ସ୍ତରରେ ବିଭିନ୍ନ ବୟସ ବର୍ଗରେ ପ୍ରମୁଖ ଖାଦ୍ୟ ଭାବରେ ଏହାର ବ୍ୟବହାର ବୃଦ୍ଧି କରିବାରେ ସହାୟକ ସାଜିଛି ।

0
0
0
s2sdefault