ହେଡଲାଇନସ୍:

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼-ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି  ଜୋର ଧରି ବସିଛି।  ଏହି କ୍ରମରେ ଗତ ୧୮ତାରିଖରୁ ବରଗଡ଼ ଜିଲା ଓକିଲ ସଂଘ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଥିବାବେଳେ ମଙ୍ଗଳବାରରୁ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି। ଆସନ୍ତା ଅକ୍ଟୋବର ୨ତାରିଖ ପର୍ୟ୍ୟନ୍ତ ଓକିଲଙ୍କ କାର୍ୟ୍ୟବନ୍ଦ ଏବଂ ଏହି ଧାରଣା ଜାରି ରହିବ। ସେହିପରି ଗତ ୨୦ତାରିଖ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ ନୀରବ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଜିଲା ଓକିଲ ସଂଘର ସଭାପତି ଅଶୋକ କୁମାର ଯୋଶୀ, ସମ୍ପାଦକ ଲିପସିତ୍‌ ମିଶ୍ର, ଉପସଭାପତି କିରଣ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଆଦିତ୍ୟ ପାଢ଼ୀ, କାର୍ୟ୍ୟକାରୀ କମିଟି ସଭ୍ୟ ଅନନ୍ତ ମଜୁମଦାର ପ୍ରମୁଖଙ୍କ ସମେତ ସମସ୍ତ ସଭ୍ୟାସଭ୍ୟ ଧାରଣାରେ ସାମିଲ ଅଛନ୍ତି । ଓକିଲଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଯୋଗୁ ଫୌଜଦାରୀ, ଦେୱାନୀ, ଖାଉଟୀ, ରାଜସ୍ବ ସମସ୍ତ ପ୍ରକାର କୋର୍ଟକାର୍ୟ୍ୟ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨ତାରିଖ ଜିଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧିଛକର ଗାନ୍ଧିମୂର୍ତ୍ତିତଳେ  ଧାରଣା ଦେବା କାର୍ୟ୍ୟକ୍ରମ ମଧ୍ୟ ରହିଥିବା ସୂଚନା ମିଳିଛି।

 

0
0
0
s2sdefault