ହେଡଲାଇନସ୍:

ଯନ୍ତ୍ରଣାସିକ୍ତ ବାର୍ଦ୍ଧକ୍ୟ, ଉଜୁଡା ଶୈଶବ  :  ଦେଖିବ ଆସ, ଏଠି ଖାଲି  ବିକାଶ ହିଁ ବିକାଶ l 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣିରୁ ଦୟାନିଧି ମହାନ୍ତ :  ନା ରମଣୀ ଜାମୁଣ୍ଡା l ଘର ରାଁସୋଳ, ପଂଚାୟତ ମଲ୍ହାର ସାହି  l ପନ୍ଦର ବର୍ଷ ପୂର୍ବରୁ ସ୍ୱାମୀ ପରିତ୍ୟକ୍ତl l ପାଖରେ ନାବାଳିକା ଝିଅ l ବାର୍ଦ୍ଧକ୍ୟ  ସାଙ୍ଗକୁ ରୋଗବ୍ୟାଧି ରେ ଚାଲିବୁଲିବା କୁ ଅକ୍ଷମ l ଘରଭlଙ୍ଗୀ ମାଟିରେ ମିଶି ସାରିଛି l ମୁଣ୍ଡ ଗୁଞ୍ଜିବାକୁ ପରର ଚାଳ ବାରଣ୍ଡା l ଖରା ବର୍ଷା   ଶୀତ କାକର ସବୁ ସହିବାକୁ ପଡୁଛି ପରର ବାରଣ୍ଡା ତଳେ l ଓଳିଏ ଖାଇଲେ ଦିଓଳି ଓପାସ l ସରକାରଙ୍କର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଙ୍କର ଆଜିଯାଏଁ ୟାଙ୍କ ପ୍ରତି ଦୃଷ୍ଟି ପଡ଼ିନାହିଁ l ଏମିତିରେ ଭାଗ୍ୟକୁ ଆଦରି ନାବାଳିକା ଝିଅଟି ପର ଘରେ ଚାକରାଣୀ ଖଟି ଯାହା ରୋଜଗାର କରେ ସେଇଥିରେ ଓଳିଏ ଖାଇ ଓଳିଏ ଓପାସ ରହି ଦିନକଟାନ୍ତି l ସ୍ଥାନୀୟ ସରପଂଚ କହିବୁଲନ୍ତି ମୋ ପଞ୍ଚଯାତରେ ବିକାଶ ହିଁ ବିକାଶ ହୋଇଚାଲଛି l ସରକାରଙ୍କର ମୋ ଗାଁ ପରୀ ଯୋଜନା ଏବଂ ସମସ୍ଥଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବା ପ୍ରତିଶୃତି ଆଜି ଏମାନଂକୁ ତାତ୍ସଲ୍ୟ  କରୁଛି l ପ୍ରକାଶ ଥାଉକି ଖଣିଅଂଚଳରେ ଏପରି ଉଦାହରଣ ଆହୁରି ଅନେକ ରହିଛି l

0
0
0
s2sdefault