ହେଡଲାଇନସ୍:

ଜୋର ଧରୁଛି ସିଏଚସି ସ୍ଥାପନ ଦାବି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲାର ପଇକମାଲ ଡାକ୍ତରଖାନାକୁ ସିଏଚସି ମାନ୍ୟତା ଦାବିରେ ଆଜି ପଇକମାଲ ର ମାରବାଡି ଯୁବ ମଞ୍ଚ ତରଫରୁ ବରଗଡ ଜିଲ୍ଲାପାଳ ଙ୍କର ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପଇକମାଲ ବିଡ଼ିଓ  ଶ୍ରୀ ସଦାଶିବ ନାୟକଙ୍କୁ ପ୍ରଦାନ କରାଯାଇଛି । 

      ପଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ କେବଳ ପଇକମାଲ ନୁହଁ ଝାରବନ୍ଧ ବ୍ଲକର ବହୁ ଗୁଡ଼ାଏ ଗ୍ରାମ ମଧ୍ୟ ନିର୍ଭର କରିଥାନ୍ତି । ତେଣୁ ପଇକମାଲରେ ଏକ ସିଏଚସି ସ୍ଥାପନ ନେଇ ଅନେକ ବର୍ଷ ହେଲା ଦାବି ହେଇ ଆସୁଛି । ଏନେଇ ବାରମ୍ବାର ଅଂଚଳରେ ଵିଭିନ୍ନ ସମୟରେ ଆନ୍ଦୋଳନ ମଧ୍ୟ ହେଇଛି । ପଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅଂଚଳର ପ୍ରାୟ 1 ଲକ୍ଷ ରୁ ଉର୍ଦ୍ଧ୍ବ ସାଧାରଣ ଗରିବ ଜନତା ନିର୍ଭର କରନ୍ତି ।ହେଲେ ଆନୁସଙ୍ଗିକ ଅଭାବ ଅଶୁବିଧା କାରଣ ରୁ ସାଧାରଣ ଗରିବ ଜନତା ନାନା ପ୍ରକାର ହଇରାଣ ହେବେ ସହିତ ବହୁ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି। ପଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରତେକ ଦିନ ପ୍ରାୟ 3 ରୁ 4 ସହ ରୋଗୀ ଆସିଥାନ୍ତି କିନ୍ତୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନପାଇବା କାରଣରୁ ରୋଗୀ ଓ ସାଧାରଣ ଜନତା ଙ୍କର ମନରେ ଆସନ୍ତି ବୃଦ୍ଧି ପାଇବାରେ ଲାଗିଛି। 

              ଏତେ ବଡ ଅଞ୍ଚଳ ସବୁ ପ୍ରକାର ସରକାରୀ କାର୍ଯ୍ୟାଳୟ  ରହିଛି | ହେଲେ ସ୍ୱାସ୍ଥ୍ୟ ସେବା ଅତି ନିମ୍ନ ମାନର। ନିକଟସ୍ଥ ସିଏଚସି ବୁକୁରାମୁଣ୍ଡା ହେଲେ ସେଠାକୁ ଯିବା ପାଇଁ କୋଣସି ସୁବିଧା ନାହିଁ । ବୁକୁରାମୁଣ୍ଡାର ଅନ୍ୟ ଏକ ସମସ୍ୟା ହେଲା ସେଠାରେ କେବଳ ଆବଶ୍ୟକ ମୁତାବକ ଭିତ୍ତିଭୂମି ରହିଛି କେବଳ । ଡାକ୍ତର ନାହାନ୍ତି କି ଆବଶ୍ୟକୀୟ ସରଞ୍ଜାମ ମଧ୍ୟ ନାହିଁ । 

          ପାଇକମାଲରେ ସିଏଚସି   ନିର୍ମାଣ ହେବ ନିହାତି ଜରୁରୀ ଏହା ସମସ୍ତ ପ୍ରଶାସନିକ ଅଧିକାରୀମାନେ ତଥା ନିର୍ବାଚିତ ନେତୃ ମଣ୍ଡଳୀ ଭଲ ଭାବରେ ଜାଣନ୍ତି । କିନ୍ତୁ କେହି ଭି ଏହି ଗୁରୁତର ବିଷୟ ଉପରେ ଗୁରୁତ୍ବ ପ୍ରଦାନ କରି ବିଚାର କରିଥିବା ବା କୋଣସି ପଦକ୍ଷେପ ଗ୍ରହଣ କରିଥିବା ଅନୁଭବ କରା ଯାଇ ପାରୁନାହିଁ। ଯୁବା ମଞ୍ଚ ତରଫରୁ ଆଜି ପ୍ରଦାନ କରାଯାଇଥିବା ଦାବିପତ୍ର ଉପରେ ସରକାର ଶୀଘ୍ର ବିଚାର କରି ଉଚିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିବାରେ ଅଂଚଳରେ ଏକ ବଡ ଧରଣର ଆନ୍ଦୋଳନ ର ଯଥେଷ୍ଟ ସମ୍ଭାବନା ରହିଛି। ମାରୱାଡି  ଯୁବମଞ୍ଚ ର ସଭାପତି ନିଲେଶ ଅଗ୍ରୱାଲ , ସୁମିତ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ନବୀନ ଅଗ୍ରୱାଲ, ବିକି ଅଗ୍ରୱାଲ ପ୍ରମୁଖ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |

0
0
0
s2sdefault