ହେଡଲାଇନସ୍:

ଖବର ପ୍ରସାରିତ ହେବା ପରେ ବିଧାୟିକା ଙ୍କର ନିର୍ଦ୍ଦେଶରେ ସକ୍ରିୟ ହେଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୃସିଂହନାଥ ମହାପ୍ରଭୁଙ୍କ ଜମି ହଡପ ଘଟଣା

ଆସନ୍ତା ଦୁଇ ତାରିଖରେ ମହାପ୍ରଭୁଙ୍କ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ବରଗଡ଼ ଜିଲ୍ଲା ପାଇକମାଲ ତହସିଲ ଅନ୍ତର୍ଗତ ପାଇକମାଲ ଗ୍ରାମର ଖାତା ନମ୍ବର 9 ରେ ରହିଥିବା 14 ଏକଡ଼ 04 ଡ଼ିସିମିଲ ଜମି ରୁ ପାଞ୍ଚ ଏକଡ଼ ଜମି ଯମୁନା କନ୍ଧୁଣି ଉଚ୍ଚ ବିଦ୍ୟାଳୟ କୁ ପ୍ରଦାନ କରାଯାଇଥିବା ବେଳେ ଆହୁରି କିଛି ଜମି କୁ ଜବରଦଖଲ କରଯାଇଥିବା ସୂଚନା ପରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ତହସିଲଦାର ଙ୍କର ନିକଟରେ ଜମି ଚିହ୍ନଟ ପାଇଁ ଗତ 2020 ମସିହାରେ ଏକ ଦାରଖାସ୍ତ ପ୍ରଦାନ କରାଯାଇଥିଲା । କିନ୍ତୁ ଏହା ଉପରେ ରାଜସ୍ବ ବିଭାଗ ଦ୍ଵାରା କୋଣସି ପ୍ରକାର ପଦକ୍ଷେପ ଗ୍ରହଣ କରା ନ ଯିବାରୁ ପୁନର୍ବାର ଗତ 24 ତାରିଖରେ ପାଇକମାଲ ତହସିଲଦାର ଙ୍କର ଅଫିସରେ ଆହୁରି ଏକ ଦରଖାସ୍ତ ପ୍ରଦାନ କରାଯାଇଥିଲା । ଏହି ଘଟଣା ବାବଦରେ ଗତକାଲି ଆମେ ଖବର ପ୍ରସାରଣ କରିବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା , ଆଜି ସକାଳୁ ପାଇକମାଲ ତହସିଲଦାର ଶ୍ରୀ ଅକ୍ଷୟ କୁମାର ବାଗ ଙ୍କୁ ଯୋଗାଯୋଗ କରି ତୁରନ୍ତ ଏହି ସମ୍ବେଦନଶୀଳ ମାମଲାରେ ହସ୍ତକ୍ଷେପ କରି ଆବଶ୍ୟକତା ମୁତାବକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ତହସିଲଦାର ଙ୍କର ନିର୍ଦେଶ ପାଇବା ପରେ ପାଇକମାଲ ରାଜସ୍ୱ ନିରୀକ୍ଷକ ଆଜି ନୋଟିସ ମାଧ୍ୟମରେ ସୁଚନା ପ୍ରଦାନ କରିଛନ୍ତି ଯେ ଆସନ୍ତା ଦୁଇ ତାରିଖରେ ମହାପ୍ରଭୁଙ୍କ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ।

ଆମେ ଖବର ପ୍ରକାଶ କରିଥିଲୁ :

ନୃସିଂହନାଥ ମନ୍ଦିରର ଭୁସମ୍ପତ୍ତି କାହା କବଜାରେ.

0
0
0
s2sdefault