ବରଗଡ଼:-ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ନୃସିଂହନାଥ ପୀଠ । ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ରହିଛି ଅନେକ ଭୁସମ୍ପତି । ପାଇକମାଲ ଅଞ୍ଚଳର ବିଭିନ୍ନ ଗ୍ରାମ ଯଥା ପିପଲଖୁଣ୍ଟା ମୈାଜା,କୋକନରା ମୈାଜା ଏବଂ ସାଲେପାଲି ମୈାଜାରେ ମଧ୍ୟ ଠାକୁରଙ୍କ ଜମି ରହିଛି।ତନ୍ମମଧ୍ୟରୁ ପାଇକମାଲ ମୈାଜାରେ ଖାତାନଂ ୯ ଅନୁସାରେ ସମୁଦାୟ ୧୦ ଗୋଟି ପ୍ଲଟ ଏବଂ ଏହାର ଏରିଆ ୧୪.୦୮ ଏକର ରହିଛି । ଅତୀତରେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍କୁଲ ପାଇଁ ୫ ଏକର ଦିଆଯାଇଥିବା ବେଳେ,ଅବଶିଷ୍ଟ ୯.୦୮ ଏକର ଜମିରେ ଅନେକ ବ୍ୟକ୍ତି ବିଶେଷ ଜବରଦସ୍ତ ଦଖଲ କରି ବଡ଼ବଡ଼ ଅଟ୍ଟାଳିକା ତିଆରି କରି ବସବାସ କରୁଥିବା ଅସ୍ପଷ୍ଟ ସୂତ୍ରରୁ ପ୍ରକାଶ । ଗତ 2020 ମସିହାରେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଅଭିଯୋଗ ପାଇକମାଲ ଥାନାରେ କରଯାଇଥିବା ବେଳେ , ପାଇକମାଲ ତହସିଲଦାର ଙ୍କୁ ଲିଖିତ ଭାବରେ ଏହି ଜମି ଚିହ୍ନଟ ପାଇଁ ଲିଖିର ଭାବରେ ଅନୁରୋଧ କରଯାଇଥିଲା । କିନ୍ତୁ ସେହି ସମୟରେ କୋବିଡ଼ ର ବାହାନା କରି ଜମି ଚିହ୍ନଟ କାର୍ୟ୍ଯ ହୋଇ ପାରିଲା ନାହିଁ କିମ୍ବା ପରେ ଏହି ମାମଲାରେ ରାଜସ୍ବ ବିଭାଗ କିମ୍ବା ସ୍ଥାନୀୟ ତହସିଲଦାର ଙ୍କର ତରଫରୁ କୋଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି ଗତ 24 ତାରିଖ ଦିନ ପାଇକମାଲ ତହସିଲଦାର ଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଜମି ଚିହ୍ନଟ ପାଇଁ ନିବେଦନ କରାଯାଇଛି । ଏଠାରେ ଗୋଟିଏ କଥା ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ ଯେ , ଯଦି ମହାପ୍ରଭୁଙ୍କ ଜମି ଚିହ୍ନଟ ପାଇଁ ବିଭାଗୀୟ ବାବୁ ମାନଙ୍କୁ ବାରମ୍ବାର ଅନୁରୋଧ କରିବାକୁ ପଡୁଥିବା ବେଳେ , ସାଧାରଣ ଲୋକଙ୍କ ଅବସ୍ଥା ସହଜରେ ଅନୁମାନ କରାଯାଇ ପାରେ । ମହାପ୍ରଭୁଙ୍କ ଙ୍କର ଭୁସମ୍ପତି ଯଦି ବେଆଇନ ଭାବରେ କବଜା ହୋଇଥାଏ ତେବେ ଏହା ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଉଚିତ । ଦେଖିବାକୁ ବାକି ରହିଲା ଯେ କେବେ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ମହାପ୍ରଭୁଙ୍କ ଜମି ଚିହ୍ନଟ କରିବା ପାଇଁ ସମୟ ମିଳୁଛି ।
ରାଜ୍ୟ
ନୃସିଂହନାଥ ମନ୍ଦିରର ଭୁସମ୍ପତ୍ତି କାହା କବଜାରେ.
- Hits: 1417











