ହେଡଲାଇନସ୍:

ମେକ ଇନ ଓଡିଶା ଚାଲିଛି, ହେଲେ ଓଡ଼ିଶାରେ ପୁଞ୍ଜିନିବେଶ ସଂକ୍ରାନ୍ତୀୟ ତଥ୍ୟ ସରକାରଙ୍କ ନିକଟରେ ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପପ୍ରତିଷ୍ଠା  ପାଇଁ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଲାଗି ବ୍ୟାପକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ  ହେଉଛି । କାର୍ଯ୍ୟକ୍ରମରେ ନିବେଶକାରୀଙ୍କୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଖଟାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଅଥଚ ଏ ସଂକ୍ରାନ୍ତରେ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନର ଶେଷ ଦିନରେ ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ଦେଶ ଭିତରେ, ବିଦେଶରେ ଓ ରାଜ୍ୟର କେଉଁ କେଉଁ ସ୍ଥାନରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ୨୦୧୦ରୁ ଏଯାବତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଛି ଏବଂ ଏହି କାର୍ଯ୍ୟକ୍ରମରେ କେତେ ଟଙ୍କାର ପୁଞ୍ଜିନିବେଶ ଲାଗି କେଉଁ କେଉଁ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ ଓ ସେଥିମଧ୍ୟରୁ ଏଯାବତ୍ କେତେ ପୁଞ୍ଜି ଓଡ଼ିଶାରେ କେଉଁ ପ୍ରକଳ୍ପ ଲାଗି ନିବେଶ ହୋଇଛି ବୋଲି ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ଜାଣିବାକୁ ଚାହିଁଥିଲେ । ଏହାଛଡ଼ା ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଲାଗି ଦେଶ ବିଦେଶର କେଉଁ ସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ସମେତ କେଉଁ ମନ୍ତ୍ରୀ ଓ ଅଧିକାରୀ କେବେ ଗସ୍ତ କରିଛନ୍ତି ଓ ସେଥିଲାଗି ଏମାନଙ୍କ ଗସ୍ତ ଖର୍ଚ୍ଚ ତଥା କାର୍ଯ୍ୟକ୍ରମ ବାବଦରେ ଓଡ଼ିଶା ସରକାର ଏବଂ ଅନ୍ୟ କେଉଁ ସଂସ୍ଥା କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ବୋଲି ମଧ୍ୟ ସେ ଜାଣିବାକୁ ଚାହିଁଥିଲେ । 

ଏହାର ଉତ୍ତରରେ ଶିଳ୍ପମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି "ତଥ୍ୟ ସଂଗ୍ରହ ·ଲିଛି' । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରାଜ୍ୟ ଭିତରେ ଓ ବାହାରେ ଓଡ଼ିଶା ସରକାର ରୋଡ୍ ଶୋ'ମାନ କରୁଛନ୍ତି ଏବଂ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ବି ଯୋଗ ଦେଉଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ପୁଞ୍ଜିନିବେଶକାରୀ ଓଡ଼ିଶାରେ ପ୍ରକଳ୍ପ ପ୍ରତିଷ୍ଠା  ଲାଗି ମଧ୍ୟ ପ୍ରତିଶ୍ରୁତି ଦେଇ·ଲୁଛନ୍ତି । ଏ କଥା ସରକାରଙ୍କ ପକ୍ଷରୁ ବାରମ୍ବାର ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଅଥଚ କେଉଁ ସଂସ୍ଥା ଓଡ଼ିଶାରେ କେଉଁ ପ୍ରକଳ୍ପ ଲାଗି କେତେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଓ ସେଥିରୁ କେତେ ପୁଞ୍ଜିନିବେଶ ହୋଇଛି ସେ ସଂକ୍ରାନ୍ତରେ ତଥ୍ୟ ଶିଳ୍ପମନ୍ତ୍ରୀ ବିଧାନସଭାରେ ଦେଇପାରୁନଥିବା ଘେନି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । 

0
0
0
s2sdefault