ହେଡଲାଇନସ୍:

ଜୀବନ ବୀମା ଅଭିକର୍ତ୍ତା  ବଲାଙ୍ଗିର ଶାଖାର ବାର୍ଷିକ ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର/ନିରୋଜ ମିଶ୍ର - ସ୍ଥାନୀୟ ଭଗବତୀ ମଣ୍ଡପରେ ଜୀବନ ବୀମା ଅଭିକର୍ତ୍ତାଙ୍କର ବଲାଙ୍ଗିର ଶାଖା ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । ସମ୍ବଲପୁର ଡିଭିଜିନାଲ କାଉନସିଲ (ଲିଆଫି) ଅଧିନରେ ଥିବା ଏହି ବଲାଙ୍ଗିର ଶାଖାର ପାଟଣାଗଡ, ସୋନପୁର, ଡୁଙ୍ଗୁରିପାଲି ଏବଂ ବଲାଙ୍ଗିର ଅଞ୍ଚଳରେ ଥିବା ଶତାଧିକ ଅଭିକର୍ତ୍ତା ଏହି ସମ୍ମିଳନୀରେ ଯୋଗଦାନ କରିଥିଲେ । ବଲାଙ୍ଗିର ଶାଖା ସଭାପତି ଅସୀମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ   ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶ୍ରମିକ ନେତା ତଥା ଓଶ୍ରୁ ବଲାଙ୍ଗିର ଶାଖାର ସାଧାରଣ ସଂପାଦକ ସୁରୁଲାଲ ମଟାରୀ, ଜୀବନବୀମା ବଲାଙ୍ଗିର ଶାଖା ବରିଷ୍ଠ  ପ୍ରବନ୍ଧକ ପ୍ରଭାତ କୁମାର ପୃଷ୍ଟି ଏବଂ ମଣ୍ଡଳ କୋଷାଧ୍ୟକ୍ଷ ସଂଜିତ କୁମାର ନାଏକ ଯୋଗଦାନ କରିଥିଲେ ।  ସଭା ପ୍ରାରମ୍ଭରେ ଦିବଙ୍ଗତ ଅଭିକର୍ତ୍ତର୍ା ମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭାରେ ମୁଖ୍ୟଅତିଥି ଶ୍ରୀ ପଣ୍ଡା ଅଭିକର୍ତ୍ତାମାନଙ୍କ ଉଦେ୍ଧଶ୍ୟରେ କହିଥିଲେ ଜୀବନବୀମା ନିଗମ ସ୍ଥାପନ ହେଲା ଦିନ ଠାରୁ ସରକାରକୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତାର ହାତ ବଢାଇଛି କିନ୍ତୁ ସରକାର ଆଜି ଦିନରେ ଜୀବନବୀମା ନିଗମକୁ ଘରୋଇକରଣ କରିବା ପାଇଁ ହୀନ ଚକ୍ରାନ୍ତ କରୁଛି । ବିଶ୍ୱସ୍ଥସୂତ୍ରରୁ ଯାହା ଜଣାଯାଏ ଆଗାମୀ ୪/୫ବର୍ଷ ମଧ୍ୟରେ ଏହାର ଘରୋଇକରଣ କରିବା ପାଇଁ ସରକାର ସ୍ଥିର କରିଛନ୍ତି । ଯାହା ଫଳରେ ଦେଶଯାକ ଅଭିକର୍ତ୍ତା ତଥା ନିଗମ କର୍ମ·ରୀଙ୍କ ମଧ୍ୟରୁ ୭୦ ପ୍ରତିଶତ ଛଟେଇ ହୋଇଯିବା ଆଶଂକା ସୃଷ୍ଟି ହୋଇଛି । ତେଣୁ ବେଳ ଥାଉଁ, ଆମ ଅଭିକର୍ତ୍ତା ବନ୍ଧୁମାନଙ୍କୁ ସଚେତନ ହୋଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପଡିବ, ସରକାରକୁ ଚେତେଇ ଦେବାକୁ ପଡିବ ଜୀବନବୀମା ଭଳିଆ ବିଭିନ୍ନ ସରକାରୀ ଉଦ୍ୟୋଗ ଗୁଡିକ ଯେଉଁମାନେକି ସରକାରଙ୍କୁ ଅନେକ ଆର୍ଥିକ ଲାଭ ଦେଉଛନ୍ତି, ଦେଶର ଅର୍ଥନୀତିକୁ ବଢେଇବାରେ ସହଯୋଗ କରୁଛନ୍ତି, ସେହି ସବୁ ସଂସ୍ଥାକୁ ଯଦି ସରକାର ହୀନ ଚକ୍ରାନ୍ତ କରି ଘରୋଇ କଂପାନୀ ହାତକୁ ଠେଲିଦେବେ ତେବେ କେବଳ ଅଭିକର୍ତ୍ତା ନୁହନ୍ତି ଦେଶର କୋଟି ଗରିବ ଜନତା ମଧ୍ୟ ସରକାରଙ୍କ ଏଭଳି ଜନବରୋଧି ନୀତି ବିରୁଦ୍ଧରେ ଏକଜୁଟ ହୋଇ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ । ସମ୍ମାନିତ ଅତିଥି ଭାବେ ଓଶ୍ରୁ ସଂପାଦକ ସୁରୁୁଲାଲ ମଟାରୀ କହିଥିଲେ ସାଥୀ ଅଭିକର୍ତ୍ତାମାନଙ୍କ କାମ ହେଲା ବ୍ୟକ୍ତିର ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବା । ବ୍ୟକ୍ତିର ଆର୍ଥିକ ମାନଦଣ୍ଡରେ ସୁଧାର ଆସିଲେ ସମାଜ ସୁଧୁରିଥାଏ । ସମାଜ ସୁଧୁରିଲେ ଦେଶର ଆର୍ଥିକ ଅବସ୍ଥା ସୁଧୁରେ କିନ୍ତୁ ଦୁଃଖର ବିଷୟ ପୁତ୍ତପତିମାନଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥ ପ୍ରତି ଅଣଦେଖା କରୁଛି । ସେଥିପାଇଁ ଅଭିକର୍ତ୍ତା ବନ୍ଧୁମାନେ ଏକଜୁଟ ହୋଇ ସରକାରଙ୍କ ଅସଲ ଚରିତ୍ରକୁ ପଦାରେ ପକାନ୍ତୁ ବୋଲି ସେ ଆହ୍ୱାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ପୃଷ୍ଟି ଶାଖା ସ୍ତରରେ ଅଭିକର୍ତ୍ତମାନଙ୍କ ଯାହା ସମସ୍ୟା ଅଛି ତାହାର ସେ ନିଶ୍ଚୟ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସଂଗଠନର ପୂର୍ବତନ ସଭାପତି ଶୁଶାନ୍ତ ଷଢଙ୍ଗୀ ଓ ଶମ୍ଭୁନାଥ ମିଶ୍ର ଶର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୀମା କର୍ମ·ରୀ ସଂଗଠନର ବରିଷ୍ଠ ସଭ୍ୟ ବିଭୁତି ପାଣିଗ୍ରାହୀ, ବୀମା ଅଧିକାରୀ ମହାସଂଘର ସଭ୍ୟ ଦଧିବାମନ ବାରିକ, ଉନ୍ନୟନ ଅଧିକାରୀ ବିଜୟ କୁମାର ଦାଶ, ସୋନପୁର ସାଟେଲାଇଟ ଶାଖାର ଅଭିକର୍ତ୍ତା ଡମ୍ବରୁଧର ମେହେର, ଡୁଙ୍ଗୁରିପାଲି ଶାଖାର ସୁନିଲ କୁମାର ମିତ୍ତଲ, ପାଟଣାଗଡ ଶାଖାର କହ୍ନେଇଲାଲ ମେହେର ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।  କାର୍ଯ୍ୟକାରୀ ସଭାପତି ରାମପ୍ରସାଦ ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଶଶି ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଆଗାମୀ ବର୍ଷ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ସହିତ ନିର୍ବାଚନ ଅନୁଷ୍ଠିତ  ହୋଇଥିଲା । ସର୍ବସମ୍ମତକ୍ରମେ ଅସୀମ ପଟ୍ଟନାୟକ ପୁନର୍ବାର ଶାଖା ସଭାପତି ନିର୍ବାଚିତ କରାଯାଇଥିବା ବେଳେ ସରୋଜ କୁମାର ଭୋଇଙ୍କୁ ଶାଖା ସଂପାଦକ ଭାବେ ନିର୍ବାଚିତ କରାଯାଇଥିଲା । କାର୍ଯ୍ୟକ୍ରମର ସୁପରିଚାଳନାରେ ଶାଖାର ବ୍ରଜରାଜ ହୋତା, ପ୍ରତାପ ସାହୁ, ରାମଜୀ ପ୍ରସାଦ ମିଶ୍ର, ପ୍ରଭୁଦତ୍ତ ଦାଶ, ଚନ୍ଦ୍ରଶେଖର ଦଳେଇ, ସାଧୁରାମ ପୃଷ୍ଟି, ଜଗଦିଶ ନାଏକ, କୃତିବାସ କର୍ମୀ ପ୍ରମୁଖ ସହଯୋଗ କରିଥିଲେ । 

0
0
0
s2sdefault