ହେଡଲାଇନସ୍:

ଓଡ଼ିଶା ସରକାରଙ୍କୁ ଦୋହଲାଇଦେଲା ମୋଦି ସୁନାମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବୀନ ସରକାରଙ୍କ ବିରୋଧରେ ମୋଦି ମାରିଲେ ଅଭିଯୋଗ ବାଣ

ଫୁଲ ଜୋଶରେ ବିଜେପି କରମୀ ଓ ନେତା  

ଝାରସୁଗୁଡା/ତାଳଚେର : ଓଡ଼ିଶା ସରକାର ଦୁର୍ନୀତିଗ୍ରସ୍ତ। ଏ ସରକାର ପଛୁଆ। ଏ ଦୁର୍ବଳ ଦୁନୀତିଗ୍ରସ୍ତ ଆଉ ପଛୁଆ ସରକାରକୁ ଦିଲ୍ଲୀରୁ ଉଠାଇବାକୁ ପଡ଼ୁଛି।  ଏ ସରକାର ଚାହୁଁନି ଏଇ ରାଜ୍ୟରେ ବିକାଶ ହେଉ | ରାଜ୍ୟ ସାରଳାର କେବଳ କାଗଜ କଲମରେ ବିକାଶ କରୁଛନ୍ତି |  ବିକାଶ ପାଇଁ ଓଡ଼ିଶାରେ ଏବେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇପାରିବ। ବିଜେପି ସରକାର ଓଡ଼ିଶାରେ ଆଣିବା ପାଇଁ ଜନସାଧାରଣଙ୍କୁ ପରୋକ୍ଷରେ ଆହ୍ଵାନ ଦେଇଥିଲେ ମୋଦୀ। ପ୍ରଥମ ଥର ପାଇଁ ଏତେ କଠୋର ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଝାରସୁଗୁଡା ଓ ତାଳଚେରରେ ଦୁଇଟି ଜନ ସଭାରେ ବିଜେପି କର୍ମୀଙ୍କୁ ସମ୍ବୋଧିତ  ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଝଡ ଭଳି ଆକ୍ରମଣ କରିଛନ୍ତି | ସବୁଠାରୁ ମଜା କଥା ହେଲା ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କୁ ପ୍ରିୟମିତର ବୋଲି  କହିଥିବା ବେଳେ ଦୁଇଟି ଯାକ ଦଳୀୟ ସଭାରେ ଓଡିଶା ସରକାରଙ୍କ ଉପରେ ସୁନାମି ପରି ପ୍ରହାର କରିଥିଲେ |  ହେଲେ ପ୍ରଧାନମନ୍ତ୍ରୀଙ୍କ ଏଇ ଭାଷଣର ସୁନାମି ଭିତରେ ସ୍ଥାନ ପାଇନଥିଲା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହେଉଥିବା ରାଫେଲ ଦୁର୍ନୀତି, ତେଲ ଦର ବୃଦ୍ଧି ଓ ଟଙ୍କାର ଅବମୂଲ୍ୟାୟନ ଜନିତ ସମସ୍ୟା ସମ୍ପର୍କିତ ଉତ୍ତର ନଥିଲା | ଆଉ ଲାଗୁଥିଲା ମୋଦି ଓଡ଼ିଶାରେ ତାଙ୍କର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି | ରାଜ୍ୟ ସରକାର ଓ ନବୀନଙ୍କ ବିରୋଧରେ ୧୦ ଦଫା ଅଭିଯୋଗ ଫର୍ଦ ଉପସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ।

ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଥମେ  ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିଥିବା ବେଳେ ଝାରସୁଗୁଡ଼ା ବିମାନବନ୍ଦରକୁ ମଧ୍ୟ ଲୋକାର୍ପିତ କରିଥିଲେ । ତାଳଚେରରେ ଅନୁଷ୍ଠିତ ସଭାରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା, ଆୟୁଷ୍ମାନ ଯୋଜନା ଓ ଟଙ୍କିକିଆ ଚାଉଳ ଯୋଜନା ସଂପର୍କରେ ଇଙ୍ଗିତ କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ପ୍ରକଟ କରିଥିଲେ।ନବୀନ ସରକାରକୁ  ସରକାରକୁ ଦୁର୍ନୀତିଗ୍ରସ୍ତ ଓ ପଛୁଆ ବୋଲି କହିବା ସହ ଭ୍ରଷ୍ଟାଚାର ଓ ବିଳମ୍ବିତ ନିଷ୍ପତ୍ତି ଓଡ଼ିଶା ସରକାରର ପରିଚୟ ହେଲାଣି ବୋଲି କହିଛନ୍ତି| ଓଡ଼ିଶାରେ ‘ପିସି’ କାରବାର ଚାଲିଛି ବେଲି କହିବା ସହ ଏଇ ପିସିରେ ରାଜ୍ୟର ଗରିବପେଷି ହୋଇଗଲେଣି ବୋଲି ଅଭିଯୋଗ କରିଥିଲେ |  ଯେଉଁଠି ଗୋଟାଏ ଭ୍ରଷ୍ଟତନ୍ତ୍ର ଚାଲିଛି ସେଠି ବିକାଶ କେମିତି ହେବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ | 

ବେକାରୀ, ମାତୃଶିଶୁ ମୃତ୍ୟୁ, ଅପପୁଷ୍ଟି ସ୍ଥିତି ଗମ୍ଭୀର ରହିଛି କହିବା ସହ ମୋଦି ରାଜ୍ୟର ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଦୟନୀୟ ବୋଲି କହି ନବୀନ ବାବୁ କାହିଁକି ଆୟୁସ୍ମାନ କାର୍ଯ୍ୟକ୍ରମକୁ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ | ତାଗିଦ ଭରା କଣ୍ଠରେ କହିଥିଲେ ଯେ   "ଖୋଲା ସଭାରେ ନବୀନ ବାବୁଙ୍କୁ ପୁଣି ଥରେ କହୁଛି, ଯୋଜନାରେ ସାମିଲ ହୁଅନ୍ତୁ, ଗରିବଙ୍କୁ ଲାଭ ଦିଅନ୍ତୁ।" ମୋଦି ଆହୁରି କହିଥିଲେ ଯେ ରାଞ୍ଚିରୁ ଆରମ୍ଭ ହେଉଥିବା ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ୧୦ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ। ୫ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ବୀମା ସୁବିଧା ମିଳିବ। ୨୭ଟି ରାଜ୍ୟ ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୁନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି ୫ ଟି ଜିଲ୍ଲା ହସ୍ପିଟାଲ (ବାଲେଶ୍ୱର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ) କୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି। ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୁନିକୀକରଣ ହେଉଛି। ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ମଧ୍ୟ ଆଧୁନିକୀକରଣ କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ନେଇ ଗର୍ଜୁଥିଲା ରାଜ୍ୟ ବିଜେପି। ଆଜି ଏ ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ପଛର ରହସ୍ୟ ସୂଚାଇ ମୋଦୀ କହିଥିଲେ, କେନ୍ଦ୍ର ସରକାର ଚାଉଳ କେଜି ପିଛା ୨୫ରୁ ୩୦ ଟଙ୍କା ଦେଉଛନ୍ତି। ଅର୍ଥାତ୍‌ ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି, ତା ପଛରେ କେନ୍ଦ୍ରର ଭାଗ ୨୫ରୁ ୩୦ ଟଙ୍କା ରହିଛି। ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଟଙ୍କା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ |   ୫୦ ବର୍ଷ ପରେ ଓଡ଼ିଶାରେ ଦ୍ୱିତୀୟ ବିମାନ ବନ୍ଦର ହୋଇଛି। ଖୁବ୍‌ ଶୀଘ୍ର କୋରାପୁଟ, କଳାହାଣ୍ଡି ଓ ରାଉରକେଲାରେ ବି ବିମାନବନ୍ଦର ହେବବୋଲି ପ୍ରଧାନ ମନ୍ତ୍ରୀ କହିବା ସହ ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାର ବହୁତ ପଛରେ ଥିବା ଅଭିଯୋଗ କରିଥିଲେ | କେନ୍ଦ୍ରୀୟ ଅବହେଳା ନେଇ ରାଜ୍ୟ ସରକାରଙ୍କ ନାରାବାଜି ଉପରେ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, ଉପା ସରକାର ସମୟରେ ୮୨ ହଜାର କୋଟି ଟଙ୍କା ମିଳୁଥିଲା। ଏନ୍‌ଡିଏ ସରକାର ସମୟରେ ଏହା ୨ଲକ୍ଷ କୋଟି ଟଙ୍କା ଡେଇଁଛି। ହେଲେ ଦୁର୍ଭାଗ୍ୟ ହେଲା, ଅନୁଦାନ ଅର୍ଥ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।

 ଉଜ୍ଜଳା ଯୋଜନାକୁ ନିଜ ଯୋଜନାରେ ଭୁୟସୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ୨୦୨୨ ସୁଦ୍ଧା ଦେଶରେ କେହି ହେଲେ ବାସହୀନ ରହିବେ ନାହିଁ । ଓଡ଼ିଶାରେ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ମଂଜୁରି ଦିଆଯାଇଛି । ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ଖାତା ଖୋଲାଯାଇଛି। ରାଜ୍ୟର ୫୦ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ | 

ଦଳୀୟ କାର୍ଯ୍ୟକ୍ରମରେ ବରିଷ୍ଠ ନେତାମାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ସୁରେଶ ପ୍ରଭୁ, ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଉପସ୍ଥିତ ଥିଲେ। ଦୁଇଟି ସାଧାରଣ ସଭାରେ ଓଡିଶା ର ନବୀନ ସରକାର ବିରୋଧରେ ଆକ୍ରମଣ ସେଠାରେ ଉପସ୍ଥିତ ବିଜେପି ନେତା ଓ କରମୀଙ୍କୁ ବେଶ ଉତ୍ସାହିତ କରିଥିଲା | 

0
0
0
s2sdefault