ହେଡଲାଇନସ୍:

୭ ଦଫା ଦାବି ପୂରଣ ନିମନ୍ତେ ଜେଏମଏମର ୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୋରଡ଼ା ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଭିନ୍ନ ସରକାରୀ ଡ଼ାକ୍ତରଖାନାରେ ଆବଶ୍ୟକୀୟ ଡ଼ାକ୍ତର ସହିତ ଷ୍ଟାଫ ନାହାନ୍ତି, ନିରାମୟ ଯୋଜନା ଓ ଜନ ଔଷଧୀ କେନ୍ଦ୍ରରେ ଡ଼ାକ୍ତରମାନଙ୍କ ପ୍ରେସକ୍ରିପସନ ଅନୁସାରେ ଔଷଧ ମିଳୁ ନାହିଁ । ଫଳରେ ରୋଗୀକୁ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ସରକାରୀ ଚିକିତ୍ସାଳୟଗୁଡ଼ିକରେ ରୋଗ ନିରୁପଣ ନିମନ୍ତେ ଆବଶ୍ୟକୀୟ ଯନ୍ତ୍ରପାତି ନ ଥିବାରୁ ରୋଗୀମାନଙ୍କୁ ସହରକୁ ଯିବାକୁ ପଡ଼ୁଛି । ସେହିପରି ଅଘୋଷିତ ବିଦ୍ୟୁତ  କାଟ ଜନସାଧାରଣଙ୍କୁ ନାକେଦମ କରାଇ ଦେଇଛି । ହାତୀ ଉପଦ୍ରବ ମୋରଡ଼ାବାସୀଙ୍କ  ଆଖିରୁ ନିଦ ହଜାଇ ଦେଇଛି । ଧନଜୀବନ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ ପାରୁ ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । କେଉଁଠାରେ ଜଣେ ଶିକ୍ଷକରେ ୫ଟି ଶ୍ରେଣୀରେ ଶିକ୍ଷାଦାନ ହେଉଛି, ପୁଣି କେଉଁଠି ବିଦ୍ୟାଳୟର ଗୃହ ନାହିଁ । ଛଉନୃତ୍ୟ ମୟୂରଭଞ୍ଜ ଜିଲ୍ଲାକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ବେଳେ ପ୍ରଶାସନ ଗ୍ରାମାଞ୍ଚଳ ଛଉନୃତ୍ୟକୁ ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ଛଉନୃତ୍ୟର ବିକାଶ ନିମନ୍ତେ ଗ୍ରାମାଞ୍ଚଳ ଛଉ ଏକାଡେ଼ମୀର ପ୍ରତିଷ୍ଠା  ଆଦି ୭ ଦଫା ଦାବି ନେଇ ଆଜି ଜେଏମଏମ ପକ୍ଷରୁ ୧୨ ଘଣ୍ଟିଆ ମୋରଡ଼ା ବନ୍ଦର ଡ଼ାକରା ଦିଆଯାଇଥିଲା । ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଆଜି ସକାଳ ୬ଟାରୁ ମୋରଡ଼ା ବ୍ଲକ ସଭାପତି ଗୁଡ଼ୁରା ମାର୍ଣ୍ଡିଙ୍କ ନେତୃତ୍ୱ ଓ ପ୍ରନୁତୋଷ ବାରିକ, ଅଞ୍ଜନ ବେହେରା, ଅନୀଲ ହାଁସଦାଃ, ଧନଞ୍ଜୟ ସାହୁ, ଜଗନ୍ନାଥ ହେମ୍ବ୍ରମ ପ୍ରମୁଖ ନେତାମାନଙ୍କ ସହଯୋଗରେ ଶତାଧିକ କର୍ମୀ ଓ ସମର୍ଥକ ମାନେ ଏକ ଶୋଭାଯାତ୍ରାରେ ବାହାରି ପିକେଟି ଆରମ୍ଭ କରିଥିଲେ । ଏହି ବନ୍ଦର ପ୍ରଭାବ ମୋରଡ଼ା ବ୍ଲକର ଗାଁଗଣ୍ଡାଗୁଡ଼ିକରେ ମଧ୍ୟ ପରିଲକ୍ଷିତ ହୋଇଥିଲା । ମୋରଡ଼ା ସହିତ ଚିତ୍ରଡ଼ା, ନୂଆଗାଁ, ମାଳିହତା, ଖୁରୁଣ୍ଟିଆ, ପାଟକୁଣ୍ଡିଆ, ସାନମୁଣ୍ଢାବଣି, ଟୁକପଳାଶିଆ, ଣୂଆଝାଳିଆ, ଚଢେ଼ଇଗାଁ, ବରକନ୍ଦ, ଦାନ୍ତିଆମୁହାଁ, ନଳଗଜା, ରାସଗୋବିନ୍ଦପୁର, ଝିଙ୍କିରିଆ, ନିଚୁଆପଦା, ଦେବଶୋଳ ଆଦି ବିଭିନ୍ନ ଛକମାନଙ୍କରେ ବନ୍ଦ ପାଳନକାରୀମାନଙ୍କ ପକ୍ଷରୁ ପିକେଟିଂ ଜାରି ରହିଥିଲା । ଫଳରେ ମୋରଡ଼ା ବ୍ଲକର ସମସ୍ତ ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପରିବହନ, ଗମନାଗମନ, ଦୋକାନବଜାର ଆଦି ବନ୍ଦ ରହିଥିଲା । ବ୍ଲକ ମଧ୍ୟ ଦେଇ ଯାଇଥିବା ବାରିପଦା-ଜଳେଶ୍ୱର ରାଜ୍ୟ ରାଜପଥ ସହିତ ବାରିପଦା- ବାଲେଶ୍ୱର ଜାତୀୟ ରାଜପଥ ଓ ବିଭିନ୍ନ ରାସ୍ତାରେ ଶହଶହ ସଂଖ୍ୟାରେ ଗାଡ଼ିମୋଟର ଅଟକି ରହିଥିଲା । ମୋଟ ଉପରେ ବନ୍ଦକୁ ମିଳିଥିଲା ଅଦ୍ଭୁତପୂର୍ବ ଜନସମର୍ଥନ । ଏହାକୁ ଦେଖିଲେ ବ୍ଲକରେ ଜନସାଧାରଣଙ୍କ ମଧ୍ୟରେ ରହିଥିବା ସରକାରୀ ବିରୋଧୀ ମନୋଭାବର ଚିତ୍ର ସ୍ପଷ୍ଟ ବାରି ହୋଇପଡ଼ିଛି ।  

 

0
0
0
s2sdefault