ହେଡଲାଇନସ୍:

କଂଗ୍ରେସର ଅଭିଯୋଗ : ବିଜେଡିର ହାତବାରିସୀ ସାଜି ପୌର ବିକାଶରେ ବାଧକ ସାଜୁଛି ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗତ ୫ ବର୍ଷ ମଧ୍ୟରେ ପାରଳାଖେମୁଣ୍ଡି ପୌରପରିଷଦର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ବିଜୁଜନତାଦଳ ପ୍ରରୋଚନାରେ ପ୍ରଶାସନ ବାଧା ଦେଇ ଉନ୍ନୟନ କାର୍ଯ୍ୟକୁ ବନ୍ଦ କରିଦେବା ପାଇଁ ପ୍ରୟାସ କରି ଆସୁଅଛି ବୋଲି ନଗର କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ନଗର କଂଗ୍ରେସ ପକ୍ଷରୁ ପୌର ପରିଷଦର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟରେ ପ୍ରଶାସନିକ ବାଧା ନେଇ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ନଗର କଂଗ୍ରେସ ସଭାପତି, ବସନ୍ତ ପଣ୍ଡା , ବିଧାୟକ ପ୍ରତିନିଧି ତଥା ବରିଷ୍ଠ ନେତା କେ. ରାମସ୍ୱାମୀ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ପ୍ରଶାସନିକ ବାଧା ଅଭିଯୋଗ ଆଣି କହିଥିଲେଯେ ପାରଳାଖେମୁଣ୍ଡି ପୌର ସଂସ୍ଥା କାର୍ଯ୍ୟାଳୟ ୧୩୩ ବର୍ଷର ପୁରୁଣା ତାକୁ ଦୃଷ୍ଟିରେ ରଖି ୨ କୋଟି ୧୦ ଲକ୍ଷଟଙ୍କା ବ୍ୟୟରେ ନୂତନ କାର୍ଯ୍ୟାଳୟ କୋଠା ନିର୍ମାଣ ହେଲା । ଉଦ୍‍ଘାଟନ ମଧ୍ୟ ହେଲା । ହେଲେ ଏହାକୁ ସହ୍ୟ କରିନପାରି  ବିଜେଡି ଦଳର ହାତବାରିସି ହୋଇ ପ୍ରଶାସନିକ କୌଣସି ଆଳ ଦେଖାଇ ନୁତନ କାର୍ଯ୍ୟାଳୟ କୋଠାଘର ତାଲା ସିଲ କରି  ସେଠାରେ ୧୪୪ ଧାରା ବାରି କରି ପୋଲିସ ବାହିନୀକୁ ମୃତାୟନ କରାଯାଇଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେହି ଭଳି ୧୫ ବର୍ଷ ହେଲା ସହରର ପଟ୍ଟନାୟକ ବନ୍ଧ ଓ ବୃହତ ସଙ୍କୁରିବନ୍ଧର ଉନ୍ନତିକରଣ ଦିଗରେ ବିଜେଡିର ପ୍ରରୋଚନାରେ ପ୍ରଶାସନ ସେହି କାର୍ଯ୍ୟକୁ ମଧ୍ୟ ବନ୍ଦ ର ପ୍ରୟାସ, ସେହି ବନ୍ଧ ଦ୍ୱାରା ୧୨ନଂ ଵାର୍ଡର ରହୁଥିବା ମତ୍ସ୍ୟଜୀବି ମାନେ ମାଛ ଚାଷ କରି ଜୀବିକା ନିର୍ବାହ କରିଥିଲେ । ଯାହାକି ତାଙ୍କ ଦାନା ପାଇଁ ପେଟକୁ ମାରିବା ସଦୃଶ୍ୟ ହେଲା । ୨୦୦୩ରୁ ୨୦୧୩ ମଧ୍ୟରେ ପୌରପରିଷଦକୁ ବିଜୁ ଜନତା ଦଳ-ଭାରତୀୟ ଜନତାପାର୍ଟି ଅମଳରେ ଉନ୍ନତିକରଣ ପାଇଁ ଅନେକ ପାଣ୍ଠି ଆସିଥିଲା । ହେଲେ ସେତେବେଳେ ସେମାନେ ସେହି ପାଣ୍ଠିକୁ ଠିକ ଭାବେ ଖର୍ଚ୍ଚ ନକରିପାରି କେବଳ ନିଜର ଓ ଦଳୀୟ କର୍ମକର୍ତ୍ତାଙ୍କ ଉନ୍ନତି ଦିଗରେ କାମ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ୨୦୧୩ରେ ଅନୁଷ୍ଠିତ ପୌର ନିର୍ବାଚନରେ ଲୋକେ କଂଗ୍ରେସକୁ ଭୋଟ ଦେଇ ବିଜୟୀ କରାଇଥିଲେ । ତାପରଠାରୁ ପୌରପରିଷଦରେ ଉନ୍ନତି କାର୍ଯ୍ୟ ଆଗେଇ ଚାଲିଥିଲେ ହେଁ ବିଜେଡିର ଚୁପ ଓ ପ୍ରରୋଚନାରେ ପ୍ରଶାସନିକ ବାଧା ଉନ୍ନତି ପଥର ଅନ୍ତରାୟ ହୋଇ ପଡିଛି ବୋଲି ଅଭିଯୋଗ କରି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସଞ୍ଜୟ କୁମାର ଅଧିକାରୀ, କାଉନସିଲର ଖଗେଶ୍ୱର ବେହେରା, ବିଭୁତି ନାୟକ ଓ କାଉନସିଲର ସମେତ କଂଗ୍ରେସ ନେତା କୃଷ୍ଣ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault