ହେଡଲାଇନସ୍:

ଲଗାଣ ବର୍ଷା- ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଉପରେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଗୋଟା ବ୍ୟାରେଜର ୨୨ଟି ଗେଟ ଖୋଲାହେଲା: ବ୍ୟାପକ ଚାଷଜମି ଜଳମଗ୍ନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ଦୁଇଦିନ ଲଗାଣ ବର୍ଷା ହେବାରୁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇ ଜୀବନ ଯାତ୍ରା ବ୍ୟାଘାତ ହୋଇଛି । ଅନ୍ୟ ପକ୍ଷରେ ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ବଂଶଧାରା ନଦୀ ଉପର ମୁଣ୍ଡରେ ଥିବା ଗୁଡାରୀ,ଗୁଣୁପୁର,କୁଟାଗୁଡ,ମୋହନା,ମହେନ୍ଦ୍ରଗଡ ପ୍ରଭୃତି ଅଞ୍ଚଳର ଲଗାଣ ବର୍ଷା ଯୋଗୁଁ କାଶୀନଗର ଠାରେ ବଂଶଧାରା ନଦୀର ବନ୍ୟା ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବଂଶଧାରା ନଦୀର ବନ୍ୟା ଜଳସ୍ତର ସତର୍କ ସଙ୍କେତ ଉଦ୍ର୍ଧ୍ୱରେ ପ୍ରଭାବିତ ହେଉଛି । ଏଠାରେ ସତର୍କ ସଙ୍କେତ ୫୩.୬୦ ମିଟର ଥିବାବେଳେ ବନ୍ୟା ଜଳସ୍ତର ୫୩.୭୧ ମିଟର ଉଚ୍ଚତାରେ ପ୍ରଭାବିତ ହେଉଥିବା କାଶୀନଗର ଠାରେ ଥିବା କେନ୍ଦ୍ରୀୟ ଦଳ ଆୟୋଗ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ସେହିଭଳି କାଶୀନଗର ଠାରେ ବଂଶଧାର ନଦୀର ବନ୍ୟାଜଳ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କାଶୀନଗର ବଂଶଧାରା ନଦୀର ତଳମୁଣ୍ଡରେ ଥିବା ପଡୋଶୀ ଆନ୍ଧ୍ରର ହୀରମଣ୍ଡଳସ୍ଥିତ ଗୋଟାବ୍ୟାରେଜର ୨୨ଟି ଗେଟକୁ ୨୦ସେ.ମି ଉଚ୍ଚତାରେ ଖୋଲିଦିଆଯାଇଅଛି । ଫଳରେ ସେହି ଗେଟ ଦେଇ ପ୍ରତି ସେକେଣ୍ଡରେ ୧୬ ହଜାର କ୍ୟୁସେକ  ଜଳ ନିଷ୍କାସନ କରାଯାଉଛି । ଯେଉଁଠି ପ୍ରତି ସେକଣ୍ଡରେ ଗୋଟାବ୍ୟାରେଜରେ ୧୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ବୋଲି ଗୋଟା ବ୍ୟାରେଜ ସ୍ଥିତ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି । ପ୍ରବଳ ତଥା ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜୀବନଯାତ୍ରା ବ୍ୟାହତ ହେବା ସହ ରାସ୍ତା ଉପରେ ପାଣି ନାଳ ଓ ଗଡାରେ ବର୍ଷା ଜଳ ଭର୍ତ୍ତି ହୋଇ ହୋଇଥିବା ସହ ବ୍ୟାପକ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇପଡିଛି । କାଶୀନଗର ବଂଶଧାରା ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ୨୦.୦୯.୨୦୧୮ରୁ କାଶୀନଗର ଠାରେ କଟକ ସ୍ଥିତ ମୁଣ୍ଡିଳିରୁ ଏଣ୍ଡିଆରଏଫର ଇନ୍‍ସ୍‍ପେକ୍‍ଟର ଚଣ୍ଡେଶ୍ୱର ପ୍ରସାଦଙ୍କ ନେତୃତ୍ୱରେ ଏସ ଆଇ ଗ୍ୟାନେନ୍ଦ୍ର ପ୍ରଧାନ ଓ ଏସ .ଆଇ ଆର .ପି. ମିନାଙ୍କ ସମେତ ୨୫ଜଣ ଏନଡି ଆରଏଫ ଜବାନ ଆସି ଉଦ୍ଧାର କାର୍ଯ୍ୟ ପାଇଁ ସତର୍କ ହୋଇ ରହିଛନ୍ତି ।

 

0
0
0
s2sdefault