ରାଉରକେଲା(ବସନ୍ତ କୁମାର ଜେନା) : ନିଜ ବିଦ୍ୟାଳୟ ସହ ରାଉରକେଲା କୁ ଏକ ସବୁଜ ସୁନ୍ଦର ସହରଟିଏ ଭାବେ ଗଢିତୋଳିବାକୁ ସେକ୍ଟର ୨ସ୍ଥିତ କଳିଙ୍ଗ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ରୟାସ କରିଛନ୍ତି । ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଶରତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ସ୍କୁଲର ଶିକ୍ଷୟିତ୍ରୀ ଦୀପିକା, ସୁକାନ୍ତୀ ଓ ନିବେଦିତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନର୍ସରୀ ଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ବୃକ୍ଷରୋପଣ, ଚିତ୍ରାଙ୍କନ, ବିଭିନ୍ନ ପ୍ରୋଜେକ୍ଟ ଓ ନୃତ୍ୟଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଅଧ୍ୟକ୍ଷ ପ୍ରଫେସର ବିଶ୍ବାଳ ବୃକ୍ଷ ରୋପଣ ଓ ସହରକୁ ସବୁଜମୟ କରିବାକୁ ଗୁରୁତ୍ବାରୋପ କରିଥିବାସହ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବିଦ୍ୟାଳୟ ତଥା ସହରକୁ ସବୁଜମୟ କରିବାକୁ ପ୍ରୟାସ
- Hits: 240








