ବିଦାୟୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ବିଦାୟ ଓ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତଙ୍କ ପୌରହିତ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ଓ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇ ନୂତନ ସମ୍ମିଳନୀ କକ୍ଷର ଶିଳାନ୍ୟାସ କରିଥିଲେ l ରାଜବୋଡାସମ୍ବର ବ୍ଲକର ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ମୁଖ୍ୟ କିରାଣୀ ଦିଲ୍ଲୀପ ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଥିବା ପଦ୍ମପୁରର ଗୌରବ ଶ୍ରୀଯୁକ୍ତ ଶୁଭମ ପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଅବସର ଗ୍ରହଣ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପିନ ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଳ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭୋଇ ରାଜ ବୋଡାସମ୍ବର ବ୍ଲକର ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଥିବା ଜାଣି ଏ ବ୍ଲକକୁ ମୋର କର୍ମ ଭୂମି ଭାବରେ ବାଛିଛି ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସୁମଧୁର ସମନ୍ୱୟ ରଖି ବ୍ଳକ ଶିକ୍ଷାକୁ ଆଗେଇନେବା ବୋଲି ମତ ଦେଇଥିଲେ l ବିଦାୟୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପିନ ମିଶ୍ର ନିଜର ଅତୀତ ର ସ୍ମୃତି ଚାରଣ କରି ସମସ୍ତଙ୍କର ଶୁଭକାମନା କରିଥିଲେ l ଅନ୍ୟତମ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ,ରାଜବୋଡାସମ୍ବର ବ୍ଳକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମସିଂ ଭୋଇ,ଝାରବନ୍ଧ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଜୟକୁମାର ସାହୁ ଯୋଗଦାନ କରିଥିଲେ l ଶିକ୍ଷକ ରୁଦ୍ର କୁମାର ସାହୁ, ମନୋଜ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଅଶୋକ ବହିଦାର, ଶାନ୍ତନୁ ସରାଫ, ଭରତ ସାହୁ, ଲଳିତ ଦାଶ, ବିଶ୍ୱ ଯୋଶୀ, ଟିକନୁ ସାହୁ, ବିନୋଦ ରଥ, ବାବୁଲାଲ ପାଣିଗ୍ରାହୀ, ଅଶୋକ ପାଣିଗ୍ରାହୀ ସଂଚାଳନ କରିଥିବା ବେଳେ ବିବେକା ମହାପାତ୍ର, ରବିନାରାୟଣ ପଣ୍ଡା, ବୀର କିଶୋର ସାହୁ ଉପଢୌକନ ପ୍ରଦାନ କରିଥିଲେ l ପରିଶେଷରେ ଶିକ୍ଷକ ରଘୁନାଥ ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault