ହେଡଲାଇନସ୍:

ଲୋକଙ୍କର ଏତେ ଭଲ ପାଇବା ଥିଲା ଏଇ ସାଦାସିଧା ମଣିଷଟା ପାଇଁ !!!!

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ମଣିଷ ପରି ମଣିଷ ଥିଲେ ଶାନ୍ତନୁ ଦାଦା, ଚିତାଭସ୍ମ ଶୋଭାଯାତ୍ରାରେ ଲୋକଙ୍କ ଅସମ୍ଭବ ଭିଡ  

  ବରଗଡ/GOURANGA CHARAN DASH :- ସେ ଥିଲେ ଜଣେ ସମାଜ ସେବୀ ,ପରିବେଶ ପ୍ରେମୀ ,ମିଷ୍ଟଭାଷୀ , ସାମ୍ବାଦିକ ମାନଙ୍କର ଭୀଷ୍ମ ପିତାମହ ଶାନ୍ତନୁ ବିଶ୍ୱାଳ । ସମାଜର ମଙ୍ଗଳ ଓ ସାଧାରଣ ଲୋକଙ୍କର ସୁଖଦୁଃଖର ସାଥି । ଆଜି ସେ ନାହାନ୍ତି । ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ଧରା ପୃଷ୍ଠାରୁ । ସେ ଲୋକଙ୍କୁ ଓ ଲୋକେ ତାଙ୍କୁ କେତେ ଭଲ ପାଉଥିଲେ ତାହା ଆଜି ସ୍ପଷ୍ଟ ହେଇଯାଇଛି ତାଙ୍କର ଅସ୍ଥି ବିସର୍ଜନ ଯାତ୍ରାରେ । 

       ଆଜି ସକାଳ ପ୍ରାୟ 6 ଘଣ୍ଟା ସମୟରେ ବରଗଡ଼ ସାମ୍ବାଦିକ ଭବନରୁ ବାହାରିଥିଲା ଶାନ୍ତନୁ ଦାଦାଙ୍କର ଅସ୍ଥି ବିସର୍ଜନ ଯାତ୍ରା । ପ୍ରଥମେ ଗାନ୍ଧୀ ଛକରେ ବରଗଡ଼ର ଅନେକ ବିଶିଷ୍ଟ ବ୍ୟକ୍ତି ,ବ୍ୟବସାୟୀ ,ସମାଜସେବୀ ,ସରକାରୀ ଅଧିକାରୀ ମାନେ ଅସ୍ଥି କଳସରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।ଏହାପରେ ବରଗଡ଼ରୁ ସୋହେଲା ମଧ୍ୟ ରେ ବହୁ ସ୍ଥାନରେ ବିଭିନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ଓ କୂଳତା ସମାଜ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସୋହେଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ,ଶ୍ରୀ ସୁଶାନ୍ତ ମିଶ୍ର ,ଶ୍ରୀ ବାଵଲୁ ଦେବତା ତଥା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସମ୍ପାଦକ ,ତଥା ସ୍ଥାନୀୟ ସାମ୍ବାଦିକ ବନ୍ଧୁ ମାନଙ୍କ ସହିତ ସୋହେଲାରେ ପ୍ରାୟ 300ରୁ ଉର୍ଦ୍ଧ୍ବ ବ୍ୟକ୍ତି ଦାଦାଙ୍କର ଅସ୍ଥି କଳସରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।ଏହାପରେ ସହିଦ ମାଟି ଘେଁସ ଥରେ ମଧ୍ୟ ବହୁ ସଂଖ୍ୟା ରେ ସାଧାରଣ ଜନତା ଶାନ୍ତନୁ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ପଦ୍ମପୁର ଠାରେ ମଧ୍ୟ ଏସଡ଼ିପିଓ  ଲଷ୍ମୀ ନାରାୟଣ ପଣ୍ଡା ଙ୍କର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଶାନ୍ତନୁ ଦାଦା ଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । 

             ପଇକମାଲ ରେ ସର୍ବପ୍ରଥମେ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଶ୍ୟାମ ଲାଲ ପ୍ରଧାନ ତଥା ମହାବିଦ୍ୟାଳୟ ର ସମସ୍ତେ ଅଧ୍ୟାପକ ଓ ଅଧ୍ୟାପିକା ଓ ପ୍ରାୟ 200ରୁ ଅଧିକ ଛାତ୍ରଛାତ୍ରୀ ମାନେ ଶାନ୍ତନୁ ଦାଦା ଙ୍କର ଅସ୍ଥି କଳସରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯମୁନା କନ୍ଧୁଣି ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା ତଥା ତାଙ୍କର ସହକର୍ମୀ ବୃନ୍ଦ ଓ 100ରୁ ଅଧିକା ଛାତ୍ରୀ ମାନେ ଅସ୍ଥିକଲଶ ରେ ପୁଷ୍ପ ଅର୍ପଣ କରି ମହାନ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଇକମାଲ ମୁଖ୍ୟ ଛକରେ ବଣିକ ସଂଘ ର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , ସମ୍ପାଦକ ସୁବ୍ରତ ସାହୁ ,ଉପସଭାପତି ଆକାଶ ପାଣିଗ୍ରାହୀ ,ପ୍ରେମ ସାଗର ଫୌଜଦାର ,ସୁମିତ କୁମାର ଅଗ୍ରବାଲ , ସମେତ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ,ସରପଞ୍ଚ ଧବଳେଶ୍ବର ସାହୁ ,ମଣ୍ଟୁ ଭୋଇ ,ସରୋଜ ସାମଲ ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ, ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ସମେତ ବଣିକ ସଂଘର ସମସ୍ତ କର୍ମକର୍ତା ସାଧାରଣ ଜନତା ଓ ସ୍ବେଚ୍ଛାସେବୀ ମନେ ଶାନ୍ତନୁ ଦାଦା ଙ୍କର ଅସ୍ଥି କଲଶ ରେ ଫୁଲ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। କସ୍ତୁରବା ଗାନ୍ଧୀ ମାତୃନିକେତନ , ଦାଦା ଯେବେ ଭି ପଇକମାଲ କିମ୍ବା ନୃସିଂହନାଥ ଆସନ୍ତି ନିଶ୍ଚୟ କିଛି ସମୟ ମାତୃନିକେତନ ରେ ଅତିବାହିତ କରିଥାନ୍ତି । ମାତୃନିକେତନ ର ଅନ୍ତେବାସୀମାନଙ୍କର ପାଇଁ ଦାଦା ଙ୍କର ହୃଦୟରେ ରହିଥିଲା ଏକ ସ୍ୱତନ୍ତ୍ର ସ୍ଥାନ । ଦାଦାଙ୍କର ତିରୋଧାନ ରେ ଆମ ମାନଙ୍କର ଠାରୁ ଭି ଅଧିକ ଦୁଃଖିତ ମାତୃନିକେତନ ର କର୍ମଚାରୀ ଓ ଅନ୍ତେବାସୀ ଆଜି ଦାଦା ଙ୍କର ଅସ୍ଥି କଲଶ ଏହି ମାତୃନିକେତନ ନିକଟରେ ପହଂଚିବା ପରେ ଏକ ଵୋକାକୁଳ ବାତାବରଣ ସୃଷ୍ଟି ହେଇଥିଲା । ଅନ୍ତେବାସୀ ଓ କର୍ମଚାରୀ ମାନେ ସମସ୍ତେ ଚିତାଭସ୍ମ ରେ ଫୁଲ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କୁଳିତା ସମାଜର କର୍ମକର୍ତା ନରେନ୍ଦ୍ର ପ୍ରଧାନ ,ଟାଇଲ ଚନ୍ଦ୍ର ଭୋଇ ,ଶାନ୍ତି ପ୍ରଧାନ , ଓ ଅନ୍ୟାନ୍ୟ ବହୁ ଲୋକ ରାମଚଣ୍ଡୀ ମନ୍ଦିର ନିକଟରେ ଦାଦା ଙ୍କର ଅସ୍ଥି କଳସ ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦାଦାଙ୍କର ନାମରେ ବୃକ୍ଷ ରୋପଣ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠାନର ଆଡ଼ମିନିଷ୍ଟ୍ରେଟର ଶ୍ରୀ ମନୋଜ କୁମାର ତ୍ରିବେଦୀ ,ଅଧ୍ୟକ୍ଷା ଡା, କାମିନୀ କର  ,ଡା,ସୁଶୀଲ କୁମାର ମହାପାତ୍ର ,ମହାବିଦ୍ୟାଳୟ ର ଅନେକ ଡାକ୍ତର ,ଅଧ୍ୟାପକ ଅଧ୍ୟାପିକା ତଥା ବହୁ ଛାତ୍ର ଛାତ୍ରୀ ମାନେ ଶାନ୍ତନୁ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଥିଲେ |  ପରିଶେଷରେ ଅସ୍ଥି କଲଶ ଯାତ୍ରା ନୃସିଂହନାଥ ପହଞ୍ଚି ଥିଲା । ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ,ସୁବୋଧ ପଣ୍ଡା ,ବିଶ୍ବମ୍ବର ମୁଣ୍ଡ ,ସତ୍ୟ ପୁରୋହିତ  ତଥା ମନ୍ଦିରର ବହୁ କର୍ମଚାରୀ ଓ ସେବାୟତ ବ୍ୟବସାୟୀ ମାନେ ଦାଦାଙ୍କର ଚିତାଭସ୍ମ ରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  

 ଶେଷ ରେ ଯେଉଁ ଶାନ୍ତନୁ ଦା ନୃସିଂହନାଥର ପବିତ୍ର ଝରଣାକୁ ଛତିଶଗଡର ଗଙ୍ଗା ନାମରେ ନାମିତ କରିଥିଲେ ତାଙ୍କର ଚିତାଭସ୍ମ କୁ ସେହି ଗୁପ୍ତ ଗଙ୍ଗାରେ ସଂପୂର୍ଣ୍ଣ ବୈଦିକ ରୀତିନୀତି ରେ ଦାଦାଙ୍କର ଭଣଜା ଶ୍ରୀ ଉମେଶ ଚନ୍ଦ୍ର ବିଶ୍ୱାଳ ପ୍ରବାହିତ କରିଥିଲେ । ବରଗଡ଼ ସାମ୍ବାଦିକ ଭବନ ରୁ ସାମ୍ବାଦିକ ବନ୍ଧୁ  ବଦ୍ରୀ ପ୍ରସାଦ ସାହୁ ,ବ୍ୟୋମକେଶ କର ,ବିରେନ୍ଦ୍ର ପ୍ରଧାନ ,ଲଲଟେନ୍ଦୁ ଦାସ ,ରବି ପଣ୍ଡା ,ରାଜେଶ ସରାଫ ,ଭବାନୀ ସାହୁ ,ବିକି ମତାରି ,ଜେଠୁ ଭୋଇ ,ସୁନୀଲ ପୁରୋହିତ ,ସୁରେନ୍ଦ୍ର ପଣ୍ଡା ,ପଦ୍ମପୁର ରୁ ଶ୍ରୀ ବିଜୟ କୁମାର ସାହୁ ,ତଥା ସମାଜସେବୀ ଗୋପବନ୍ଧୁ ସିକା ଅସ୍ଥି କଲଶ ସହିତ ନୃସିଂହନାଥ ଆସିଥିଲେ । ପଇକମାଲ ରେ ବୟୋଜ୍ୟେଷ୍ଠ ସ ସାମ୍ବାଦିକ ଶ୍ରୀ ରମେଶ ବାରିକ ,ବଡ ଦାଦା ,ଦେବେନ୍ଦ୍ର ପ୍ରଧାନ ,ସୁରଥ ସାହୁ ଧୀରେନ ମହାନ୍ତି ,ନିରୋଜ ପାଣି ,କୁଞ୍ଜ ସାହୁ ତଥା ଗୌରାଙ୍ଗ ଚରଣ ଦାସ ପ୍ରମୁଖ ସବୁ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ସହଯୋଗ କରିଥିଲେ ।

0
0
0
s2sdefault