ଗାଇସିଲାଟ/ ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ଠାରେ ନାବାର୍ଡ ସହାୟତାରେ ଗଠିତ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କର ତ୍ରିମାସିକ ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାଇକମାଲ ଅହିଂସା କ୍ଲବ , ପଦ୍ମପୁର ତ୍ରିରଙ୍ଗା ଯୁବକ ସଂଘ , ନିଉ ଲାଇଫ ଫାଉଣ୍ଡେସନ ଓ ଦେବଦତ୍ତ କ୍ଲବ ଜରିଆରେ ଗଠିତ କୃଷକ ଉତ୍ପାଦକ କମ୍ପାନୀର ସଭ୍ୟସଭ୍ୟମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ନାବାର୍ଡ ବରଗଡର ଜିଲ୍ଲା ବୁକାଶ ପ୍ରବନ୍ଧକ ହଟ କିଶୋର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଗାଇସିଲାଟ ସହକାରୀ କୃଷୀ ଅଧିକାରୀ ମଧୁସ୍ତିତା ମିଶ୍ର , ସହକାରୀ ପ୍ରାଣୀଧନ ଚିକିତ୍ସକ ରାମ ଦାଶ , ସମ୍ବଲପୁର ଜିଲ୍ଲା ସେବା ସମବାୟ ବ୍ୟାଙ୍କ ଗାଇସିଲାଟର ଶାଖା ପରିଚାଳକ ସୁବ୍ରତ କୁମାର ମିଶ୍ର , ଉଦ୍ୟାନ ବିଭାଗ ଅଧିକାରୀ ହରିଶ୍ଚନ୍ଦ୍ର ମିର୍ଜା , ଦେବଦତ୍ତ କ୍ଲବ ସଭାପତି କିଶୋର ଚନ୍ଦ୍ର ପଣ୍ଡା , ସଂପାଦକ କାହ୍ନୁ ଚରଣ ମାଝୀ , ସୁଶାନ୍ତ ପଣ୍ଡା , ଶିବ ପ୍ରସାଦ ସାହୁ , କୈଲାସ ସାହୁ , କାଲାକାହ୍ନୁ ଦୀପ ଉପସ୍ଥିତ ଥିଲେ । ଏହି ସଭାରେ ଜାନୁୟାରୀ ରୁ ମାର୍ଚ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିବା ବେଳେ ଆଗାମି ଦିନର କାର୍ଯ୍ୟଖସଡା ଉପରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷରେ ପ୍ରତ୍ୟେକ କମ୍ପାନୀ ଏକକୋଟି ବ୍ୟବସାୟ କରିବାର ଲକ୍ଷ୍ୟ ରଖି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଅବଗତ କରାଗଲା । ଶେଷରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
କୃଷକ ଉତ୍ପାଦକ କମ୍ପାନୀମାନଙ୍କର ସମୀକ୍ଷା ବୈଠକ
- Hits: 234











