ହେଡଲାଇନସ୍:

ହିନ୍ଦୀଭାଷାର ମହତ୍ୱ ବିଶ୍ୱସ୍ତରରେ ଯୁଗେ ଯୁଗେ ଅଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହ - ୨୦୧୮

ଭଦ୍ରକ :(ସତ୍ୟ ଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ଭଦ୍ରକସ୍ଥ ରୟାଲ ରେସିଡେ଼ନ୍ସିଆଲ ହାଇସ୍କୁଲ,ଭଦ୍ରକ ପରିସରରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ସଭାପତି ଗଦାଧର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଜିଲ୍ଲାଶିକ୍ଷାଧିକାରୀ  ସଂଗ୍ରାମ ସାହୁ ଉଦ୍ଘାଟନ କରିଥିଲେ । ବିଶ୍ୱଭାରତୀ,ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରଫେସର ଚକ୍ରଧର ତିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସେକେଣ୍ଡାରୀ ସ୍ତରରେ କିପରି ଭାବରେ ହିନ୍ଦୀଭାଷା ସମସ୍ତଙ୍କ ଦ୍ୱାରା ଆଦୃତହେବ ତାହା ଉପରେ ସବିଶେଷ ଟିପ୍ପଣୀ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ  ହିନ୍ଦୀ ବିଭାଗ ଏବଂ ଅଧ୍ୟକ୍ଷ ଜି.ଏମ.କଲେଜ ସମ୍ବଲପୁରର ଡ଼ା. ରାଧାକାନ୍ତ ମିଶ୍ର ଯୋଗଦେଇ କହିଲେ ହିନ୍ଦୀଭାଷାର ମହତ୍ୱ ବିଶ୍ୱସ୍ତରରେ ଯୁଗେ ଯୁଗେ ଅଛି । ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘର ସଂପାଦକ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ସାଂଗଠିନିକ ସଂପାଦକ ଦେବ କିଶୋର ଦାସ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମ୍ବାଧର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସଂଘର ପୂର୍ବତନ ସଭାପତି ଏବଂ ହିନ୍ଦୀ ପତି୍ରକା ବାର୍ତ୍ତାବାହାକର ସଂପାଦକ ଶ୍ରୀବସô କରଶର୍ମା ପ୍ରଦିପ୍ତ କୁମାର ଦାସ, ସଂପାଦକ ଓଷ୍ଟା ଭଦ୍ରକ, ସୁରଜିତା ନାୟକ, ସଂପାଦିକା ଓଷ୍ଟା, ଓଡ଼ିଶା, ଅକ୍ଷୟକୁମାର ହୋତା ସଂପାଦକ, ଓଷ୍ଟା,ଓଡ଼ିଶା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ରୟାଲ ହାଇସ୍କୁଲର ନିଦେ୍ର୍ଧଶକ ନାରାୟଣ ଚନ୍ଦ୍ର ପଣ୍ଡା, ରୟାଲ ଗ୍ରୁପର ସଂପାଦକ ରଜ୍ଜିତ କୁମାର ନାୟକ ଯୋଗଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଆଲୋକ ପାତ କରିଥିଲେ ।

ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସଂଗ୍ରମ ସାହୁଙ୍କ ଦ୍ୱାରା ପ୍ରକାଶ ଚନ୍ଦ୍ର ଖଟୁଆଙ୍କ ସମ୍ପାଦନାରେ ଏକ ହିନ୍ଦୀ ପତି୍ରକା ‘ଭାବୋଦୟ’ ଉନ୍ମୋଚନ କରାଯାଇଥିଲା ଏଥିରେ ପ୍ରକାଶ ଚନ୍ଦ୍ର ଖଟୁଆ ଏବଂ ପ୍ରଦୀପ କୁମାର ଜେନା ସହଯୋଗ କରିଥିଲେ । ଏହି ଅବସରରେ ଶ୍ରୀମତୀ ଜୟନ୍ତି କରଶର୍ମାଙ୍କର ଭକ୍ତି ଅଞ୍ଜଳି ଭକ୍ତି କ୍ୟାସେଟ ମୁଖ୍ୟଅତିଥିଙ୍କ ଦ୍ୱାରା ଉନ୍ମଚିତ ହୋଇଥିଲା ।

ଉକ୍ତ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ନବମ ଏବଂ ଦଶମ ଶ୍ରେଣୀରେ ହିନ୍ଦୀ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କିଭଳି ଭାବରେ ହିନ୍ଦୀର ଗୁଣାତ୍ମକ ବିକାଶ ହୋଇପାରିବ ଏହାଉପରେ ଏକ ଆଲୋଚନା ଚକ୍ର କରାଯାଇଥିଲା । ସଂଘ ତରଫରୁ ମୁଖ୍ୟ ଅତିଥି,ମୁଖ୍ୟବକ୍ତା,ସମ୍ମାନିତ ଅତିଥି ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ  ସମ୍ବର୍ନ୍ଧିତ କରାଯାଇଥିଲା । ତତ୍ ସଂଗେ ସଂଗେ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିିତ୍ରୀ ଯଥା କ୍ରମେ ସୁଧାକର ବେଜ,ହରେକୃଷ୍ଣ ନାୟକ, ଅନ୍ନପୂର୍ଣ୍ଣା ବ୍ରହ୍ମ·ରୀଙ୍କୁ ସମ୍ବର୍ନ୍ଧିତ କରାଯାଇଥିବାବେଳେ ୨୦୧୮ ମେଟି୍ରକ ପରୀକ୍ଷାରେ ହିନ୍ଦୀ ବିଷୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ରୟାଲ ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  ସଂଘର ସମସ୍ତ ସଭ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ରୟାଲ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିିତ୍ରୀ ସହଯୋଗ କରିଥିଲେ ।

0
0
0
s2sdefault