ହେଡଲାଇନସ୍:

ସଂସ୍କୃତ ଦିବସ ପାଳନ ସପ୍ତାହ ଉପଲକ୍ଷେ ସଂସ୍କୃତ ଭାରତୀ ପକ୍ଷରୁ କାର୍ଯ୍ୟକ୍ରମ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମଗ୍ର ଦେଶରେ ସଂସ୍କୃତ ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି କ୍ରମରେ ସଂସ୍କୃତ ଭାରତୀ ସଂସ୍ଥାର ସୁନ୍ଦରଗଡ଼ ଜିଲ୍ଲା ଶାଖା, ରାଉରକେଲା ମଣ୍ଡଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ସେକ୍ଟର-୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ହୋଇଯାଇଛି। ବିଦ୍ୟାମନ୍ଦିରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷ କରି ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ଶତପଥୀ ଆଲୋଚନା କରିଥିଲେ। ସଂସ୍କୃତ ଭାରତୀ ରାଉରକେଲା ଶାଖାର ସଭାପତି ତଥା ବରିଷ୍ଠ ସଙ୍ଗଠକ ସୁରେଶ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମରେ ଯୋଗଦେଇ ଆମମାନଙ୍କର ପ୍ରତି କାର୍ଯ୍ୟରେ ସଂସ୍କୃତ ଭାଷାର ବ୍ୟବହାର ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଭାରତୀୟ ସଂସ୍କୃତିର ମୂଳ ଆଧାର ବେଦ ଓ ଉପନିଷଦ ସମ୍ପର୍କରେ ଶ୍ରୀ ଭୋଇ ଉଦାହରଣ ଦେଇ ଆଲୋଚନା କରିଥିଲେ। ସଂସ୍କୃତ ଭାରତୀ, ରାଉରକେଲା ଶାଖାର ସମ୍ପାଦକ ସୁରେଶ କୁମାର ମହାନ୍ତି ସରଳ ସଂସ୍କୃତସଙ୍ଗୀତ ଏବଂ କଥା ମାଧ୍ୟମରେ ସଂସ୍କୃତ ଭାଷାର ଆବଶ୍ୟକତା, ବ୍ୟବହାର ଏବଂ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ ଭାବେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ସଂସ୍କୃତ ଭାଷାର ପ୍ରାଚୀନ ଗ୍ରନ୍ଥ ଆଜି ମଧ୍ୟ କିପରି ଗୁରୁତ୍ୱ ବହନ କରୁଛି ସେ ନେଇ ଉଦାହରଣ ମାଧ୍ୟମରେ ଶ୍ରୀ ମହାନ୍ତି ଆଲୋଚନା କରିଥିଲେ। ସଂସ୍କୃତ ଭାରତୀ ରାଉରକେଲା ଶାଖାର ପ୍ରଚାରକ ମହେନ୍ଦ୍ର ମିଶ୍ର ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ଗୁରୁ ମା ସୁମିତ୍ରା ମିଶ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ମନ୍ଦିରର ଗୁରୁଜୀ ଶ୍ୟାମସୁନ୍ଦର ସେଠୀଙ୍କ ସମେତ ଗୁରୁମା- ସୁଜାତା ମହାନ୍ତି, ସୁଜ୍ୟୋତି ଦ୍ୱିବେଦୀ, ଅପର୍ଣ୍ଣା ପଣ୍ଡା, ପ୍ରତିମା ସାହୁ, ଲକ୍ଷ୍ମୀ ବେହେରା ପ୍ରମୁଖ ସହଯୋଗ କରିଥିଲେ। 

0
0
0
s2sdefault