ପ୍ରଚାରସର୍ବସ୍ୱ ରାଉରକେଲା ମହାନଗର ନିଗମ :ଆନ୍ତରିକତା କାମ,  ପ୍ରହସନ ବେଶୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ଘୋଷଣା ମୁତାବକ ରାଜ୍ୟର ପାଞ୍ଚଟି ବଡ଼ ସହରରେ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ନିଷିଦ୍ଧାଦେଶ ଲାଗୁ ହେବାକୁ ଯାଉଛି। ଏଥିପାଇ ଭୁବନେଶ୍ୱର ସମେତ ରାଉରକେଲା ଓ ଅନ୍ୟ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହେଉଛି। ଇତି ମଧ୍ୟରେ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ପ୍ଲାଷ୍ଟିକ୍‌   ବ୍ୟବହାର କୁପରିମାଣ ସହିତ ପ୍ଲାଷ୍ଟିକ୍‌ ନିଷିଦ୍ଧ ସମ୍ପର୍କରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅଗଷ୍ଟ ୩୧ ତାରିଖରେ ସମଗ୍ର ରାଜ୍ୟରେ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାଉରକେଲା ମହାନଗର ନିଗମ ପକ୍ଷରୁ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ଏହି ପାଳନ ଉପଲକ୍ଷେ ନଗର ନିଗମର କର୍ମଚାରୀମାନେ ଏକ ଭବ୍ୟ ଶୋଭାଯାତ୍ରା କରିଥିଲେ। ସହରର କିଛି ସ୍ଥାନ ବୁଲିଥିବା ଏହି ଶୋଭାଯାତ୍ରା ମାଧ୍ୟମରେ ସ୍ୱଛତା ଅଭିଯାନ ସହିତ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବନ୍ଦ କରିବା ଓ ଏହାର କୁପରିଣାମ ସମ୍ପର୍କରେ ଆକର୍ଷଣୀୟ ପ୍ରଚାରପତ୍ର ଶୋଭାପାଇଥିଲା। କିନ୍ତୁ ଠିକ୍‌ ସେହିଦିନ ନଗର ନିଗମର ପକ୍ଷରୁ ରାଉରକେଲା ସରକାରୀ ଚିକିତ୍ସାଳୟ-ଆର୍‌ଜିଏଚ୍‌ରେ ରୋଗୀମାନଙ୍କ ପାଇଁ ହୋଇଥିବା ଫଳ ବଣ୍ଟନ ପ୍ଲାଷ୍ଟିକ୍‌ ଜରି ବା ପଲିଥିନ୍‌ରେ କରାଯାଇଥିଲା। ଏହା ଦେଖିବା ପରେ ଗୋଟିଏ କଥା ସମସ୍ତଙ୍କ ମନକୁ ନିଶ୍ଚୟ ଆସିବା ସ୍ୱାଭାବିକ। ତାହା ହେଉଛି ରାଉରକେଲା ମହାନଗର ନିଗମର ଏହା କି ପ୍ରକାରର ପ୍ରହସନ। କାରଣ ଗୋଟି ଦିନରେ ଗୋଟିଏ ପଟେ ପ୍ଲାଷ୍ଟିକ୍‌ ବର୍ଜନ ସମ୍ପର୍କୀତ ସୁଦୃଶ୍ୟ ଶୋଭାଯାତ୍ରା ଏବଂ ଠିକ୍‌ ସେହିଦିନ ଆର୍‌ଜିଏଚ୍‌ରେ ରୋଗୀମାନଙ୍କୁ ପ୍ଲାଷ୍ଟିକ୍‌ ଜରିରେ ଫଳ ବଣ୍ଟନ ମାଧ୍ୟମରେ ନଗର ନିଗମ କେଉଁ ପ୍ରକାରର ବାର୍ତ୍ତା ଦେବା ପାଇଁ ଚାହୁଁଛନ୍ତି। ତେଣୁ ଏହି ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ- ମହାନଗର ନିଗମର ଏହା କି ପ୍ରକାରର ପ୍ରହସନ।    

 

0
0
0
s2sdefault