ଆରଏସପିର ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷା ସଦନର ଛାତ୍ରୀ ସନ୍ଧ୍ୟା ଦାସଙ୍କ ସମ୍ମାନଜନକ ମେଧାବୃତ୍ତି ହାସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ନିଃଶୁଳ୍କ ବିଦ୍ୟାଳୟ ଦୀପିକା ଇସ୍ପାତ ଶିକ୍ଷା ସଦନର ସପ୍ତମ ଶ୍ରେଣୀ ଛାତ୍ରୀ, ସନ୍ଧ୍ୟା ଦାସ ସମ୍ମାନଜନକ ଗ୍ଧପଠାଣି ସାମନ୍ତ ଗଣିତ ମେଧାବୃତ୍ତି-୨୦୧୮ଗ୍ଦ ଲାଭ କରିବାର ଗୌରବ ଅର୍ଜ୍ଜନ କରିଛନ୍ତି । ଏହି ଗୌରବ ଲାଭ କରିବା ରେ ସେ ଏହି ବିଦ୍ୟାଳୟର ପ୍ରଥମ ବିଦ୍ୟାର୍ଥୀ । ଉଲ୍ଲେଖନୀୟ ଯେ, ସହରର ଅଗ୍ରଣୀ ଜନହିତୈଷି ଅନୁଷ୍ଠାନ ଦୀପିକା ମହିଳା ସଂଘତି ଦ୍ଵାରା ଏହି ବିଦ୍ୟାଳୟ ପରିଚାଳିତ ଅଟେ।  ଓଡିଶା  ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ଗଣିତ ପ୍ରତିଭାଙ୍କୁ  ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ପପଠାଣି ସାମନ୍ତ ଗଣିତ ମେଧାବୃତ୍ତି-୨୦୧୮ଡ୍ଗ ଆୟୋଜିତ ହୋଇଥିଲା। 

ସନ୍ଧ୍ୟା ତାଙ୍କ ମାଆ ଶ୍ରୀମତୀ ମୁନ୍ନୀ ଦାସ ସେକ୍ଟର ୫ ସ୍ଥିତ ଗୋଲଘରରେ ଗୋଟିଏ ବଖରା ଘରେ ବାସ କରୁଛନ୍ତି। ତାଙ୍କ ମାଗ୍ଦ ଏକ ହୋଟେଲରେ ଶ୍ରମିକ ରୂପେ କାର୍ଯ୍ୟ କରି ଜୀବିକା ଅର୍ଜ୍ଜନ କରୁଛନ୍ତି ।  ସନ୍ଧ୍ୟା ଛୋଟ ଥିବା ଅବସ୍ଥାରେ ତାଙ୍କର ମାତାପିତାଙ୍କର ବିଚ୍ଛେଦ ଘଟିଥିଲା। କିନ୍ତୁ ଅସଜଡା ପାରିବାରିକ ଅବସ୍ଥା ପାଠପଢା ଲକ୍ଷ୍ୟରୁ ତାଙ୍କୁ ବିଚ୍ୟୁତ କରିନଥିଲା । ପାଠପଢାରେ ଉତ୍କର୍ଷତା ହାସଲ କରିବା ସଙ୍ଗେସଙ୍ଗେ ବିଦ୍ୟାଳୟର ଗାଇଡ ଦଳର ସେ ଜଣେ ସକ୍ରିୟ ସଦସ୍ୟା ମଧ୍ୟ ଅଟନ୍ତି । 

ଉଲ୍ଲେଖନୀୟ  ଯେ, ରାଉରକେଲା ଇସ୍ପାତ କାରଖାନା, ଦୀପିକା ଇସ୍ପାତ ଶିକ୍ଷା ସଦନ ମାଧ୍ୟମରେ ଅବହେଳିତ ବର୍ଗର ଶତାଧିକ ବାଳକ ବାଳିକାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ଏକ ଉନ୍ନତତର ଭବିଷ୍ୟତ ଗଢିବାରେ ସର୍ବୋତ୍ତ ରୂପେ ସହଯୋଗ କରୁଛି । ସମ୍ପ୍ରତି ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି।          

 

0
0
0
s2sdefault