ହେଡଲାଇନସ୍:

ରାଜବୋଡାସମ୍ବର ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ନୀଳ ଦୀପ )- ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅଂଚଳ କଲେଜ ଖେଳପଡିଆଠାରେ ଶନିବାର ଦିନ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସିଧାସଳଖ ଭିଡିଓ କନଫେରେନ୍ସି ମାଧ୍ୟମରେ ବ୍ଲକର ୨୨ ଗୋଟି ପଂଚାୟତର  ୧୨୫ ଗୋଟି ପ୍ରକଳ୍ପ ପାଇଁ ୪କୋଟି ୩୫ ଲକ୍ଷ ଟଙ୍କାର ଅନୁଦାନ ମଂଜୁର କରିଛନ୍ତି  । ମୁଖ୍ୟମନ୍ତ୍ରୀ ଯଥାଶିଘ୍ର ଏହି ପ୍ରକଳ୍ପ ଗୁଡିକୁ ସମ୍ପୁର୍ଣ୍ଣ କରିବା ପାଇଁ ଜିଲ୍ଲା  ପ୍ରକଳ୍ପ  ନିର୍ଦ୍ଦେଶକଙ୍କୁ  ନିର୍ଦ୍ଦେଶ ଦେଇଥିଲେ  ।  ସ୍ଥାନୀୟ ଗୋଷ୍ଠୀ  ଉନ୍ନୟନ ଅଧିକାରୀ ଏଲିଜା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରଭାସ ସିଂ, ପୁର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା, ପଦ୍ମପୁର ବିଧାୟକ ପ୍ରଦିପ ପୁରୋହିତ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ କୁମରମଣୀ ନାୟକ, ବରଗଡ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ  କୃତିବାସ ରାଉତ, ପଦ୍ମପୁର ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକରଙ୍କ ସମେତ ବ୍ଲକର ସମସ୍ତ ସରପଂଚ  ଓ ସମିତି ସଭ୍ୟ  ଉପସ୍ଥିତ ଥିଲେ  । ଏଥିରେ ବ୍ଲକର ପାଂଚ ହଜାରରୁ ଉର୍ଧ୍ଵ  ମହିଳା ଓ ପରୁଷ ଯୋଗଦାନ କରିଥିଲେ  । ସେହି ଭଳି ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକରେ ମଧ୍ୟ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି  । ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଗାଇସିଲାଟ ବ୍ଲକର ୧୯ ଟି ପଂଚାୟତର ୧୭୮ ଗୋଟି ପ୍ରକଳ୍ପ ପାଇଁ ୪ କୋଟି ୩୩ ଲକ୍ଷ ଟଙ୍କାର ଅନୁଦାନ ମଂଜୁର କରିଥିଲେ  ।

0
0
0
s2sdefault