ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ଗୁଡ଼ିକ ଅତ୍ୟନ୍ତ ମନ୍ଥର, ତ୍ୱରାନ୍ୱିତ କରିବାକୁ ବିଧାୟକ ଦେଲେ ନିର୍ଦ୍ଦେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡ଼ିଏମଏଫରେ  ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳକୁ ଅଗ୍ରାଧିକାର ଦିଆଯିବ : ଜିଲ୍ଲାପାଳ 

ଯାଜପୁର/ଜୟଶଙ୍କର ଦାଶ :  ସୁକିନ୍ଦା ବ୍ଲକର କୁହିକା ଠାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଏକ +୨ କଲେଜ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ବ୍ୟବସ୍ଥାକୁ ଅଗ୍ରାଧିକାର ଭିତ୍ତିରେ ସୁବନ୍ଦୋବସ୍ତ  କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଖଣିଜ ପାଣ୍ଠି ଉନ୍ନୟନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲାପାଳ ରଂଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିବା ସହ ନିଷ୍ପତ୍ତି ଗ୍ରହଣ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ସଂପନ୍ନ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଯେତେଶିଘ୍ର ପ୍ରକଳ୍ପ ଗୁଡ଼ିକ ପୂର୍ଣ୍ଣାଙ୍ଗ ହେବ ତାହାର ସୁଫଳ ଲୋକମାନେ ସେତେ ଶିଘ୍ର ପାଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ ଏଥିରେ ଯୋଗଦେଇ ବିିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି  ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ଗୁଡ଼ିକ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଯେପରି ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ ସୁକିନ୍ଦା ଓ କଲରଙ୍ଗିଅତା ଠାରେ ଷ୍ଟାଡ଼ିୟମ ନିର୍ମାଣକୁ ତ୍ୱରାନ୍ୱିତ କରାଯିବ, କାଳିଆପାଣି ହାଟକୁ ଯଥା ସମ୍ଭବ ନିର୍ମାଣ ସମ୍ପୂର୍ଣ୍ଣ କରାଇ ଟମକା, ମଙ୍ଗଳପୁର ରାସ୍ତା ନିର୍ମାଣ, ଅଶୋକଝରର ଉନ୍ନତିକରଣ, କାଳିଆପାଣି-ନଗଡ଼ା, ସୁକିନ୍ଦା- ଅଶୋକଝର ରାସ୍ତାରେ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଔଷଧୀୟ ବୃକ୍ଷର ଏକ ଉଦ୍ୟାନ, ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କାଳିଆପାଣିରେ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର, କେନ୍ଦୁଝର ଜିଲ୍ଲା ଢ଼ାଂଚାରେ ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ପାଇଁ ଅଧିକ ଅଣ୍ଡା ଯୋଗାଣ, ଅଙ୍ଗନବାଡ଼ି କେନ୍ଦ୍ରରେ ସୁଷମ ଓ ପୃଷ୍ଟିକର ଖାଦ୍ୟ ବ୍ୟବସ୍ଥା, ଜଙ୍ଗଲ ଜମି ଅଧିକାର ଆଇନରେ ୪ହଜାରରୁ ଉର୍ଧ୍ଵ  ଲୋକଙ୍କୁ ଜମି ପଟ୍ଟା ଦିଆଯାଇଥିବା ବେଳେ ପ୍ରତ୍ୟେକଙ୍କୁ ଏକ ହେକ୍ଟର ଲେଖାଏଁ ଜମି ପ୍ରଦାନ କରାଯାଇ ବୃକ୍ଷରୋପଣର ବ୍ୟବସ୍ଥା ଯାହାଦ୍ୱାରା ସେମାନଙ୍କର ଜୀବିକା ନିର୍ବାହ କରିବା ବେଳେ ଏହା ପରିବେଶ ଉପଯୋଗୀ ହୋଇପାରିବ, ଦାନଗଦୀ ଓ ସୁକିନ୍ଦା ବ୍ଲକର କଲେଜ ପିଲାଙ୍କ ସୁବିଧା ପାଇଁ ୧୦ଟି ବସର ବ୍ୟବସ୍ଥା, ରାସ୍ତା ସଫା ପାଇଁ ରୋଡ଼ କ୍ଲିନର ମେସିନ, ଜୀବିକା  ମିଶନ ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ଓ ଜୀବନ ଧାରଣ ମାନରେ ଉନ୍ନତି ପାଇଁ କୁକୁଡ଼ା ଚାଷ, ଗୋପାଳନ, ଅଗରବତୀ ପ୍ରସ୍ତୁତି, ଦୁଗ୍ଧ ଭଣ୍ଡାର ନିର୍ମାଣ, ଛତୁ ଉତ୍ପାଦନ  ଓ ପ୍ରୋସେସିଙ୍ଗ ବ୍ୟବସ୍ଥା, ମହୁ ଚାଷ, ପ୍ରେସ ଖଲି ପ୍ରସ୍ତୁତି ଇତ୍ୟାଦି ପ୍ରକଳ୍ପର ବ୍ୟବସ୍ଥା, ନର୍ସିଂ ଶିକ୍ଷା ପାଇଁ ବିଦ୍ୟାର୍ଥୀଙ୍କୁ ଆବଶ୍ୟକୀୟ ତାଲିମ ପ୍ରଦାନ କରିବାକୁ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ହୋଇଥିଲା । ସେହିଭଳି ଡୁବୁରୀ ଛକ, କଳିଙ୍ଗନଗର ମହୋତ୍ସବ ପଡ଼ିଆ ଠାରେ ପାର୍କ ନିର୍ମାଣ, କୁହିକା ଠାରେ ଜୈବ ବିବିଧତା ପାର୍କର ବ୍ୟବସ୍ଥା, ଚେକ୍ ଡ୍ୟାମ୍ ନିର୍ମାଣ, ସୁକିନ୍ଦା ବ୍ଲକକୁ ଡିଏମଏଫ ବ୍ଲକ ଭାବେ ସୁନ୍ଦର ଭାବେ ନିର୍ମାଣ, ଶିଶୁ ପରିଚର୍ଯ୍ୟା କେନ୍ଦ୍ର ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପ୍ରକଳ୍ପ ନିର୍ମାଣ ସହ ଦାନଗଦୀ ଓ ସୁକିନ୍ଦା ବ୍ଲକର ଦିବ୍ୟାଙ୍ଗମାନଙ୍କ ପାଇଁ ଆବଶ୍ୟକୀୟ ଉପକରଣ ପ୍ରଦାନ କରିବାକୁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସିଡ଼ିଏମଓ ଡା. ବାରିଶ ଚନ୍ଦ୍ର ଦାସ, ବିଭିନ୍ନ ବିଭାଗର ଅଧିକାରୀ, ବିଭିିନ୍ନ ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶ  ବ୍ରଜଗୋପାଳ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ 

0
0
0
s2sdefault