ହେଡଲାଇନସ୍:

ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି, ଭୋଟର ତାଲିକା ସଂଶୋଧନ ଆରମ୍ଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଜପତି ଜିଲ୍ଲାପାଇଁ ପ୍ରଶାସନିକ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ନିର୍ବାଚନ ବେଳେ ଅଧିକରୁ ଅଧିକ ସଂଖ୍ୟକ ଯୋଗ୍ୟ ମତଦାତାଙ୍କୁ ଭୋଟଦାନ ପ୍ରକ୍ରିୟାରେ ସାମିଲ କରାଯିବା ଲକ୍ଷ୍ୟ ନେଇ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ଭୋଟତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଆଜି ଠାରୁ ଆରମ୍ଭ ହେଉଛି । ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା ଓ ତ୍ରୁଟିଶୂନ୍ୟ କରିବା ନେଇ ଏକ ସାମ୍ଭାଦିକ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନୁପମ ଶାହା ଏଥିରେ ଅଧ୍ୟକ୍ଷତା କରି ଆଗାମୀ ସାଧାରଣ ନିର୍ବାଚନ ପରିପେକ୍ଷୀରେ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ମହତ ଅଧିକ ରହିଛି ଏଣୁ ଏହି କାର୍ଯ୍ୟକ୍ରମରେ ସୁଚାରୁରୁପେ ପରିଚାଳନା ସହ ତ୍ରୁଟି ଶୂନ୍ୟ କରିବା କରିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ୦୧.୦୯.୨୦୧୮ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍‍ଟୋବର ମାସ ୩୧ତାରିଖ ପର୍ଯ୍ୟନ୍ତ ୨ମାସ ଧରି ଚାଲିବ । ଏହି ସମୟ ମଧ୍ୟରେ ସ୍ୱତନ୍ତ୍ର ମତଦାତା ପଞ୍ଜିକରଣ ପାଇଁ ନିର୍ଦ୍ଧାରିତ ୬ନଂ ଫର୍ମରେ ଆବେଦନ ପତ୍ର ଗ୍ରହଣ କରାଯିବ । ଯେଉଁ ମାନଙ୍କର ବୟସ ୦୧.୦୧.୧୯ ସୁଦ୍ଧା ୧୮ବର୍ଷ ହୋଇଥିବ  । ଏତଦ୍‍ ବ୍ୟତୀତ ଫୋଟଯୁକ୍ତ ଭୋଟର ତାଲିକାରେ ବିଭିନ୍ନ ତ୍ରୁଟି ସବୁ ସଂଶୋଧନ କରାଯିବ । ଏହି ସମୟସୀମା ମଧ୍ୟରେ ଜନ ସାଧାରଣ ସେମାନଙ୍କ ଦାବୀ ଓ ଅଭିଯୋଗ ଆପତ୍ତି ଅନଲାଇନ ମାଧ୍ୟମରେ ଦାଖଲ କରିପାରିବେ । ଫର୍ମ ଅନଲାଇନ ମାଧ୍ୟମରେ ଦାଖଲ କରି ତଥ୍ୟ ସମୁହିକୁ ଜାନୁୟାରୀ ୩ତାରିଖ ସୁଦ୍ଧା କମ୍ପ୍ୟୁଟରଯୁକ୍ତ କରି ଆସନ୍ତା ଜାନୁୟାରୀ ୪ ତାରିଖରେ ଏହା ଚୁଡାନ୍ତ ଭୋଟରତାଲିକା ପ୍ରକାଶ ପାଇବ ବୋଲି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ବିଗତ ଦିନ ମାନଙ୍କରେ ହୋଇଥିବା ଭୋଟର ତାଲିକା ମାନଙ୍କର ସଂଶୋଧନ ମାନଙ୍କରେ ଆଗତ ହୋଇଥିବା ଆପତ୍ତି ଅଭିଯୋଗ ଓ ଦାବୀକୁ ଗ୍ରହଣ କରାଯାଇ ଗଜପତି ଜିଲ୍ଲାର ମୋଟ ଭୋଟ କେନ୍ଦ୍ର ୫୩୭ରୁ ୫୭୩କୁ ବୃଦ୍ଧି କରାଯାଇଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଏହା ୨୬୪ଟି ଥିବାବେଳେ ୧୨ଟି ଅଧିକ ହୋଇ ମୋଟ ୨୭୬ଟି ବୃଦ୍ଧି ପାଇଛି । ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଥିବା ୨୭୩ରେ ୨୪ଟି ନୂତନ କେନ୍ଦ୍ର ବୃଦ୍ଧି ହୋଇ  ୨୯୭ଟି ହୋଇଛି । ୨ଟି ନିର୍ବାଚନ ମଣ୍ଡଳୀରେ ୩୬ଟି ନୂତନ ଭୋଟ କେନ୍ଦ୍ର ସ୍ଥାପନ କରାଯାଇ ମୋଟ ୫୭୩ଟି ରହିଛି । ଜିଲ୍ଲାରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ସଂଶୋଧନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମାନ ଗ୍ରହଣ କରାଯାଇଛି । ଡାକବାଜି ଯନ୍ତ୍ରୀ ମଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ  ଓ ନୂତନ ଭୋଟରଙ୍କ ନାମ ପଞ୍ଜିକରଣ ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କୁହାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କରକରା,ନିର୍ବାଚନ ଡେପୁଟି କଲେକ୍‍ଟର ଅଚ୍ୟୁତାନନ୍ଦ  ଜାନୀ ଏବଂ ଡେପୁଟି କଲେକ୍‍ଟର ଜୁବୁଲି ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

0
0
0
s2sdefault