ହେଡଲାଇନସ୍:

କଣ୍ଟ୍ରୋଲ  ସାମଗ୍ରୀ ଚୋରା କାରବାର ବୃଦ୍ଧି, ଯୋଗାଣ ବିଭାଗର ନୀରବତା ସନ୍ଦେହରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡା/Samir Kumar :  ଯୋଡା ସହରରେ କଣ୍ଟ୍ରୋଲ  ସାମଗ୍ରୀ ଚୋରା କାରବାର ବୃଦ୍ଧି ପାଇବାରେ ଲାଗିଛି । ଯୋଗାଣ ବିଭାଗ ଜାଣି ଶୁଣି ନୀରବ ରହିଥିବା ସାଧାରଣରେ ଅଭିଯୋଗ ହେଉଛି । ସରକାର ଗରିବ ଲୋକ ମାନଙ୍କ ପାଇଁ ଚାଉଳ, ଗହମ ଓ କିରୋସିନ କଣ୍ଟ୍ରୋଲ ଡିଲରଙ୍କ ମାଧ୍ୟମରେ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ହେଁ ଉପଯୁକ୍ତ ସାମଗ୍ରୀ ହିତାଧିକାରୀଙ୍କ ପାଖରେ ପହଂଚି ପାରୁ ନାହିଁ । ବିଭାଗୀୟ ଅଧିକାରୀ ଓ ଅସାଧୁ ଡିଲରଙ୍କ ମଧ୍ୟରେ ମଧ୍ଯଚନ୍ଦ୍ରିକା  ହେତୁ ଗରିବ ଜନସାଧାରଣ ଏଥିରୁ ବଂଚିତ ହେଉଛନ୍ତି । ଶୁକ୍ରବାର ସକାଳ ସମୟରେ ପୋଲିସ ପକ୍ଷରୁ ଯୋଡା ବଳବନ୍ତସିଂ ହଟିଂରେ ଚଢାଉ କରାଯାଇ ବ୍ୟାପକ ଚୋରା କିରୋସିନ ଜବତ କରାଯିବା ସହିତ ଏଥିରେ ସଂପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ପରେ ସହରରେ ଏହାକୁ କେନ୍ଦ୍ରକରି ଚର୍ଚ୍ଚା ଜୋର ଧରିଛି । ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ଚୋରା କଣ୍ଟ୍ରୋଲ  ସାମଗ୍ରୀ କାରବାରରେ ସଂପୃକ୍ତ ଅଭିଯୁକ୍ତକୁ ଧରିପାରୁଥିବା ବେଳେ ଯୋଗାଣ ବିଭାଗ କିପରି ଜାଣି ପାରୁ ନାହିଁ ବୋଲି ମତପ୍ରକାଶ ପାଇଛି । ଯୋଡା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣା ପଡିଛି ଯେ, ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିବା ପରେ ଅର୍ଜୁନ ମହାତ ନାମକ ଜଣେ ବ୍ୟକ୍ତିଙ୍କ ଗ୍ରସୋରୀ ଦୋକାନରୁ ୧୪ଟି ବ୍ୟାରେଲରେ ପ୍ରାୟ୨ହଜାର ୫ଶହ୨୦ ଲିଟର ଚେରା କିରୋସିନ ଜବତ କରିବା ସହିତ ଅଭିଯୁକ୍ତକୁ ଅଟକ ରଖାଯାଇଛି ।ଏନେଇ ଯୋଡା ଥାନାରେ କେଶନଂ ୧୪୬/୧୮ ଦଫା ୩୭୯,୪୧୧,୭ଇସି ଆକ୍ଟ ରୁଜୁ କରାଯାଇଥିବା ଯୋଡା ଥାନା ଆଇଆଇସି ମନୋଜ କୁମାର ରାଉତସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟକି ଯୋଡା ଯୋଗାଣ ବିଭାଗ ଅଧିକାରୀଙ୍କ ସହାୟତାରେ ୧୦ନଂ ୱାର୍ଡର ଜୈନେକ ଶାସକ ଦଳର ସଂଖ୍ୟା ଲଘୁ ସେଲର ପ୍ରଭାବଶାଳୀ ନେତା ବଲାଉ ଥିବା ବ୍ୟକ୍ତି ଜଣକ ସହରର ୪/୫ ଟି ସ୍ଥାନର ସାଧାରଣ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେଇଛନ୍ତି । ଏହି କିରୋସିନ ଚୋରା କାରବାରରେ ଉକ୍ତ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ଭାବେ ସଂପୃକ୍ତ ଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କର ସଂପୂର୍ଣ୍ଣ ହାତ ଥିବା ଅଭିଯୋଗ ହେଉଛି । ଏହି ଘଟଣାକୁ ପ୍ରଶାସନିକ ସ୍ତରରେ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଜଣା ପଡିଛି । ପୋଲିସ ନିରପେକ୍ଷ ତଦନ୍ତ କଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଅସିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏସଂକ୍ରାନ୍ତରେ ଯୋଡା ପୌରପାଳିକା ଯୋଗାଣ ନିରୀକ୍ଷକ ପାଏଲ ହେମ୍ବ୍ରମକୁ ପଚାରିବାରୁ ସେ ପୋଲିସ କିରୋସିନ ଜବତ କରିବା ଘଟଣା ସମ୍ପର୍କରେ ଆଦୌ ଜାଣି ନାହାନ୍ତି ଏବଂ ଆସନ୍ତାକାଲି ସେ ଭାବି ଚିନ୍ତି ଏସଂକ୍ରାନ୍ତରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି ପ୍ରକାଶ କରିଥିଲେ । ଏନେଇ ଜିଲା ସିଭିଲ ସପ୍ଲାଇ ଅଧିକାରୀ ଅଭିରାମ ପ୍ରଧାନକୁ ଯୋଗା ଯୋଗ କରାଯାଇଥିଲେ ହେଁ ପ୍ରତିକ୍ରିୟା ମିଳିପାରି ନ ଥିଲା ।

ଏସଂକ୍ରାନ୍ତରେ ଯୋଡା ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଲିଖିତ ଅଭିଯୋଗ ହେଲେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣା ପଡିଛି ଯେ, କେବଳ ଯୋଡା ସହରରେ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରତିମାସ ପ୍ରାୟ ୧୦ହଜାରରୁ ଊଦ୍ଧ୍ୱର୍ ଲିଟର କିରୋସିନ ଓ ଶହଶହ କ୍ୱିନ୍ଟାଲ ଗହମ ଓ ଚାଉଳ ବାଟ ମାରଣା କରାଯାଇ ପଡୋଶୀ ରାଜ୍ୟ ଝାଡଖଣ୍ଡକୁ ଚୋରା ଚାଲାଣ କରାଯାଉଛି ।ଏଥିରେ ଆନ୍ତରାଜ୍ୟ ଚୋରା ବେପାରୀ ମାନଙ୍କର ହାତ ରହିଥିବା ଜଣା ପଡିଛି ।

 

 

 

0
0
0
s2sdefault