ମହେନ୍ଦ୍ରତନୟା ନଦୀରେ ବିଷର୍ଜ୍ଜିତ ହେଲା ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ଚିତାଭସ୍ମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :ପୂରାତନ ପ୍ରଧାମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ତଥା ଅସ୍ତି କଳସୀ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ମହେନ୍ଦ୍ରତନୟା ନଦୀରେ ବିସର୍ଜନ କରାଯାଇଛି । ଅସ୍ଥି କଳସି ବର୍ଣ୍ଣାଢ୍ୟପୁର୍ଣ୍ଣ ଗାଡିରେ ଜିଲ୍ଲା ପରିକ୍ରମା କରି ପାରଳାଖେମୁଣ୍ଡି ପହଞ୍ଚିବା ପରେ ତାକୁ ଭବ୍ୟ ସ୍ୱାଗତ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପରେ ପି.ଡବ୍ଲୁଡି ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ଅଟଳ ପାର୍କ ନିକଟରେ ପହଞ୍ଚିଥିଲା । ସେଠାରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି , ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ଅସ୍ଥି କଳସ ଦର୍ଶନ କରି ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରିକ୍ରମା ବେଳେ ବିଭିନ୍ନ ଛକ ମାନଙ୍କରେ  ଜନସାଧାରଣ ମାନେ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଅଟଳ ବିହାରୀ ଅମର ରହେ କହି ମହେନ୍ଦ୍ରତନୟା ନଦୀରେ ଅସ୍ଥି କଳକୁ ବିସର୍ଜନ କରିଥିଲେ । ଭାଜପାର ତ୍ରିପତି ନାୟକ, ସିଦ୍ଧେଶ୍ୱର ମିଶ୍ର,ବାରିକ ଜେନା,ପ୍ରଶାନ୍ତ ପାଳ,ବାବୁନା ବେହେରା, ଅରୁଣିମା ସାହୁ ସମେତ ଶତାଧିକ ସଂଖ୍ୟାରେ ଯୋଗଦେଇଥିଲେ ।

0
0
0
s2sdefault