ହେଡଲାଇନସ୍:

ପାରଳା ପୌରପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱାୟତ ଶାସନ ଦିବସ ମହାଆଡ଼ମ୍ୱରରେ ପାଳିତ ହୋଇଯାଇଛି । ପୌର ଅଧ୍ୟକ୍ଷା ଏମ .ଲଳିତା ଏହି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନର ତାତ୍ପର୍ୟ  ଉପରେ ଆଲୋଚନା କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଯୋଗ ଦେଇ ପୌରପରିଷଦ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା, ହେଉଥିବା ଏବଂ ହେବାକୁ ଥିବା ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟକ୍ରମ ଗୁଡିକ ସୁଚନା ପ୍ରଦାନ କରିଥିଲେ । ଏସବୁର ସଫଳ ରୁପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନ୍ୟ ପକ୍ଷରେ ପାରଳାବାସୀଙ୍କ ମୌଳିକ ସୁବିଧା ସୁଯୋଗ ସବୁ କିଭଳି ଯୋଗାଇଦିଆଯାଇଛି ଏବଂ ତାହା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସବୁ କିଭଳି ଏବଂ କଣ କଣ ଆଗେଇ ଚାଲିଛି ପୌରପରିଷଦ  ଲକ୍ଷ୍ୟ ନେଇଥିବା ସଂକଳ୍ପର ପଦକ୍ଷେପ ସଫଳତାର କାର୍ଯ୍ୟପାଇଁ ସହରବାସୀଙ୍କ ସହଯୋଗ  ଓ ଦାୟୀତ୍ୱ ପ୍ରଭୃତି ଉପରେ କହିଥିଲେ । ପୌରାଧ୍ୟକ୍ଷା ଲଳିତା ପ୍ରଥମେ ପତାକା ଉତ୍ତୋଳନ କରି ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ପୌରପରିଷଦ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିଥିବା ପୌରପରିଷଦର ୫ଜଣ କର୍ମଚାରୀଙ୍କୁ ସମ୍ମାନୀତ କରି ପୁରସ୍କାର ପ୍ରଦାନ କରିଥିଲେ । ଟିକସ ଆଦାୟକାରୀ ଗିରିସ ଚନ୍ଦ୍ର ବେହେରା, ଜମାଦାର- ବାଲାକ୍ରିଷ୍ଣା,ପୁରୁଷ ଝାଡୁଦାର-ଏନ ଅଭିମନ୍ୟୁ ,ମହିଳା ଝାଡୁଦାର-ଏନ ରାମୁଲୁ ଏବଂ ଚପରାସି-ସୁବେଷ୍ନା କୁମାରୀ ସୁବିଦ୍ଧି । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦିପ କୁମାର ଲିମ୍ମା, ଘନଶ୍ୟାମ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଉପାଧ୍ୟକ୍ଷ ସଞ୍ଜୟ କୁମାର ଅଧିକାରୀ ସମେତ ପୌରପରିଷଦ କାର୍ଯ୍ୟାଳୟର ସମସ୍ତ ଯନ୍ତ୍ରୀ, କର୍ମଚାରୀ, କାଉନସିଲର, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ , ବୁଦ୍ଧିଜିବୀ ପ୍ରମୁଖ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

0
0
0
s2sdefault