ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି । ଶ୍ରୀ ପ୍ରଭାତ କୁମାର ମହାପାତ୍ର,ସଂସ୍କୃତ ଅଧ୍ୟାପକ,ଅଂଚଳ ମହାବିଦ୍ୟାଳୟ,ପଦ୍ମପୁର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସଂସ୍କୃତ ଭାଷାର ପ୍ରସାର ଭବିଷ୍ୟତ ଭାରତର ଉନ୍ନତିର ପ୍ରଧାନ ସହାୟକ ବୋଲି ଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ।ସମ୍ମାନୀତ ଅତିଥି ଧୀରେନ୍ଦ୍ର କୁମାର ଶାସ୍ତ୍ରୀ,ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ,ସୁରେନ୍ଦ୍ର କୁମାର ଭୋଇ ଓ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଶିକ୍ଷକ ଶ୍ରୀ ବୃନ୍ଦାବନ ଦାଶ ଅତିଥି ପରିଚୟ,ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଓ ଶ୍ରୀଯୁକ୍ତ ଜୀବନାନନ୍ଦ ସାହୁ ପ୍ରାରମ୍ଭିକ ସଙ୍ଗୀତ ପରିଚାଳନା କରିଥିବାବେଳେ ଶିକ୍ଷକ ଚିନ୍ତାମଣି ସାହୁ,ଜ୍ୟୋତ୍ସ୍ନାରାଣୀ ସାହୁ,ରଞ୍ଜନ କୁମାର ହୋତା,ସୁଶୀଳ କୁମାର ବରିହା ପ୍ରମୁଖ ବିଶେଷ ସହାୟତା କରିଥିଲେ । ସୁଷମା ଦାଶ,ବସନ୍ତ ବାଗ,ଦୁଷ୍ମନ୍ତ ଛତର ଓ ନନ୍ଦିନୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳନ
- Hits: 960
