ହେଡଲାଇନସ୍:

ଟାଟା କମ୍ପାନୀର ନିଯୁକ୍ତି ନାଁ ରେ ପ୍ରହସନ l

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କାଳିଆପାଣିରୁ ଦୟାନିଧି ମହାନ୍ତ : ସୁକିନ୍ଦା ଖଣି ଅଂଚଳରେ ଟାଟା କମ୍ପାନୀ ଦୀର୍ଘ ପଇଁଚାଳିଶ ବର୍ଷ ରୁ ଅଧିକ ହେବ ଖାଦାନ କରିଅଛି l ହଜାର ହଜାର କୋଟି ଟଙ୍କା ର କ୍ରୋମାଇଟ ପ୍ରତି ବର୍ଷ ଏଠାରୁ ନେଇ ବିଦେଶ ରେ କାରବାର କରୁଅଛି l ଖଣିଅଂଚଳ ରଂlସୋଳ ଗ୍ରାମ ପଂଚାୟତ ରେ ଥିବା ଖଣିରୁ କ୍ରୋମାଇଟ ପ୍ରାୟ ସରିଯିବା ଉପରେ l ହେଲେ ଏଠlକାର ସ୍ଥାୟୀ ନିବାସୀ ମାନଂକୁ ଆଜି ଯାଏ ଜଣକୁ ହେଲେ ନିଯୁକ୍ତି ଦେଇନାହିଁ l ଗତ ଜୁଲାଇ ମାସରେ ବିଭିନ୍ନ ଖବର କାଗଜ ପ୍ରଚାର ମାଧ୍ୟମରେ ତିନୋଟି ରାଜ୍ୟ ଓଡିଶା, ବିହାର ଓ ଝାଡ଼ଖଣ୍ଡ ର ପିଲାମାନଙ୍କ ପାଇଁ JT ରେ ନିଯୁକ୍ତି ଦେବା ପାଇଁ ଦରଖାସ୍ତ କରିବା ପାଇଁ ନିବେଦନ କରିଥିଲା l ସେଥିରେ କୁହାଯାଇଥିଲା ଉଣେଇଶ ବର୍ଷ ରୁ କମ ପିଲାମାନେ ଏଥିପାଇଁ ଆବେଦନ କରିପାରିବେ l ସାଧାରଣ ଓ ଓବିସି ବର୍ଗର ଯେଉଁ ପିଲାମାନେ 

 ଶତକଡା ପଞ୍ଚସ୍ଥରୀ ଭାଗ ନମ୍ବର ରଖିଥିବେ ଏବଂ ଆଦିବାସୀ ହରିଜନର ଯେଉଁ ପିଲାମାନେ ଶତକଡା ଷାଠିଏ ଭାଗ ନମ୍ବର ରଖି ମାଟ୍ରିକ ପରୀକ୍ଷା ରେ ପାସ କରି ଥିବେ ସେହିମାନେ କେଵଳ ଆବେଦନ କରିପାରିବେ l ପ୍ରକୃତରେ କହିବାକୁଗଲେ ଏହା ଏକ ପ୍ରଲୋଭନ ମାତ୍ର l ଆସନ୍ତା ଜନଶୁଣାଣୀ କୁ ସଫଳ କରିବାପାଇଁ ଏଠାକାର ଲୋକମାନଙ୍କୁ ଜାଣିଶୁଣି ଭ୍ରମିତ କରାଯାଇଅଛି l ଏହା ପ୍ରମାଣିତ ହୋଇଛି ଗତ ପ୍ରବେଶିକା ପରୀକ୍ଷା ରୁ  l କମ୍ପାନୀର ନିର୍ଧାରିତ ସୂଚୀ ଅନୁଯାୟୀ ଗତ ତା. 27.08,2018 ରିଖ ଦିନ ଭୁବନେଶ୍ୱର ରେ ଏହାର ଲିଖିତ ପରୀକ୍ଷା କରାଯାଇଥିଲା l  ଏହା କେବଳ କମ୍ପାନୀରେ କାମକରୁନଥିବା ଲୋକମାନଙ୍କ ପିଲା ମାନଙ୍କପାଇଁ ଉଦିଷ୍ଠ ଥିଲା l କିନ୍ତୁ ସେହି ପଦବୀ ପାଇଁ କମ୍ପାନୀରେ କାମକରୁଥିବା କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଅଲଗା ଏକ ପରୀକ୍ଷା କରାଯାଉଛି l ଏଥିରୁ ଜଣାଯାଏ କମ୍ପାନୀ ର ଆନ୍ତରିକତା କଣ? ଖଣି ଖାଦାନ ରେ କାମକରି ଜୀବନ ନିର୍ବାହ କରି ଗରିବ ଲୋକଟି ତାର ପିଲାଟି ପାଇଁ ଯେଉଁ ସ୍ବପ୍ନ ଦେଖିଛି ତାହା କେଵଳ ତାର ଦିବା ସ୍ବପ୍ନ ହୋଇ ରହିଯାଉଛି l ଯେଉଁମାନେ ଏହା ବିରୁଦ୍ଧରେ ମୁହଁ ଖୋଲିଛନ୍ତି ସେମାନଙ୍କୁ ବିଭିନ୍ନ ଉପାୟ ରେ ଚୁପ କରାଇ ଦିଆଯାଉଅଛି l ଏମିତିକି ଏ ଅଂଚଳର  ଗଣମାଧ୍ୟମ ମଧ୍ୟ୍ୟ ଏ ବିଷୟରେ ଅବହେଳା କରିଚାଲିଛନ୍ତି lଅଚାନକ ଟାଟା କମ୍ପାନୀର MD କାଦୁଅବନ୍ଦୀ ସ୍କୁଲ ପରିଦର୍ଶନ ତାହା ପୁଣି ଗଣମାଧ୍ୟମର ଅଗୋଚରରେ, ଏସବୁ ଏ ଅଞ୍ଚଳବାସୀଙ୍କ ପାଇଁ କେଵଳ ଏକ ପ୍ରଲୋଭନ ଛଡା ଆଉ କିଛି ନୁହେଁ l

 

0
0
0
s2sdefault