ହେଡଲାଇନସ୍:

ଏନ ଏ ସି ରେ ବର୍ଷା ଙ୍କର ମାରାଥନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କାଉନ୍ସିଲ ମିଟିଂରେ ସ୍ୱଚ୍ଛତାକୁ ଗୁରୁତ୍ୱ

  • ଜିଲ୍ଲା ଗଠନ ପାଇଁ ନେଲେ ଦାଇତ୍ୱ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ଆଜି ଅନେକ ଗୁଡିଏ ସରକାରୀ ଓ ବେସରକାରୀ କାର୍ଯକ୍ରମ ରେ ଯୋଗ ଦେଇଥିଲେ । ଗତ 42 ଦିନ ଧରି ପଦ୍ମପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା କୁ ନେଇ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଆଜି ବିଧାୟିକା ପହଞ୍ଚି ଆନ୍ଦୋଳନ କୁ ସମ୍ମର୍ଥନ ଜଣାଇବା ସହିତ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା ନିଶ୍ଚୟ କରନ୍ତି । ଆମକୁ ମୁଖ୍ୟମନ୍ତ୍ରୀ ଙ୍କର ଉପରେ ଭରସା କରିବାକୁ ପଡିବ । ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଦାବିକୁ ମୁଁ ଅଗ୍ରାଧିକାର ଦେଇ ଏହାର ଦାଇତ୍ଵ ନେଲୁ ବୋଲି ଆଜି ଆନ୍ଦୋଳନ ରେ ବସିଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ ପ୍ରାୟ ତିନି ଦଶନ୍ଧି ରୁ ଉର୍ଦ୍ବ ସମୟ ହେବ ପଦ୍ମପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ର ଦାବି ନେଇ ଆନ୍ଦୋଳନ ଜାରି ରହିଛି । ଗତ ଉପନିର୍ବାଚନ ପୂର୍ବରୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସହିତ ଆଲୋଚନା କରି ଏହି ବାବଦରେ ଜଣାଇଥିଲେ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଜିଲ୍ଲା ଗଠନ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏହାପରେ ବିଧାୟିକା ଏନ ଏ ସି ର ସଭାଗୃହ ରେ କାଉନ୍ସିଲର ମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ସହରରେ ସଫେଇ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ସମସ୍ତ କର୍ମଚାରୀ ଓ କାଉନ୍ସିଲର ମାନଙ୍କୁ କହିଥିଲେ । ପଦ୍ମପୁର ଟାଉନ ହଲ ଠାରେ ଏନ ଏ ସି ତରଫରୁ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟିକା 10 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ମୁକ୍ତା ଯୋଜନାରେ ବିଭିନ୍ନ କାମ ପାଇଁ କାର୍ଯାଦେଶ ବଣ୍ଟନ କରିବା ସହିତ ରାଜ୍ୟ ସରକାର ଙ୍କର ଜାଗା ମିଶନ ଯୋଜନାରେ 11 ଜଣଙ୍କୁ ଜମିପଟ୍ଟା ବଣ୍ଟନ ଓ ସରକାର ଙ୍କର ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଯୋଜନାରେ 62 ଜଣ ନୂତନ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ ।।

0
0
0
s2sdefault