ବରଗଡ :- ସୋହେଲା ନିକଟସ୍ଥ ଲେଖାପଦର ଗ୍ରାମ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହି ଆହତ ଅବସ୍ଥାରେ ପଡିରହିଥିଲେ । ଦୁର୍ଘଟଣା ଘଟିଥିବା ଖବର ପାଇ ଝଡ ବେଗରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ | ଆହତ କରାଳମାଲ ଗ୍ରାମର ମନ ବିଶି ଙ୍କର ଅବସ୍ଥା ଗୁରୁତର ଦେଖି ତୁରନ୍ତ ତାଙ୍କୁ ସୋହେଲା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇବା ସହିତ ଆହତ ବ୍ୟକ୍ତି ଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହାପରେ ବିଧାୟକ ଶ୍ରୀ ସିଂ ସୋହେଲା ଥାନା ଅଧିକାରୀଙ୍କୁ ଆହତ ବ୍ୟକ୍ତିଙ୍କର ସୁବିଧା ଅସୁବିଧା ବାବଦରେ ବୁଝିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କ ପାଇଁ ଆରମ୍ଭର କିଛି ଘଣ୍ଟା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ଏହି ସମୟ ଭିତରେ ଉପଯୁକ୍ତ ଚିକିତ୍ସା ଜଣକର ବହୁମୂଲ୍ୟ ଜୀବନ ରକ୍ଷା କରିପାରିଥାଏ । ବିଧାୟକ ଶ୍ରୀ ସିଂ ସବୁବେଳେ ପ୍ରୟାସ କରିଥାନ୍ତି ଚିକିତ୍ସା ଅଭାବରୁ କୋଣସି ବ୍ୟକ୍ତି ଙ୍କର ପ୍ରଣାହାଣୀ ନ ହେଉ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋରୋନା ମହାମାରୀ ସମୟରେ ଯେତେବେଳେ ବଡ଼ବଡ଼ିଆ ମାନେ ନିଜକୁ ମହାମାରୀ ର ଭୟରେ ଘରଭିତରେ ବନ୍ଦ କରି ରହିଥିଲେ ସେହି ସମୟରେ ଶ୍ରୀ ସିଂ ନିଜେ ଅମ୍ଭୁଲାନ୍ସ ଚଳାଇ ରୋଗୀ ମାନଙ୍କର ନିଜତରେ ହଜାର ହୋଇ ତାଙ୍କର ଜୀବନ ରକ୍ଷା କରୁଥିଲେ ।
ରାଜ୍ୟ
ଠିକଣା ସମୟରେ ପହଞ୍ଚି ଦୁର୍ଘଟଣା ଆହତଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ ସୁଶାନ୍ତ ସିଂ
- Hits: 2489