ହେଡଲାଇନସ୍:

ସାରା ଓଡ଼ିଶା ଆଜି କ୍ରୀଡାର ପେଣ୍ଠ ସ୍ଥଳ ପାଲଟିଛି: ବିଷ୍ଣୁବ୍ରତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର ରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ

ବାସୁଦେବପୁର/ପ୍ରତାପ ପାଢ଼ୀ-ହକି ପୁରୁଷ ବିଶ୍ଵ କପ୍ ୨୦୨୩ ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ବାସୁଦେବପୁର ରେ ପଞ୍ଚାୟତ ସମିତି ଅଧୀନ ଚୂଡ଼ାମଣି ଓ ଶାଶୂ ଭୁଆସୁଣୀ ପଞ୍ଚାୟତ ମଧ୍ଯ ସ୍ଥଳ ହାଇ ସ୍କୁଲ୍ ଖେଳ ପଡିଆ ନିକଟ ରେ ଅନୁଷ୍ଟିତ ହୋଇ ଯାଇଛି। ପାଞ୍ଚଟି ପଞ୍ଚାୟତ ଚୂଡ଼ାମଣି, ଶାଶୂ ଭୁଆସୁଣୀ, ଶୁଦ୍ରସନ ପୁର, ଇରମ, ଅଢୁଆଁ ପଞ୍ଚାୟତ କୁ ନେଇ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଡିଓ ସତ୍ୟଜିତ ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବ୍ଲକ୍ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ବିଧାୟକ ଙ୍କ ପ୍ରତିନିଧି ଅସିତ୍ କୁମାର ଦାସ, ଉପାଧ୍ୟକ୍ଷ ଙ୍କ ପ୍ରତିନିଧି ଚିନ୍ମୟ ବାରିକ,ସରପଂଚ ଅଗଣି ଜେନା ଙ୍କ ସହ ପାଞ୍ଚଟି ପଞ୍ଚାୟତ ର ସରପଂଚ, ସମିତି ସଭ୍ୟ , ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା କ୍ଷେତ୍ର ରେ ଜଉ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି ତାହା ଓଡ଼ିଶା ପାଇଁ ଖୁସି ଓ ଆନନ୍ଦର ବିଷୟ, ଓଡ଼ିଶା ଆଜି କ୍ରୀଡାର ପେଣ୍ଠ ସ୍ଥଳ ପାଲଟିଛି ବୋଲି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ନିଜ ଭାଷଣ ରେ କହିଥିଲେ। ପିଲା ମାନଙ୍କ ସହ ସେଲ୍ଫି ନେବା ସହ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ ବିଧାୟକ। ପଞ୍ଚାୟତ ସମିତି ପକ୍ଷ ରୁ ପନ୍ଦର ତାରିଖ ରୁ ଆରମ୍ଭ ହୋଇ ଏକୋଇଶି ତାରିଖ ରେ ଛ ଟି ସ୍ଥାନ ରେ ହୋଇ ସାରି ଏକୋଇଶି ତାରିଖ ରେ ଉଦଯାପିତ ହେବ ବୋଲି ସୂଚନା ମିଳିଛି।

0
0
0
s2sdefault