ହେଡଲାଇନସ୍:

ଧାନ ଖରିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ,ସରକାରୀ ସହଯୋଗ ପାଇଁ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) -ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର କଟାପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୁବୃତ୍ତ ଧାନ ଖଳାରେ ନିଆଁ ଲଗାଇ ଦେଇଥିଲା । ଫଳରେ ଥବିର ପୁଟେଲ ନାମକ ଜଣେ ଚାଷୀଙ୍କ ଅମଳ ହୋଇ ଖଳାରେ ଗଚ୍ଛିତ ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ପୁଟେଲ ଦେଢ଼ ଏକର ଜମିରେ ଚାଷ କରି ୩୩ କ୍ୱିଣ୍ଟାଲ ଧାନ ଖଳାରେ ଗଚ୍ଛିତ ରଖିଥିଲେ । ଆଜି ସକାଳୁ ଗ୍ରାମର ଜଣେ ବ୍ୟକ୍ତି ଗାଧୋଇ ଯିବା ସମୟରେ ଧାନ ଖଳିି ପୋଡୁଥିବା ଦେଖି ଚାଷୀଙ୍କୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସମସ୍ତ ଧାନ ପାଉଁଶ ହୋଇସାରିଥିଲା । ଋଣ କରି ଦେଢ଼ ଏକର ଜମିରେ ଧାନ ଚାଷ କରିଥିବାରୁ ଏଭଳି ସ୍ଥିତିରେ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବୀ ହେଉଛି ।

0
0
0
s2sdefault