ହେଡଲାଇନସ୍:

ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା -ଦେବେନ୍ଦ୍ର ଷଢ଼ଙ୍ଗୀ) - ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓଡିଶା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଶାଖାର ମିଳିତ ସହଯୋଗରେ ହୋଟେଲ ଚଣ୍ଡିଆ ପ୍ୟାଲେସ ପରିସରରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସାମ୍ବାଦିକ ସଂଘ ସମ୍ପାଦକ ଶିବାଶିଷ ମହାନ୍ତି ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ l ରାଜ୍ୟ ସାମ୍ବାଦିକ ସଂଘ ସଭାପତି କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ l
ଶ୍ରୀ ନାୟକ କହିଲେ ସ୍ୱାଭିମାନ ଓ ଆତ୍ମ ସମ୍ମାନର ସହ ନୀତିନିଷ୍ଠ ପତ୍ରକାରୀତା ଉପରେ ଯୁବ ସାମ୍ବାଦିକ ମାନେ ଗୁରୁତ୍ୱ ଦିଅନ୍ତୁ l କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ନିରାକରଣ ଉପରେ ଜିଲ୍ଲାର ଅଭିଜ୍ଞ ସାମ୍ବାଦିକ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଶିଷ୍ଟ ଅତିଥିଭାବେ ପିଟି ଆଇର ପ୍ରତିନିଧି ତଥା ଏସୟୁଜେ ରାଜ୍ୟ କଲ୍ୟାଣପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ରାଜ୍ୟ ସାମ୍ବାଦିକ ସଂଘ କୋଷାଧ୍ୟକ୍ଷ ଅଖିଳେଶ ମହାନ୍ତି ଯୋଗଦେଇ କହିଲେ -ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ସତ୍ୟ ଓ ତଥ୍ୟ ଆଧାରିତ ସମ୍ବାଦ ପରିବେଷଣ ଦ୍ୱାରା ଆମକୁ ନିର୍ଭୀକତାର ପରିଚୟ ସୃଷ୍ଟି କରିବାକୁ ପଡିବ l ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ -ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମକୁ ସାଧାରଣ ଲୋକଙ୍କ ପାଇଁ କଲମ ଚଳେଇବାକୁ ପଡିବ l ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାର ୪ ଜଣ କୃତି ପ୍ରତିଭାଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ମୁନିସିପାଲିଟି ଅଂଚଳରୁ ଶତାଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l

0
0
0
s2sdefault