ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) -ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡରେ ଆଜିକୁ ଦୀର୍ଘ ବର୍ଷ ହେବ ବହୁ ପରିବାର ସରକାରୀ ଜାଗାକୁ ଜବରଦଖଲ କରି ରହି ଆସୁଛନ୍ତି । ପ୍ରକାଶ ଥାଉକି,ଉକ୍ତ ପରିବାରକୁ ଥଇଥାନ ନକରି ୭ଦିନ ମଧ୍ୟରେ ଘର ନ ଛାଡ଼ିଲେ ଜେସିବି ବୁଲିବ ବୋଲି ଏନଏସି କର୍ତ୍ତୃପକ୍ଷ ଚେତାବନୀ ଦେଇଥିଲେ । ଏବେ ସହରର ୫୬୧ ପରିବାରକୁ ଥଇଥାନ ନକରି ଉଚ୍ଛେଦ କରୁଥିବାରୁ ବସ୍ତିବାସିନ୍ଦା ସୁରକ୍ଷା ମଞ୍ଚର ଆବାହକ ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଶତାଧିକ ପୁରୁଷ ଓ ମହିଳା ହୀରାସାଗେରନ ମନ୍ଦିରରୁ ଏକ ରାଲିରେ ବାହାରି ମୁଖ୍ୟରାସ୍ତାରେ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଅଫିସ ଓ ଏନଏସି ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ଓ ଥଇଥାନ କରାଯାଉ ବୋଲି ବିଭିନ୍ନ ନାରା ଦେଇଥିଲେ । ପରେ ସହକାରୀ ଜିଲ୍ଲାପାଳ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଦାବୀପତ୍ର ଗ୍ରହଣ କରିଥିଲେ । ଏଥିସହିତ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନାକାରୀମାନେ ଧାରଣାରୁ ଓହରିଥିଲେ । ଏଥିରେ ମାନବ ଅଧିକାର କର୍ମୀ ଜନସନ ନାଗ ସମେତ ବିଭିନ୍ନ ବସ୍ତିର ଶତାଧିକ ଜନସାଧାରଣ ସାମିଲ ଥିଲେ ।
ରାଜ୍ୟ
ରାମପାଲି ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ସମ୍ପୃକ୍ତ ପରିବାର ପକ୍ଷରୁ ଉପଜିଲ୍ଲାପାଳ ଅଫିସ ଘେରାଉ
- Hits: 309