ବଲାଙ୍ଗିର/ନିରୋଜ ମିଶ୍ର: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ,ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡା କମ୍ପ୍ଲେକ୍ସ ଠାରେ ଆଜି ଜିଲ୍ଲା ର ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ” ଉତ୍ସାହ “-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ପ୍ରତିଯୋଗିତା କୁ ପୂର୍ବାହ୍ନ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଯୋଗେଶ୍ଵର ମହାନ୍ତି, ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ପାରାଶର ବାଗ , ଶିଶୁ ମଙ୍ଗଳ ସମିତି ର ସଦସ୍ୟ ବିରଞ୍ଚି ବହିଦାର, ନନ୍ଦକିଶୋର ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ର ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ପାର୍ବତୀଗିରି ବାଲନିକେତନ ,ଆଦୃତ ଶିଶୁ ଗୃହ ପଥରଚେପା ,ଗ୍ରାମ ମଙ୍ଗଳ ପାଠାଗାର ସାଲେପାଳି ,ଗୁରୁକୁଳ ସପ୍ତର୍ଷି ଶେବାଶ୍ରମ ,ଦେଓଗାଁ ,ଉତ୍କଳ ବାଳାଶ୍ରମ କଣ୍ଟାବାଞ୍ଜି ର ଅନ୍ତେବାସୀ ମାନେ ବିଭିନ୍ନ କ୍ରୀଡା ଯଥା ୧୦୦ ମିଟର ,୨୦୦ ମିଟର ଦୌଡ ,ଲମ୍ବଡିଆଁ ,ଉଚ୍ଚ ଡିଆଁ ,ଚେସ ,କ୍ୟାରମ ,ଫୁଟବଲ ପ୍ରତିଯୋଗିତା ରେ ଉଭୟ ବାଳକ ଓ ବାଳିକା ବିଭାଗରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମୋଟ ୧୦୦ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବ ରେ ବଲାଙ୍ଗିର ଉପ ଜିଲାପାଳ କୁମାର ନାଗଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିବା ସହ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଚୂଡାମଣି ପଣ୍ଡା ପରିଚାଳନା କରିଥିବାବେଳେ ଦିଗମ୍ବର କର ଏହି ଉଦଘାଟନୀ ଓ ଉଦଯାପନୀ ଉତ୍ସବ ପରିଚାଳନା କରିଥିଲେ । କ୍ରୀଡ଼ା ଶିକ୍ଷକ ମହଡ ବାରିକ , କସ୍ତୁରୀ ରଥ ,ପ୍ରଣତୀ ପାଣିଗ୍ରାହୀ ,ଏନ॰ ଏସ ॰ ନାଇଡୁ ,ବୈକୁଣ୍ଠ ଜେନା ,ଅଜୟ ଦର୍ଜି ,ପ୍ରଦୀପ ମେହେର ପ୍ରମୁଖ ସମସ୍ତ କ୍ରୀଡ଼ା ପ୍ରତିଯୋଗୀତା ପରିଚାଳନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଅରୁଣ ଖୁଆସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବଲାଙ୍ଗିର ଠାରେ ଶିଶୁ ଯତ୍ନ ଅନୁଷ୍ଠାନ ର ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ” ଉତ୍ସାହ “-୨୦୨୨ ଅନୁଷ୍ଠିତ ।
- Hits: 290