ହେଡଲାଇନସ୍:

ଏନ ଏ ସି ପରିଦର୍ଶନ କଲେ ବିଧାୟିକା:ନିଷ୍ଠା ର ସହିତ ଜନସେବା କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧ୍ୟାୟିକା ବର୍ଷା ରାଣୀ ସିଂ ବରିହା ଆଜି ପଦ୍ମପୁର ଏନ ଏ ସି ଅଫିସ କୁ ପହଞ୍ଚିଥିଲେ । ସର୍ବପ୍ରଥମେ ଅଫିସର କାର୍ଯନିର୍ବାହୀ ଅଧିକାରୀ ଙ୍କର ସମେତ ସମସ୍ତ କର୍ମଚାରି ମାନେ ମାନ୍ୟବର ବିଧାୟିକା ଙ୍କୁ ସ୍ୱାଗତ କରିଥିଲେ । ଏହାପରେ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ମାଝୀ ଙ୍କର ପ୍ରକୋଷ୍ଠରେ , ବିଧାୟିକା ସମସ୍ତ କର୍ମଚାରୀ ମାନଙ୍କର ସହିତ ଆଲୋଚନା କରିଥିଲେ । ଏନ ଏ ସି ଅଧୀନରେ ଜନସାଧାରଣ ଙ୍କର ରହିଥିବା ସମସ୍ୟା ଗୁଡିକର ନିଷ୍ଠା ଓ ତତ୍ପରତା ସହିତ ସମାଧାନ କରିବା ପାଇଁ ପ୍ରୟାସ କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ କୋଣସି ପ୍ରକାର ଅନିୟମିତତା କୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଏନ ଏ ସି ଅଂଚଳରେ ଲୋକେ କେମିତି ରାଜ୍ୟ ସରକାର ଙ୍କର ଜନାହିତକାରୀ ଯୋଜନା ଗୁଡିକର ଲାଭ ପାଇ ପାରିବେ ସେଥିପ୍ରତି ସ୍ୱତନ୍ତ୍ର ଭାବରେ କାର୍ୟ୍ଯ କରିବା ପାଇଁ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ବିଧାୟିକା ବର୍ଷା ରାଣୀ ସିଂ ବରିହା । ଏହି ଅବସରରେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ ଙ୍କର ପ୍ରତିନିଧି ଶ୍ରୀ ସୋନୁ ବାଗ ମଧ୍ୟ ଉପସ୍ଥିତ ଥିଲେ ।।

0
0
0
s2sdefault