ହେଡଲାଇନସ୍:

ଶ୍ୟାମ ଷ୍ଟିଲ୍‍ ପ୍ରଚଳନ କରୁଛି ଜି ହଜୁର୍‍; ସମସ୍ତ ନିର୍ମାଣ ସାମଗ୍ରୀ ସଂଗ୍ରହ ନିମନ୍ତେ ଏକ ବି୨ବି ବଜାରସ୍ଥଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରାଇମେରୀ ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ‘ଜିହଜୁର୍‍’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ସମସ୍ତ ପ୍ରକାର ନିର୍ମାଣ ସାମଗ୍ରୀ ଏବଂ ସେବା ଗୋଟିଏ ଛାତତଳେ ଯୋଗାଇଦେବାର ଏକ ପୂର୍ଣ୍ଣାଙ୍ଗ ପରିବ୍ୟବସ୍ଥା ଏହି ବି୨ବି ବଜାରସ୍ଥଳ ଯୋଗାଇ ଦେଉଛି ଏବଂ ଭିତ୍ତିଭୂମି କ୍ଷେତ୍ରରେ ଯୋଗାଣକାରୀ ଓ ନିର୍ମାଣ ସାମଗ୍ରୀର କ୍ରେତାଙ୍କ ମଧ୍ୟରେ ରହୁଥିବା ଖାଲିସ୍ଥାନ ପୂରଣ ନିମନ୍ତେ ଏହା ଲକ୍ଷ୍ୟ ରଖିଛି । ଜିହଜୁର୍‍ ଗ୍ରାହକଙ୍କ ଆବଶ୍ୟକତା ବୁଝିବା ସହିତ ଏକ ନିଦ୍ୱର୍ନ୍ଦ୍ୱ ସାମଗ୍ରୀ ସଂଗ୍ରହ ଅନୁଭୂତି ଯୋଗାଇଦେବାର ସମସ୍ତ ଦାୟିତ୍ୱ ବହନ କରୁଛି ।
ଜିହଜୁର୍‍ ଯେକୌଣସି ବ୍ରାଣ୍ଡ୍‍ର ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ବ୍ୟବସାୟ ଗ୍ରାହକଙ୍କ ନିକଟରୁ ଅର୍ଡର ସଂଗ୍ରହ କରିଥାଏ, ଯେଉଁଥିରେ ଭିତ୍ତିଭୂମି ଠିକାଦାର, ବିଲ୍‍ଡର ଆଦି ସାମିଲ ଏବଂ ତାହାକୁ ଉପଯୁକ୍ତ ନିର୍ମାତା/ ଯୋଗାଣକାରୀଙ୍କ ନିକଟରୁ ସଂଗ୍ରହ କରି ଉକ୍ତ ଆବଶ୍ୟକତା ପୂରଣ କରିଥାଏ । ଏହି ବଜାରସ୍ଥଳ ଗ୍ରାହକଙ୍କ ଅର୍ଥ ନିମନ୍ତେ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁଛି ଏବଂ ଭେଣ୍ଡର ପରିଚାଳନା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ । ଜିହଜୁର୍‍ ବ୍ୟାପକ ବର୍ଗର ଅନୁମୋଦିତ ନିର୍ମାତଙ୍କ ନିକଟରୁ ସର୍ବୋତ୍ତମ ମୂଲ୍ୟରେ ଏବଂ ସର୍ବୋତ୍ତମ ମାନର ସାମଗ୍ରୀ ସଂଗ୍ରହ କରି ତାହା ଯୋଗାଇ ଦେଉଛି । ଏହା ମଧ୍ୟ ସଂଗୃହୀତ ସାମଗ୍ରୀଗୁଡିକୁ ପ୍ରତିଷ୍ଠିତ ପରିବହନକାରୀ ନେଟୱର୍କ ଜରିଆରେ ଗ୍ରାହକଙ୍କ ଦ୍ୱାରଦେଶରେ ପହଞ୍ଚାଇବା ସୁନିଶ୍ଚିତ କରୁଛି । ଜିହଜୁର୍‍ ମଧ୍ୟ ଅନୁକୂଳ ଋଣ ସୁବିଧା ଏବଂ ଅର୍ଥଯୋଗାଡ ସର୍ତ୍ତାବଳୀ ଯୋଗାଇଦେଇ ଗ୍ରାହକଙ୍କର କାର୍ଯ୍ୟକାରୀ ମୂଳଧନ ବାବଦ ଚାପ ଲାଘବ କରୁଛି । ଗ୍ରାହକମାନେ ସାମଗ୍ରୀ ପରିବହନ ଉପରେ ସ୍ପଷ୍ଟ ଭାବରେ ଦୃଷ୍ଟି ରଖିପାରିବେ ।
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ମନିଶ ବେରିୱାଲା, ଡାଇରେକ୍ଟର, ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ ଲିମିଟେଡ କହିଛନ୍ତି, “ଜିହଜୁର୍‍ ନିର୍ମାଣ ସାମଗ୍ରୀ ବର୍ଗରେ ଏକ ପରିବର୍ତ୍ତନକାରୀ ହେବ । ନିର୍ମାଣ ସାମଗ୍ରୀ କିଣା ପ୍ରକ୍ରିୟା ନିର୍ବିଘ୍ନରେ ହେବ ଏବଂ ଆମେ ଗ୍ରାହକଙ୍କ ସହିତ ସଠିକ୍‍ ସମୟରେ ନିୟୋଜିତ ରହିବାରେ ସମର୍ଥ ହୋଇପାରିବୁ । ବ୍ୟବସାୟ-ପରିଚାଳିତ ପ୍ରଯୁକ୍ତିରେ ନବସୃଜନ ଆଣିବାରେ ଆମେ ସର୍ବଦା ଅଗ୍ରଭାଗରେ ରହିଆସିଛୁ ଏବଂ ଜିହଜୁର୍‍ କ୍ରେତା ଓ ଯୋଗାଣକାରୀଙ୍କର ସମସ୍ତ ଚିନ୍ତା ଦୂର କରିବାକୁ ଲକ୍ଷ୍ୟ ରଖିବ ଏବଂ ତାହାସହିତ ଡିଲରମାନଙ୍କୁ ଏକ ବିଶାଳ ବଜାର ଯୋଗାଇଦେଇ ସେମାନଙ୍କ ବ୍ୟବସାୟରେ ଉନ୍ନତି ସାଧନ କରିବ ।”
ଜିହଜୁର୍‍ରେ ଉପଲବ୍ଧ ଉତ୍ପାଦଗୁଡିକ ମଧ୍ୟରେ ଟିଏମ୍‍ଟି ବାର୍‍, ଷ୍ଟ୍ରକଚରାଲ ଷ୍ଟିଲ, ପାଇପ ଓ ଟ୍ୟୁବ୍‍, ମେଟାଲ ବିମ୍‍ କ୍ରାଶ୍‍ ବ୍ୟାରିୟର, ସ୍କାଫୋଲଡିଂ ଏବଂ ସଟରିଂ ଉପକରଣ, ପୋଲ୍‍ ଓ ଟାୱାର, ଫାବ୍ରିକେସନ, ନିର୍ମାଣ ସମ୍ପର୍କିତ ରାସାୟନିକ ପଦାର୍ଥ, ବିଟୁମେନ୍‍ ଓ ଫ୍ଲାଇ ଆଶ୍‍, ନିର୍ମାଣ ଉପକରଣ, ନିର୍ମାଣ ସମ୍ପର୍କିତ ହାର୍ଡୱେର ଓ ସଫ୍ଟୱେର, ତଦାରଖ ଓ ପରୀକ୍ଷଣ ସେବା ଆଦି ଅନ୍ତର୍ଭୁକ୍ତ । ନିର୍ମାଣ ସାମଗ୍ରୀ ସହିତ ଜିହଜୁର୍‍ ସେତୁ, ଷ୍ଟ୍ରକ୍‍ଚର, ସଡ଼କ ଏବଂ ଅନ୍ୟ ସମସ୍ତ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଭରସାଯୋଗ୍ୟ ତଦାରଖ ଓ ପରୀକ୍ଷଣ ସେବା ଯୋଗାଇ ଦେଉଛି । କମ୍ପାନୀଗୁଡିକୁ ଡିଜିଟାଲ ଉପାୟରେ ପରିଚାଳିତ ହେବା ନିମନ୍ତେ ସମର୍ଥ କରାଇବା ଏବଂ ବ୍ୟବସାୟିକ ସାମର୍ଥ୍ୟରେ ବୃଦ୍ଧି ଘଟାଇବାକୁ ଜିହଜୁର୍‍ ସଫ୍ଟୱେର ଏବଂ ହାର୍ଡୱେର୍‍ର ପୂର୍ଣ୍ଣାଙ୍ଗ ଉତ୍ପାଦସମ୍ଭାର ଭିତ୍ତିଭୂମି ସଂସ୍ଥାଗୁଡିକୁ ଯୋଗାଇ ଦେଉଛି ।
“ଆମେ ଗ୍ରାହକଙ୍କ ନିକଟରୁ ଅତ୍ୟନ୍ତ ସକାରାତ୍ମକ ପ୍ରତିକ୍ରିୟା ପାଇଛୁ ଏବଂ ଇତିମଧ୍ୟରେ ଅଗ୍ରଣୀ ଭିତ୍ତିଭୂମି ନିର୍ମାଣକାରୀଙ୍କ ସହିତ ସହଯୋଗିତା କରିସାରିଛୁ । ଆମର ବିକ୍ରି ୬୫ କୋଟି ଟଙ୍କାକୁ ଅତିକ୍ରମ କରିସାରିଛି ଏବଂ ଆମର ବ୍ୟବସାୟରେ ଅଧିକ ଅଭିବୃଦ୍ଧି ନେଇ ଆମେ ପୂର୍ଣ୍ଣ ବିଶ୍ୱାସୀ ରହିଛୁ । ଆମର ତଥ୍ୟଭିତ୍ତିରେ ବୃଦ୍ଧି ଘଟାଇବା ଏବଂ ସାମଗ୍ରୀ ସଂଗ୍ରହକୁ ଚିନ୍ତାମୁକ୍ତ କରିବା ସକାଶେ ନୂତନ ପଦ୍ଧତି ପ୍ରଚଳନ କରିବାକୁ ଆମେ ଅଧିକ ଭିତ୍ତିଭୂମି ସଂସ୍ଥାଗୁଡିକ ସହିତ ସହବନ୍ଧନ କରିବୁ”, ବୋଲି ଶ୍ରୀ ବେରିୱାଲା କହିଛନ୍ତି ।
ଜିହଜୁର୍‍ କିଛିମାସ ତଳେ ଏକ ପାଇଲଟ୍‍ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଆଜି ପର୍ଯ୍ୟନ୍ତ ଏହା ସଫଳତାର ସହିତ ଟିଏମ୍‍ଟି ବାର୍‍, ଷ୍ଟ୍ରକଚରାଲ ଷ୍ଟିଲ, ଡିଆଇ ପାଇପ ଆଦି ଉଲ୍ଲେଖନୀୟ ପରିମାଣରେ ସମସ୍ତ ରାଜ୍ୟରେ ସଫଳତାର ସହିତ ପ୍ରେରଣ କରିସାରିଛି । ଏହା ୫୦ରୁ ଅଧିକ ଖ୍ୟାତିସଂପନ୍ନ ଭିତ୍ତିଭୂମି ଠିକାଦାରଙ୍କ ଚାହିଦା ପୂରଣ କରିଛି ଏବଂ ଗ୍ରାହକମାନେ ଗୋଟିଏ ଛାତ ତଳେ ସମସ୍ତ ନିର୍ମାଣ ସାମଗ୍ରୀ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟରେ ସଂଗ୍ରହ ତଥା ଦ୍ରୁତ ଯୋଗାଣକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି । ସାମଗ୍ରୀଗୁଡିକ ଜାତୀୟ ରାଜପଥ, ସେତୁ, ହସପିଟାଲ, ମେଟ୍ରୋ ରେଳ, ବିମାନ ବନ୍ଦର ଆଦି ମୁଖ୍ୟ ମୁଖ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡିକରେ ବ୍ୟବହାର କରାଯାଇଛି ।

0
0
0
s2sdefault