ହେଡଲାଇନସ୍:

ମାଁ ବିନ୍ଧ୍ୟବାସିନୀ ଓ ନୃସିଂହନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବନିର୍ବାଚିତ ବିଧାୟିକାଙ୍କୁ ଭବ୍ୟ ସ୍ୱାଗତ

ବୟୋଜ୍ୟେଷ୍ଠ ସଂଗ୍ରାମୀ ନେତା ସ୍ବର୍ଗତ ଗୋର୍ଷା ରଣାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ବିଧାୟିକା

ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୟ ଲାଭ କରିବା ପରେ ବିଧିବଦ୍ଧ ଭାବରେ ବିଧାନସଭା ରେ ଶପଥ ଗ୍ରହଣ କରିବା ପରେ ନବନିର୍ବାଚିତ ବିଧାୟିକା ବର୍ଷାରାଣୀ ସିଂ ବରିହା ଗତକାଲି ରାତି ନିଜର ନିର୍ବାଚନ ମଣ୍ଡଳୀକୁ ଫେରିଛନ୍ତି । ଆଜି ସକାଳୁ ବିଧାୟିକା ମାଁ ବିନ୍ଧ୍ୟବାସିନୀ ଓ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ଦର୍ଶନ ଲାଭ କରିବା ପାଇଁ ଆସୁଥିବା ସମୟରେ , ପାଇକମାଲ ବିଜୁ ଜନତା ଦଳର କର୍ମକର୍ତ୍ତା ମାନଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରାଉତ ଓ ଯୁବ ସଭାପତି ଶ୍ରୀ ଗୌତମ ସିଂ ଙ୍କର ନେତୃତ୍ୱରେ ଦଳର ଶହ ଶହ କର୍ମୀ ବାଜା ବଜେଇ ଓ ବାଣ ଫୁଟେଇ , ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିବା ସହିତ ଏକ ଶୋଭାଯାତ୍ରାରେ ନୃସିଂହନାଥ ଧର୍ମଶାଳା ପର୍ଯନ୍ତ ଯାଇଥିଲେ । ଏହାପରେ ବିଧାୟିକା ନିଜର କୂଳଦେବୀ ମାଁ ବିନ୍ଧ୍ୟାବାସିନୀ ଙ୍କର ମନ୍ଦିର କୁ ଯାଇ ମାଁ ଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ । ଏହାପରେ ସେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ମନ୍ଦିର କୁ ଯାଇଥିଲେ । ମନ୍ଦିର ସିଂହଦ୍ଵାର ନିକଟରେ ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଓ ଅନେକ ସେବାୟତ ବିଧାୟିକା ଙ୍କୁ ସ୍ୱାଗତ କରି ମନ୍ଦିର ଭିତରକୁ ନେଇଥିଲେ । ମହାପ୍ରଭୁ ଙ୍କୁ ମୁଣ୍ଡିଆ ମାରିବା ପରେ ବିଧାୟିକା , କାର୍ଯନିର୍ବାହୀ ଅଧିକାରୀ ଙ୍କର ସହିତ କିଛି ସମୟ ଆଲୋଚନା କରିଥିଲେ ।
ଏହାପରେ ବିଧାୟିକା ବର୍ଷା , ଜାମସେଠ ଗ୍ରାମକୁ ପହଞ୍ଚି ଥିଲେ । ଗାଁ ମୁଣ୍ଡରୁ ଶତାଧିକ ମହିଳା ବର୍ଷା ଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହିତ ତାଙ୍କୁ ବୟୋଜ୍ୟେଷ୍ଠ ନେତା ସ୍ବର୍ଗତ ଗୋର୍ଷ ରଣା ଙ୍କର ଘରକୁ ନେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ସ୍ବର୍ଗତ ରଣା ଙ୍କର ଏକା ଦଶାହ କାର୍ଯ୍ୟ ଥିଲା । ନିଜର ପିତାଙ୍କ ଜଣେ ପୁରୁଣା ମାର୍ଗଦର୍ଶକ ସ୍ବର୍ଗତ ରଣା ଙ୍କର କାର୍ୟ୍ଯ ରେ ବ୍ୟସ୍ତତା କାରଣ ରୁ ଯୋଗ ଦେଇ ପାରିନଥିବା ବିଧାୟିକା ଆଜି ତାଙ୍କ ବାସଭବନ କୁ ପହଂଛି ପ୍ରଥମେ ସ୍ବର୍ଗତ ରଣା ଙ୍କର ଫୋଟୋ ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ ସ୍ବର୍ଗତ ବରିହା ଙ୍କର ପରିବାର ବର୍ଗ ଓ ଗ୍ରାମବାସୀ ଙ୍କର ସହିତ ଆଲୋଚନା କରି ସଂଗ୍ରାମୀ ସ୍ବର୍ଗତ ରଣା ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ସ୍ବର୍ଗତ ରଣା ଙ୍କର ଅଞ୍ଚଳ ପ୍ରତି ଅନେକ ଅବଦାନ ରହିଛି । ଆମର ପରବର୍ତ୍ତୀ ପିଢ଼ି ମଧ୍ୟ ଏହା ମନେ ରଖିବା ଉଚିତ ବୋଲି ବର୍ଷା କହିଥିଲେ ।

ଏହା ପରେ ବର୍ଷା ପଦ୍ମପୁର ଫେରିବା ସମୟରେ ତାଙ୍କ ପିତାଙ୍କର ଉଦ୍ୟମରେ ପାଇକମାଲ ଠାରେ ସ୍ଥାପିତ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ର ଗେଟ ପାଖରେ କିଛି ସମୟ ରହିଥିଲେ । ବିଧାୟିକା ବର୍ଷା ଙ୍କୁ ନିଜ ଗହଣରେ ପାଇ ଛାତ୍ର ଛାତ୍ରୀ ମାନଙ୍କ ଉତ୍ସାହ କାହିଁରେ କେତେ । ସତେ ଯେମିତି ଲାଗୁଥିଲା ଯେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେ ବିଧାୟିକା ନୁହନ୍ତି , ନିଜର ବଡ଼ ଭଉଣୀ ଅଟନ୍ତି । ସମସ୍ତେ ତାଙ୍କୁ ନାନୀ ବୋଲି ସମ୍ବୋଧନ କରୁଥିଲେ । ବିଧାୟିକା ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୂର୍ଣ୍ଣ ସ୍ନେହ ପ୍ରଦାନ କରୁଥିଲେ । ବିଧାୟିକା ଙ୍କର ସହିତ ତାଙ୍କର ଭାଇ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ,ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ଡଭା ପେକ୍ସ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ , ରବି ନାରାୟଣ ସାହୁ , ବିଜୟ କୁମାର ରାଓ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ , ଶ୍ରୀ ଧବଳେଶ୍ବର ସାହୁ ,ଶ୍ରୀମତୀ ରାମଲା ଲୁହାର , ଶ୍ରୀ ଖେତ୍ରୀ ଲୁହାର ,ଶ୍ରୀମତୀ ଦମୟନ୍ତି ସାହୁ , ରୋହିତ କୁମାର ସିଂ , ଅଜୟ କୁମାର ସେଠ ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault