ହେଡଲାଇନସ୍:

ବେଙ୍ଗାଲୁରୁରେ ପ୍ରତିନିଧିମାନଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଙ୍ଗାଲୁରୁ/ଭୁବନେଶ୍ୱର:- ଭାରତର ପ୍ରଥମ ଜି୨୦ ଫାଇନାନ୍ସ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଡେପ୍ୟୁଟି ବୈଠକ ଆରମ୍ଭ ହୋଇଯାଇଛି । ଭାରତ ଜି୨୦ ପ୍ରେସିଡେନ୍ସି ଫାଇନାନ୍ସ ଟ୍ରାକ୍ ଅଧୀନରେ ଏହି ବୈଠକ ଅର୍ଥ ମନ୍ତ୍ରାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମିଳିତ ଭାବରେ ଚଳିତ ମାସ ୧୩ରୁ ୧୫ ପର୍ଯ୍ୟନ୍ତ ଆୟୋଜିତ କରିବେ । ସମସ୍ତ ପ୍ରମୁଖ ଆର୍ନ୍ତଜାତୀୟ ଅର୍ଥନୈତିକ ପ୍ରସଙ୍ଗରେ ବିଶ୍ୱ ସ୍ଥାପତ୍ୟକୁ ଆକୃଷ୍ଟ କରିବା ଜି୨୦ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକରେ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଜୟ ସେଠ ଏବଂ ଆର୍‌ବିଆଇର ଡେପ୍ୟୁଟି ଗଭର୍ଣ୍ଣର ଡ଼ ମାଇକେଲ ଡି. ପାତ୍ରା ଏବଂ ଜି୨୦ ସଦସ୍ୟ, ଆର୍ନ୍ତଜାତୀୟ ସଂଗଠନ ସମେତ ୧୮୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନରେ ଗ୍ଲୋବାଲ ଇକୋନୋମି, ଆନ୍ତର୍ଜାତୀୟ ଆର୍ଥିକ ସ୍ଥାପତ୍ୟ, ଭିତିଭୁମି ଏବଂ ସ୍ଥାୟୀ ଅର୍ଥନିତି ଉପରେ ଆଲୋଚନା କରାଯାଇଥିଲା ।

0
0
0
s2sdefault