ହେଡଲାଇନସ୍:

ପିତାଙ୍କ ଅଫିସ ଓ ତାଙ୍କ ଚେୟାରରେ ବସି ଭାବୁକ ହୋଇଗଲେ ବର୍ଷା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଦଳୀୟ ଅଫିସରେ ଭବ୍ୟ ସ୍ୱାଗତ ଜଣାଇଲେ ଦଳୀୟ କର୍ମୀ

ବରଗଡ :- ଓଡିଶା ବିଧାନସଭା ର ଏକ ନମ୍ବର ନିର୍ବାଚନ ମଣ୍ଡଳୀ ପଦ୍ମପୁର । ଗତ ପାଞ୍ଚ ତାରିଖ ହୋଇଥିବା ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ 42 ହଜାର ଭୋଟ ବ୍ୟବଧାନ ରେ ନିଜର ବିରୋଧୀ ମାନଙ୍କୁ ପରାଜିତ କରି ଗତକାଲି ବିଧାନସଭା ର ମାନ୍ୟବର ବିଧାୟକ ଭାବରେ ଶପଥ ଗ୍ରହଣ କରିବା ପରେ ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ଆଜି ସନ୍ଧ୍ୟାରେ ପଦ୍ମପୁର ପହଞ୍ଚିବା ପରେ ତାଙ୍କୁ ଦଳୀୟ ଅଫିସରେ ଭବ୍ୟ ସ୍ୱାଗତ କରାଯାଇଛି । ବିଜୁ ଜନତା ଦଳର ସମ୍ପାଦକ ରାଜୁ ଘିବେଳା ଓ ଅନେକ ନେତୃବୃନ୍ଦ ତଥା କର୍ମୀ ଙ୍କର ଦ୍ୱାରା ଭବ୍ୟ ସ୍ୱାଗତ କରାଯିବା ପରେ ତାଙ୍କୁ ଅଫିସ ଭିତରକୁ ପାଛୋଟି ନିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ସ୍ବର୍ଗତ ବିଧାୟକ ଶ୍ରୀ ଵିଜୟ ରଞ୍ଜନ ସିଂ ବରିହା ମଧ୍ୟ ଏହି ଅଫିସ ରୁ ନିଜର କାମ କରୁଥିଲେ । ପିତାଙ୍କ ଅଫିସ ଓ ତାଙ୍କ ଚେୟାର ରେ ବସି ଭାବୁକ ହୋଇ ପଡ଼ିଥିଲେ ବର୍ଷା । ତେବେ ଆଜି ମଧ୍ୟ ବର୍ଷା କହିଛନ୍ତି ଯେ ମୁଁ ସାରାଜୀବନ ମୋର ଜନ୍ମମାଟିର ତଥା ମୋର ପଦ୍ମପୁର ବାସୀ ଙ୍କର ସେବା କରିବି ।

0
0
0
s2sdefault