ହେଡଲାଇନସ୍:

ପଶ୍ଚିମବଙ୍ଗରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଯୋଡ଼ା(ପାର୍ଥ ସାରଥି ଷଡ଼ଙ୍ଗୀ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରସ୍ତିତ ମଙ୍ଗଳା ମନ୍ଦିର ନିକଟ ଅଞ୍ଚଳରୁ ନିରୁଦ୍ଧିଷ୍ଟ ଥିବା ଜଣେ ଯୁବକ ର ଖଣ୍ଡ ବିଖଣ୍ଡିତ ମୃତ ଦେହ ପଶ୍ଚିମ ବଙ୍ଗ ରାଜ୍ୟରୁ ଉଦ୍ଧାର ହୋଇଛି । ଖବର ନେବାରୁ ଜଣାପଡିଛି ଯେ, ମୃତ ସରୋଜ ସିହ୍ନ।(୩୦) ଗତ ତା ୬/୧୨/୨୦୨୨ରିଖ ସନ୍ଧ୍ୟା ସମୟରୁ ନିଖୋଜ ଥିଲେ ।ବହୁ ଖୋଜାଖୋଜି କରି ନ ପାଇବାରୁ ଏ ନେଇ ପରିବାର ଲୋକେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଯୋଡ଼ା ଥାନାରେ ଏ ନେଇ ଏକ ନିରୁଦ୍ଧିଷ୍ଟ୍ ମାମଲା ମଧ୍ୟ ରୁଜୁ ହୋଇଛି ।ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଜାରି ରଖି ଥିଲା । ତେବେ ସରୋଜ ଙ୍କ ମୃତ ଦେହ ପଶ୍ଚିମ ବଙ୍ଗ ରାଜ୍ୟ ଟମଣ। ଥାନା ଅଂଚଳରେ ପଡ଼ିଥିବା ପୋଲିସ ଜାଣିବାକୁ ପାଇଥିଲା ।ଟମଣ। ଥାନା ପୋଲିସ ସରୋଜ ର ମୃତ ଦେହ ଫଟୋ ପଠାଇ ଥିଲେ ।ସରୋଜ ଙ୍କ ପରିବାର ଲୋକେ ଫଟୋ ଦେଖି ଚିହ୍ନି ପାରିଥିଲେ ଏବଂ ପଶ୍ଚିମ ବଙ୍ଗ ରାଜ୍ୟ ଟମଣ। ଥାନା କୁ ଯାଇ ସରୋଜ ର ଖଣ୍ଡ ବିଖଣ୍ଡିତ ମୃତ ଦେହ ନେଇ ଆସିଥିବା ସରୋଜ ଙ୍କ ବଡ ଭାଇ ଦୀପକ ସିହ୍ନ। ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।ତେବେ ସରୋଜ ଙ୍କୁ କିଏ କାହିଁକି ଓ କିପରି ହତ୍ୟା କରାଗଲା ,ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି । ଏ ନେଇ ଯୋଡ଼ା ପୋଲିସ ତଦନ୍ତ ଜାରି ରଖି ଥିବା ଜଣାପଡିଛି ।

0
0
0
s2sdefault