ବୟୋଜ୍ୟେଷ୍ଠ ନେତା ପ୍ରକାଶ ଦେବତାଙ୍କୁ ମୁଣ୍ଡିଆ ମାରି ନେଲେ ଆଶୀର୍ବାଦ
ବରଗଡ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ବିଧାନସଭା ରେ ଶପଥ ପାଠ କରିବା ପରେ ପ୍ରଥମଥର ନିଜର ନିର୍ବାଚନ ମଣ୍ଡଳୀକୁ ପ୍ରତ୍ୟାବର୍ତ୍ତନ କରୁଥିବା ବାଟରେ ସୋହେଲା ଠାରେ , ସୋହେଲାବାସୀ ଙ୍କର ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପଦ୍ମପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଙ୍କୁ ବିଜୟୀ କରାଇବା ପାଇଁ ଦଳ ତରଫରୁ ଉପନିର୍ବାଚନ ର ପରିଚାଳନା ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ନିଜ ନିର୍ବାଚନ ମଣ୍ଡଳୀ ଭଟଲି ଅନ୍ତର୍ଗତ ସୋହେଲା ଠାରେ ଆଜି ସୋହେଲା ଅଞ୍ଚଳ ବାସୀ ଏକତ୍ରିତ ହୋଇ ବର୍ଷା ଙ୍କୁ ସ୍ୱାଗତ କରିଥିଲେ । ପଦ୍ମପୁର ରୋଡ଼ ରେ ରହିଥିବା ଦେବୀ ମନ୍ଦିର ନକଟରେ ବର୍ଷା ଙ୍କର ଗାଡ଼ି ରହିବା ପରେ ବିଧାୟକ ଶ୍ରୀ ସିଂ ଓ ସୋହେଲା ବାସୀ ବାଜା ଓ ରୋଷଣୀ ରେ ସ୍ୱାଗତ କରି ବର୍ଷା ଙ୍କୁ ଦେବୀ ମନ୍ଦିର କୁ ନେଇଥିଲେ ଏହାପରେ ଦେବୀ ଦର୍ଶନ ସାରି ବର୍ଷା ବିଧାୟକ ସୁଶାନ୍ତ ସିଂ ଙ୍କର ଅଫିସ କୁ ପହଂଛି ଥିଲେ ।
ସେଠାରେ ଉପସ୍ଥିତ ପୂର୍ବତନ ମନ୍ତ୍ରୀ ତଥା ବୟୋଜ୍ୟେଷ୍ଠ ନେତା ଶ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଙ୍କୁ ବର୍ଷା ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ । ଏହାପରେ ଉପସ୍ଥିତ ସମସ୍ତ ଜନସାଧାରଣ ଓ ଦଳୀୟ କର୍ମକର୍ତ୍ତା ମାନେ ନବନିର୍ବାଚିତ ବିଧାୟିକା ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବର୍ଷା ମଧ୍ୟ ସମସ୍ତଙ୍କୁ ଯଥାମାନ୍ୟ ଜଣାଇ ଆଶୀର୍ବାଦ କାମନା କରିଥିଲେ । ବର୍ଷା ଙ୍କର ସ୍ୱାଗତ କାର୍ଯକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା, ବୟୋଜ୍ୟେଷ୍ଠ ନେତା ଗଣତନ୍ତ୍ର ପ୍ରଧାନ, କାର୍ତ୍ତିକ ବାରିକ , ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା ,ଯୁବ ସନଜସେବୀ ସୁବ୍ରତ ସିଂ ,ପ୍ରଫୁଲ୍ଲ ପ୍ରଧାନ ,ସମାଜସେବା ରାଜେଶ ଅଗ୍ରୱାଲ,ମାର୍କଣ୍ଡ ସାହା, ହୃଷିକେଶ ସାହୁ, ଲିଙ୍ଗରାଜ ଗୁରୁ, ଗୋବିନ୍ଦ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ସୁରେଶ ବାଗ , ରବି ପ୍ରଧାନ , ହିରୋ ମାଝୀ, ଶ୍ରୀକାନ୍ତ ସେନାପତି ,ନିଲୁ ଝାଙ୍କର , ପ୍ରମୁଖ ଉପସ୍ଥିତ ଥିଲେ ।।