ବରଗଡ଼ :- ବରବଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମର , ବିଜୁ ବାବୁ ଙ୍କର ସହଯୋଗୀ , ତଥା ବୟୋଜ୍ୟେଷ୍ଠ ନେତା ଶ୍ରୀ ଗୋର୍ଷା ରଣା ଙ୍କର ଗତ ତିନି ତାରିଖ ଦିନ ପରଲୋକ ହୋଇଥିଲା । ଆଜି ତାଙ୍କର ବାସଭବନ ଜାମସେଠ ଠାରେ ଅନୁଷ୍ଠିତ ତାଙ୍କର ଏକା ଦଶାହ କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ବରିଷ୍ଠ ନେତା ତଥା ବିଜୁ ଜନତା ଦଳର ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ବିଜୁ ଜନତା ଦଲର ମୁଖପାତ୍ର ଶ୍ରୀ ମହେନ୍ଦ୍ର ବଢ଼େଇ , ପଦ୍ମପୁର ର ପୂର୍ବତନ ନଗରପାଳ ଶ୍ରୀ ପ୍ରୀତମ ମେହେର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଶ୍ରୀ ରଣା ଙ୍କର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଶ୍ରୀ ସିଂ ଦିବଂଗତ ଶ୍ରୀ ରଣା ଙ୍କର ଏକ ପ୍ରତିମୂର୍ତ୍ତି ଜାମସେଠ ଠାରେ ସ୍ଥାପନ କରାଯିବ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଦିବଂଗତ ଶ୍ରୀ ରଣା , ଏହି ଅଂଚଳରେ ବିଜୁ ବାବୁ ଙ୍କର ଜଣେ ଦୃଢ଼ ସମ୍ମର୍ଥକ ଥିଲେ । ଅଣକଂଗ୍ରେସ ରାଜନୀତି ପାଇଁ ପ୍ରସିଦ୍ଧ ଶ୍ରୀ ରଣା ବିଜୁ ବାବୁ ଙ୍କର ପାଇଁ ସାଇକଲ ରେ ଗାଁ ଗାଁ ବୁଲି ପ୍ରଚାର କରି ସଂଗଠନ କୁ ମଜବୁତ କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ , ପ୍ରସନ୍ନ ଆଚାର୍ଯ୍ୟ , ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା , ଭଳି ନେତା ମାନେ ମଧ୍ୟ ଶ୍ରୀ ରଣା ଙ୍କର ନିକଟରୁ ମାର୍ଗ ଦର୍ଶନ ନେଇଛନ୍ତି । ଆଜି ଶ୍ରୀ ରଣା ଙ୍କର ଏକା ଦଶାହ ଅବସରରେ ସ୍ବର୍ଗତ ରଣା ଙ୍କୁ ନେତୃମଣ୍ଡଳୀ ଙ୍କର ସହିତ ସ୍ଥାନୀୟ ଅଂଚଳ ବାସୀ ଙ୍କର ସମେତ ପରିବାର ବର୍ଗ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ରାଜ୍ୟ
ବିଜୁ ବାବୁ ଙ୍କର ବରିଷ୍ଠ ସହଯୋଗୀ ଗୋର୍ଷା ରଣା ଙ୍କର ଏକାଦଶାହରେ ଯୋଗଦେଇ ସୃତିଚାରଣ କଲେ ନେତୃମଣ୍ଡଳୀ
- Hits: 1641