ହେଡଲାଇନସ୍:

ଉସ୍କି ଆଶ୍ରମ ବିଦ୍ୟାଳୟଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍ ଅନ୍ତର୍ଗତ ଉସ୍କି ଆଶ୍ରମ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଲେତ ଜେରାଇ ଏହି କ୍ରୀଡା ପ୍ରତିଯୋଗିତା କୁ ଉତ୍ଘାଟନ କରିଥିବା ବେଳେ ଗଣ୍ଡିରାବେଡା ଗ୍ରାମର ୱାର୍ଡ ମେମ୍ବର ଜେରାଈ ବାବୁ ଓ ଚରନ ଜେରାଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବାନନ୍ଦ ନାୟକ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ଉଦ୍ଦେଶ୍ୟ ସମ୍ଵନ୍ଧରେ ସୂଚନା ଦେଇ ଅତିଥି ଙ୍କୁ ସ୍ଵାଗତ ଜଣାଇଥିଲେ । ଫୁଟବଲ୍, ଭଲିବଲ୍, କବାଡି , ୧୦୦ ମିଟର ଦୌଡ , ୨୦୦ ମିଟର ଦୌଡ , ଲମ୍ବଡିଆଁ, ଉଚ୍ଚଡିଆଁ ,  ସଟ୍ ପୁଟ୍, ଡିସ୍କସ ଥ୍ରୋ, ସ୍କିପିଁ, ଫ୍ରଗ୍ ରନ୍ ଆଦି କନିଷ୍ଠ ଓ ବରିଷ୍ଠ ବର୍ଗର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏହି କ୍ରୀଡା ପ୍ରତିଯୋଗିତା ରେ ସହାୟତା ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନେ ଏହି କ୍ରୀଡା ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଖୁସି ହୋଇଥିଲେ ।

0
0
0
s2sdefault