ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ ଜନ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟରେ କଟକ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମୋଟ୍ ୧୮୫ଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଯୋଗଦାନ କରି ସମସ୍ତ ଅଭିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ଅଭିଯୋଗର ଶୁଣାଣି ସହିତ ବନ୍ଧୁପୁର ପଂଚାୟତର ରାଜେଶ ସ୍ୱାଇଁ ଓ ଫଗୋଳ ପଂଚାୟତର ସେବ ସେଠୀଙ୍କୁ ୩ ଚକିଆ ସାଇକେଲ ପ୍ରଦାନ କରିଥିଲେ । ଥାଲାସେମିଆ ଏବଂ କର୍କଟ ରୋଗରେ ପୀଡ଼ିତ ୮ଜଣ ହିତାଧିକାରୀଙ୍କୁ ୬୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଗ୍ରାମାଂଚଳ ଏସପି ପି ଯୁଗୋଳ କିଶୋର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସିଡିଏମଓ ସତ୍ୟବ୍ରତ ଛୋଟରାୟ, ବିଡିଓ ଦିବ୍ୟାଜ୍ୟୋତି ସ୍ମ୍ମୃତିରଞ୍ଜନ ଦେଓ , ତହସିଲଦାର ଦିଲିପ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷା ଅଶୋକ କୁମାର ଓଝା, ଜିଲ୍ଲା ପରିଷଦ , ସରପଂଚ , ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟରଞ୍ଜନ ପଣ୍ଡା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ତେବେ ସମସ୍ତ ଅଭିଯୋଗ ଉପରେ ଜିଲ୍ଲାପାଳ ଶ୍ରୀ ଚଇନି ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କଡ୍ଡା ନିର୍ଦ୍ଦେଶ ଦେଇଥିଲେ ।

0
0
0
s2sdefault