ହେଡଲାଇନସ୍:

ଚାଷ କାମ ଯାହାର, ସତରେ... କେତେ ଦୁଃଖ ତାହାର !!

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ନେତା ଅଫିସର ଅୟସରେ ,  ରାଜରାସ୍ତାରେ ପଡି ସଢ଼ି ମରୁଚି ଅନ୍ନଦାତା

ପ୍ରଶାସନିକ ଅବହେଳାରୁ ଚାଷୀ ମୃତ୍ୟୁ ଅଭିଯୋଗ, ବିଭିନ୍ନ ସ୍ଥାନରେ ରାଜରାସ୍ତାରେ ଚାଷୀ 

 ବରଗଡ଼/ଗୌରାଙ୍ଗ ଚରଣ ଦାଶ :-ପ୍ରଶାସନ ବା ରାଜନେତାକୁ କଣ ବା କହିବା | ବିଚାର ଚାଷୀ ବୀମା ରାଶୀ ଜମା କରିଥିଲା ଫସଲ ଉଜୁଡ଼ିଗଲେ କ୍ଷତିପୂରଣ ପାଇବା ବୋଲି | ହେଲେ ଚାଷୀ  ଏବେ ବୀମା ଆଶା କରିଥିବା  ଟିକକ ପାଇବା ପାଇଁ ରାଜ ରାସ୍ତାରେ ଆନ୍ଦୋଳନ ଧାରଣା କରି ପଡି ସଢ଼ି ମରୁଥିବା ବେଳେ ପ୍ରଶାସନ ଓ ରାଜନେତା ନିଦା ବିଷ୍ଣୁ ପାଲଟି ଯାଇଛନ୍ତି ସତେ ଯେମିତି |  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ନିଜର ଫସଲର ବୀମା କରୁଛି ଯଥା ସମୟରେ ନିୟମାନୁସାରେ  ଟଙ୍କା ବି ଜମା କରୁଛି | ହେଲେ ବୀମା ରାଶି ପାଇବା ପାଇଁ ଚାଷୀକୁ ବାରମ୍ବାର ଆନ୍ଦୋଳନ କରିବା ସହିତ ରାଜରାସ୍ତାରେ ସଂଗ୍ରାମ କରିବାକୁ ପଡୁଛି କାହିଁକି  । କଣ ସରକାର ଚାଷୀକୁ ଦୟା କରୁଛନ୍ତି ?  ପ୍ରଶାସନ ଓ ବୀମା କମ୍ପାନୀ ମାନେ ନାନା ଭାବରେ ଅନ୍ନଦାତାକୁ ହଇରାଣ ବିନା କାରଣରେ କରୁଛନ୍ତି କାହିଁକି ? ଚାଷୀଙ୍କ ରକ୍ଷକ ସାଜିଥିବା ପ୍ରଶାସନ ତେବେ କରୁଛି କଣ ? କାହା ସ୍ୱାର୍ଥରେ ତେବେ ପ୍ରଶାସନ ? 

ଚାଷୀର ଜୀବନର ମୂଲ୍ୟ କଣ କିଛି ନାହିଁ ! ପ୍ରକୃତିର ତାଡ଼ନାରେ ଫସଲ ଉଜୁଡି ଯାଇଥିବା ବେଳେ ବୀମା ପଇସା ଟିକକ ପାଇଁ ଆଶା କରି ନିରାଶ ବା ହତାଶ ହେବ ପରେ କଣ ବିଷ ଖାଇବ ? ମାନସିକ ଯନ୍ତ୍ରଣାରେ ହୃଦ୍ଘାତରେ ଜୀବନ ହାରିବ ???  ଏହାଠାରୁ ଦୁଃଖର କଥା କଣ ଅଛି । ଆଉ ରାଜନୈତିକ ଦଳ ମାନଙ୍କର କଥା ନାକହିବା ଭଲ କେବଳ ମନଲୋଭା ଆଶ୍ୱାସନ ଦେଇ ଚାଷୀମାନଙ୍କୁ ନିଜର ପକ୍ଷରେ କରିବା ହେଉଛି ମୂଳ ଲକ୍ଷ୍ୟ। ଚାଷୀ ଚାଷ ଆରମ୍ଭ କରିବା ପୂର୍ବରୁ ଆରମ୍ଭ ହେଉଥିବା ଚାଷୀର ଯନ୍ତ୍ରଣା ଚାଷକାମ ସାରିବା ପରେ ମଧ୍ୟ ଜାରି ରୁହେ। ସବୁ କ୍ଷେତ୍ରରେ ଚାଷୀକୁ ହଇରାଣ  ହେବ ସହିତ ଲାଂଛିତ ହେବାକୁ ପଡୁଛି । 

     ପ୍ରଧାନମନ୍ତ୍ରୀ ଫସଲବୀମା ଦାବି କରେ  ଗତ ୧ ସପ୍ତାହ ହେଲା ପାଇକମାଲ ବ୍ଲକ ର ବିଭିନ୍ନ ସେବା ସମବାୟ ସମିତି ଆଗରେ ଚାଷୀ ମାନଂକର ଦ୍ୱାରା ଧାରଣ ପ୍ରଦର୍ଶନ ଜାରି ରହିଛି । ଏହିକ୍ରମରେ ପଲସଦା ସେବା ସମବାୟ ସମିତିର ସମୁଖରେ ମଧ୍ୟ ଏହି ପ୍ରଦର୍ଶନ ଚାଲୁଥିଲା । ଗତକାଲି ଗୋବିନ୍ଦ ବିଶ୍ୱାଳ(50)ନାମକ ଜଣେ ଚାଷୀ ସନ୍ଧ୍ୟା ପ୍ରାୟ 7 ଟା ବେଳକୁ ଧାରଣ ସ୍ଥଳରୁ ଘରକୁ ଫେରି ନିଜର ଝିଅକୁ ପିଇବା ପାଇଁ ପାଣି ମାଗି ଥିଲେ । ପାଣି ପିଉଥିବା  ସମୟରେ ବହୁତ ଦୁଃଖିତ ମନରେ ନିଜର ଝିଅକୁ କହିଲେ ଯେ ଆମେମାନେ ଏତେ ଦିନ ହେଇଗଲା ଧାରଣ ପ୍ରଦର୍ଶନ କରୁଛୁ, ହେଲେ କୌଣସି  ପ୍ରଶାସନିକ ଅଧିକାରୀ ଆମର କଥା ଶୁଣୁନାହାନ୍ତି କି ଆମସହିତ ଆଲୋଚନା କରିବା ପାଇଁ ମଧ୍ୟ ଆସୁନାହାନ୍ତି। ଲାଗୁଚି ଯେ ଆମେ ଆଉ ବୀମା ରାଶି ପାଇଁ ପାରିବୁ ନାହିଁ। ଏତିକି କହିବା ପରେ ସେ ପାଣି ପିଇଥିଲେ ଓ ପାଣି ପିଇବା ପରେ ହଠାତ ତଳେ ପଡିଯାଇଥିଲେ।ଗୋବିନ୍ଦ ତଳେ ପଡିଯିବା ଦେଖି ତାଙ୍କର ଝିଅ ସମସ୍ତଙ୍କୁ ଡାକିଥିଲେ । କିନ୍ତୁ ସେତେ ବେଳକୁ ଗିବିନ୍ଦ ଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏହି ଘଟଣା ଗାଁ ରେ ପ୍ରଚାର ହେବାପରେ ଗ୍ରାମର ସମସ୍ତ ଚାଷୀ ମନେ ଏକତ୍ରିତ ହେଇ ଆଲୋଚନା କରିଥିଲେ ଓ ଏହିଘଟଣାକୁ ଅତି ଗୁରୁତ୍ବପୂର୍ଣ ମନେ କରି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଆଜି ଅଂଚଳର ବିଭିନ୍ନ ଚାଷୀ ସଂଗଠନ ଦ୍ୱାରା ପଦ୍ମପୁର ପାଇକମାଲ ମୁଖ୍ୟ ରାସ୍ତାରେ ଗୋବିନ୍ଦ ବିଶ୍ୱାଳ ଙ୍କର ମୃତଦେହ ରଖି ଚାଷୀ ସଂଗଠନ ର କର୍ମକର୍ତ୍ତା ,ପରିବାର ଲୋକ ,ଓ ଗ୍ରାମବାସୀମାନେ  ସକାଳ7ଘଣ୍ଟାରୁ ରାସ୍ତା ଅବରୋଧ କରିଥିଲେ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଚାଷୀ ସଂଗଠନ ର ସଭ୍ୟ ମାନେ ମଧ୍ୟ ଏହି ରାସ୍ତା ଅବରୋଧ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। 

ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ତହସିଲଦାର ଶ୍ରୀ ସଦାଶିବ ନାୟକ ପ୍ରାୟ ୮ ଟା ବେଳକୁ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ହେଁ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ 11 ସମୟରେ ପହଞ୍ଚି ଆନ୍ଦୋଳନ କାରୀ ଚାଷୀ ମନଙ୍କର ସହିତ ଆଲୋଚନା  କରିଥିଲେ।ବହୁତ ସମୟ ଆଲୋଚନା କରିବା ପରେ ପ୍ରଶାସନ ଦ୍ୱାରା ପ୍ରଦାନ କରାଯାଇଥିବା ଲିଖିତ ପ୍ରତିଶୃତି ପରେ ରାସ୍ତା ଅବରୋଧ ହତିଥିଲା। ଜିଲ୍ଲା ପ୍ରଶାସନ ତରଫରୁ ମୃତ ଚାଷୀ ଙ୍କର ପରିବାର କୁ 10000ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପରିବାର ମଙ୍ଗଳ ଯୋଜନାରେ 20000 ଟଙ୍କା ଏକ ପକ୍କା ଘର ଦେବାର ପ୍ରତିଶୃତି ପ୍ରଦାନ କରାଯାଇଛି। କ୍ଷତିପୂରଣ ବାବଦରେ ରହିଥିବା ଦାବି କୁ ଜିଲ୍ଲାପାଳ ଙ୍କର ଆଗରେ ଉପସ୍ଥାପନ କରାଯିବ ବୋଲି ଉପଜିଲ୍ଲାପାଳ ଜଣାଇଥିଲେ। ଏହାସହିତ ଚାଷୀ ମାନଂକର ବୀମା ବାବଦରେ ରହିଥିବା ସବୁ ସମସ୍ୟାର ସମାଧାନ ଖୁବଶୀଘ୍ର କରାଯିବ ବୋଲି ପ୍ରଶାସନ ତରଫରୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁର  ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମଧ୍ୟ ଚାଷୀ ମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନ କାରୀଙ୍କର ସହିତ ରହିଥିଲେ।

ଗୌରଜୁରୀ ଠାରେ ହେଉଥିବା ଏହି ରାସ୍ତା ଅବରୋଧ କୁ ସମର୍ଥନ ଜଣାଇ ପାଇକମାଲ ଜାମସେଥ ସୋହେଲା ଅତାବିରା ଆଦି ସ୍ଥାନରେ ବୁଭିନ୍ନ ସଂଗଠନ ତରଫରୁ ମଧ୍ୟ ରାସ୍ତା  ଅବରୋଧ କରାଯାଇଥିଲା । ଯଦି ପ୍ରଶାସନ ଦେଇଥିବା ପ୍ରତିଶ୍ରୁତିକୁ ଶୀଘ୍ର ପୁରଣ ନକରାଯାଏ ତେବେ ଚାଷୀ ମାନେ ଅଗାମୀଦିନରେ ଭୟଙ୍କର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଭିଭିନ୍ନ ଚାଷୀ ସଂଗଠନର କର୍ମକର୍ତା ଙ୍କର ସହିତ ଶ୍ରୀ ଡୌଲତ ଚନ୍ଦ୍ରକାର ,ଜିଲ୍ଲା ସମବାୟ ଅଧିକାରୀ ପଦ୍ମପୁର ଏସ୍ଡ଼ିପିଓ ଶ୍ରୀ ଲାଷ୍ମୀନାରାୟନ ପଣ୍ଡା ପ୍ରମୁଖ ଆଲୋଚନା କରିଥିଲେ ।

 

 

 

 

 

0
0
0
s2sdefault