ହେଡଲାଇନସ୍:

ହଜାର ହଜାର ଚାଷୀଙ୍କୁ ନେଇ ବିଧାନସଭା ଘେରିଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ୍ କାହିଁକି? : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ୧୫ଦିନ ବ୍ୟାପି ସତ୍ୟାଗ୍ରହ ଆଜି ବିଧାନସଭା ଘେରାଉର ରୂପ ନେଲା । ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ହଜାର ହଜାର ଚାଷୀଙ୍କୁ ନେଇ ଭାରତୀୟ ଜନତା ପାର୍ଟି ବିଧାନସଭାକୁ ଘେରିଥିଲା । ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ ପ୍ରଭୃତି ଧରି ରାଜଧାନୀର ରାଜରାସ୍ତାରେ ଚାଷୀମାନେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ । କୃଷକମାନଙ୍କ ପାଇଁ କୌଣସି ରାଜନୈତିକ ଦଳ ବିଧାନସଭା ଚାଲୁଥିôବାବେଳେ ୧୫ଦିନ ରାଜରାସ୍ତାରେ ବସିବା, ବିଧାୟକ ଦଳ ସେହି ପ୍ରସଙ୍ଗରେ ଗୃହ ବର୍ଜନ କରି ଏହି ଆନ୍ଦୋଳନରେ ସାମିଲ ହେବା ସତ୍ୱେ ରାଜ୍ୟର ମୁଖ୍ୟମନ୍ତ୍ରୀ ବା ତାଙ୍କର ମନ୍ତ୍ରୀ ପରିଷଦ କେହି ହେଲେ ଏ ପ୍ରସଙ୍ଗରେ ବିରୋଧୀ ଦଳ ସହ ଆଲୋଚନା କରିବା ଭଳି ଉତର ଦାୟିତ୍ୱ ପ୍ରଦର୍ଶନ କଲେ ନାହିଁ । ବିଧାନସଭା ଆସୁନଥିବା ମୁଖ୍ୟମନ୍ତ୍ରୀ ବିଧାନସଭା ବାହାରେ ଥିବା ଜନଆକ୍ରୋଶର ପ୍ରଭାବକୁ ବି ଆକଳନ କଲେ ନାହିଁ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଯାଇ ପଦ୍ମପୁରରେ ନିର୍ବାଚନୀ ସଭା କରି କୃଷି ଓ କୃଷକଙ୍କ ପ୍ରସଙ୍ଗ ଏବଂ ପବିତ୍ର ବିଧାନସଭାକୁ ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ବିଜେପିର ବିଧାୟକମାନେ କୃଷକ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବାରମ୍ବାର ଦାବି କରିବା ସତ୍ୱେ ଶାସକ ଦଳ ଏ ପ୍ରସଙ୍ଗରେ ଆଲୋଚନାକୁ ଆସିଲେ ନାହିଁ । ବିଧାୟକମାନଙ୍କ ପ୍ରଶ୍ନର ଉତର ଦେବାପାଇଁ ବିଭାଗୀୟ ମନ୍ତ୍ରୀମାନେ ଗୃହରେ ଉପସ୍ଥିତ ନରହି ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମାତିଛନ୍ତି । ବିଧାନସଭା ଚାଲିଥିବାବେଳେ ପରାଜୟ ଭୟରେ ଆତଙ୍କିତ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଅର୍ଥମନ୍ତ୍ରୀ, ଜଳସେଚନମନ୍ତ୍ରୀ, ଖାଦ୍ୟ ଯୋଗାଣମନ୍ତ୍ରୀ, ସମବାୟ ମନ୍ତ୍ରୀ ସମେତ ୧୬ଜଣ ମନ୍ତ୍ରୀ ଓ ୬୦ରୁ ଊର୍ଦ୍ଧ୍ୱ ବିଜେଡି ବିଧାୟକମାନେ ରାଜ୍ୟ ପ୍ରସଙ୍ଗକୁ ଛାଡି ପଦ୍ମପୁର ଉପନିର୍ବାଚନରେ ବ୍ୟସ୍ତ ଅଛନ୍ତି । ନିଜ ନିଜ ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟର ସମସ୍ତ ଚାଷୀ ହା ହତାଶରେ ଅଛନ୍ତି । ସଂପ୍ରତି ଚାଷୀ ସମ୍ମୁଖୀନ ହେଉଥିବା ଧାନମଣ୍ଡି, ଏମ୍‌ଏସ୍‌ପି, ଇନ୍‌ପୁଟ ସବ୍‌ସିଡି, ସାର ଓ ବିହନ, ଫସଲବୀମା ସମସ୍ୟାର କୌଣସି ରାସ୍ତା ଏ ପର୍ଯ୍ୟନ୍ତ ବାହର କରିପାରିଲେ ନାହିଁ ରାଜ୍ୟ ସରକାର । ଯେଉଁ ବରଗଡ ଜିଲ୍ଲାର ସୋହେଲାଠାରେ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୧୦୦ଟଙ୍କାର ବୋନସ ଦେବାକୁ ୬ବର୍ଷ ତଳେ ଘୋଷଣା କରିଥିଲେ ତାହାକୁ ନଦେଇ ଠକି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସେହି ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ ଅଥଚ ସେ ସମ୍ପର୍କରେ ଉତର ମଧ୍ୟ ରଖିଲେ ନାହିଁ ବୋଲି ବିଧାୟକ ଶ୍ରୀ ମୋହନ ଚରଣ ମାଝୀ ସମାଲୋଚନା କରିଛନ୍ତି ।
ବିଧାନସଭାରେ କୃଷକଙ୍କ ପ୍ରସଙ୍ଗରେ ସରକାର ଆଲୋଚନାକୁ ନଆସିବାରୁ ବିଜେପିର ବିଧାୟକମାନେ ଗୃହ ବର୍ଜନ କରି ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଥିଲେ । ପରବର୍ତୀ ସମୟରେ ବିଧାନସଭାରୁ ଆସି ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲୋଏର ପିଏମ୍‌ଜିଠାରେ ଅନୁଷ୍ଠିତ ଏହି ଚାଷୀ ସମାବେଶରେ ଶ୍ରୀ ମାଝୀଙ୍କ ସମେତ ବିଧାୟକ ଭାସ୍କର ମଢ଼େଇ, ଜୟନ୍ତ ଷଡଙ୍ଗୀ, ସୁକାନ୍ତ ନାୟକ, ସନାତନ ବିଜୁଳି, ନବ ଚରଣ ମାଝୀ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ମିଥ୍ୟାବାଦୀ ଓ ଚାଷୀ ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ । ବିଧାନସଭା ସମ୍ମୁଖରେ ନଭେମ୍ବର ୧୮ରୁ ଆରମ୍ଭ ହୋଇ ୧୫ଦିନରେ ପଂହଚିଛି ବିଜେପିର ଚାଷୀ ସତ୍ୟାଗ୍ରହ । ରାଜ୍ୟର ଚାଷୀମାନଙ୍କ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଆନ୍ଦୋଳନ ଜାରି ରଖିବ ବିଜେପି ।
ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସଂଯୋଜନାରେ ଏହି ବିଧାନସଭା ଘେରାଉ ସମାବେଶ ସଭାରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ନୟନ କିଶୋର ମହାନ୍ତି, ସାରଦା ପ୍ରଧାନ, ରାଜ୍ୟ ସଂପାଦକ ଅମର ନାୟକ, ପିଙ୍କି ପ୍ରଧାନ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ନୟାଗଡ ଜିଲ୍ଲା ସଭାପତି ଲାଲା ମୋନଜ ରାୟ, ଭୁବନ ମୋହନ ଜେନା, ସୁଶାନ୍ତ ମଲ୍ଲିକ, ଓମପ୍ରକାଶ ମିଶ୍ର, ରାଜକିଶୋର ବେହେରା, ସଂପଦ ସ୍ୱାଇଁ, ବବିତା ମଲ୍ଲିକ, ପ୍ରତାପ ମିଶ୍ର, ବସନ୍ତ ନାୟକ, ବ୍ରଜେନ୍ଦ୍ର ରାୟ, ସ୍ମୃତିରେଖା ପହି, ବିଶ୍ୱଜିତ୍ ନାୟକ, ପୂର୍ବତନ ବିଧାୟକ ଅଲେଖ ଜେନା, ଦୋଳଗୋବିନ୍ଦ ନାୟକ, ସୁଶାନ୍ତ ସାବତ, ମହେଶ ମହାନ୍ତି ଓ ପବିତ୍ର ଦାସ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

0
0
0
s2sdefault